ଖଲ୍ଲିକୋଟ ଜଗନ୍ନାଥ ମାର୍କେଟ କମ୍ଲେକ୍ସ ପରିସରରେ ଗଜଲକ୍ଷ୍ମୀ ପୂଜା 

ଓଡ଼ିଆ ବାର୍ତ୍ତା / ଖଲ୍ଲିକୋଟ (ମାଧବ ବେହେରା): ଖଲ୍ଲିକୋଟ ସହରର ଜଗନ୍ନାଥ ମାର୍କେଟ କମ୍ପ୍ଲେକ୍ସ ପରିସରରେ ପବିତ୍ର କୁମାର ପୂର୍ଣ୍ଣମା ଉପଲକ୍ଷେ  ମା’ ଗଜଲକ୍ଷ୍ମୀଙ୍କ ପୂଜା ମହା ସମାରୋହରେ ଅନୁଷ୍ଠିତ ହୋଇଛି | ଗଜଲକ୍ଷ୍ମୀ  ପୂଜା କମିଟି କର୍ମକର୍ତ୍ତାମାନେ ଚନ୍ଦ୍ର ଗ୍ରହଣକୁ ଆଖି ଆଗରେ ରଖି ଗଜଲକ୍ଷ୍ମୀଙ୍କ ପୂଜା ଓ ହୋମ, ସୂର୍ଯ୍ୟ ପୂଜା, ବାଳଧୂପ ଓ ଅନ୍ୟାନ୍ୟ ପୂଜନୀତିକୁ ଅପରାହ୍ନ ୪ଘଣ୍ଟା ପୂର୍ବରୁ ସାରି ଦେଇଥିବା ଦେଖିବାକୁ ମିଳିଥିଲା | ସେହିପରି ନୀତି ଅନୁଯାଇ ଜଗନ୍ନାଥ ମନ୍ଦିର ପରିସରରେ ଥିବା ମହାଲକ୍ଷ୍ମୀ ମନ୍ଦିର ମଧ୍ୟ ଗଜ ଲକ୍ଷ୍ମୀ ପୂଜା ହେବା ସହ ବିଧି ମୁତାବକ ହୋମ ଓ ଅନ୍ୟାନ୍ୟ କାର୍ଯ୍ୟକ୍ରମ ନିର୍ଦ୍ଧାରିତ ସମୟରେ ଶେଷ ହୋଇଛି | ଜଗନ୍ନାଥ ମନ୍ଦିରରେ ଓ ଜଗନ୍ନାଥ ମାର୍କେଟ କମ୍ପ୍ଲେକ୍ସ ପରିସରରେ ଆୟୋଜିତ ଗଜଲକ୍ଷ୍ମୀ ପୂଜା ଦେଖିବାକୁ ବହୁ ପୁରୁଷ ଓ ମହିଳାଙ୍କ ଭିଡ଼ ଲାଗି ରହିଥିଲା ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.