ବେହେରାଠାରେ ଧର୍ମଗଡ ଜଗନ୍ନାଥ ସେବା ସମିତି ପକ୍ଷରୁ କମ୍ବଳ ବଣ୍ଟନ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ରଜତ ବଂଶଳ): ଦଣ୍ଡପାଟ ଅଞ୍ଚଳର ବେହେରା ଗ୍ରାମରେ ଆଜି ୫୦ଜଣ ଗରିବ ବୃଦ୍ଧ ବୃଦ୍ଧା ଓ ଦିବ୍ୟାଙ୍ଗ ବ୍ୟକ୍ତିମାନଙ୍କୁ ଧର୍ମଗଡ ଜଗନ୍ନାଥ ସେବା ସମିତି ପକ୍ଷରୁ କମ୍ବଳ ବଣ୍ଟନ କରାଯାଇଛି। ଜଗନ୍ନାଥ ସେବା ସମିତିର ବରିଷ୍ଠ ସଦସ୍ୟ କ୍ଷୀରୋଦ ବାଗ, ବାଇ ଅଗ୍ରୱାଲଙ୍କ ନେତୃତ୍ବରେ ଭବାନୀ ନାଏକ ଓ ଏକ ପ୍ରତନିଧି ଦଳ ପ୍ରମୁଖ ଉପସ୍ଥିତ ରହି କମ୍ବଳ ବଣ୍ଟନ କରିଥଲେ। ଧର୍ମଗଡ଼ ପଞ୍ଚାୟତ ସମିତିର ପୂର୍ବତନ ଅଧ୍ୟକ୍ଷ ବଳରାମ ପୁଝାରୀ, ସମାଜସେବିକା ଭାରତୀ ବିଶି ଏହି ଅବସରରେ ଉପସ୍ଥିତ ଥିଲେ ଓ ଜଗନ୍ନାଥ ସେବା ସମିତିର ଏଭଳି ସେବା କାର୍ଯ୍ୟକୁ ପ୍ରଶଂସା କରିଥଲେ। ଧର୍ମଗଡର ଅଗ୍ରଣୀ ଅନୁଷ୍ଠାନ ଜଗନ୍ନାଥ ସେବା ସମିତି ପକ୍ଷରୁ ଶୀତ ଋତୁରେ ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଗରିବ ବୃଦ୍ଧ ବୃଦ୍ଧା ମାନଙ୍କୁ କମ୍ବଳ ବଣ୍ଟନ ସେବା ଆରମ୍ଭ ହୋଇଛି। ପ୍ରକାଶ ଯୋଗ୍ୟ ଯେ, ୨୦୦୮ ମସିହାରୁ ଜଗନ୍ନାଥ ସେବା ସମିତି ଜିଲ୍ଲାରେ ସେବା କାର୍ଯ୍ୟ କରିଆସୁଛି। ଗରିବ ବୃଦ୍ଧ ବୃଦ୍ଧାଙ୍କୁ କମ୍ବଳ ବଣ୍ଟନ, ଆର୍ଥିକ ଅସ୍ଵଚ୍ଛଳ ଲୋକଙ୍କୁ ମାଗଣାରେ ପୂରୀ ଜଗନ୍ନାଥ ଦର୍ଶନ, ମାଗଣାରେ ସ୍ଵାସ୍ଥ୍ୟ ପରୀକ୍ଷା ଓ ଔଷଧ ବଣ୍ଟନ, ଗରୀବ କନ୍ୟା ରତ୍ନ ମାନଙ୍କ ବିବାହରେ ଆର୍ଥିକ ସହାୟତା, ଶ୍ମଶାନ ପାଇଁ ମାଗଣାରେ ଶବ ଦାହ ପାଇଁ କାଠ ଯୋଗାଣ ଏବଂ କରୋନା କାଳରେ ଗରିବ ଲୋକଙ୍କୁ ମାଗଣାରେ ରନ୍ଧା ଓ ସୁଖା ଖାଦ୍ୟ ପ୍ରଦାନ କରି ଜଗନ୍ନାଥ ସେବା ସମିତି ଅଞ୍ଚଳରେ ସମସ୍ତଙ୍କର ପ୍ରୀୟଭାଜନ ହୋଇ ପାରିଛି। ଆଗକୁ ମଧ୍ୟ ଏହି ସେବା ଜାରି ରହିବ ବୋଲି ଅନୁଷ୍ଠାନର ସଭାପତି ବିଷ୍ଣୁ ପ୍ରସାଦ ଅଗ୍ରୱାଲ ପ୍ରକାଶ କରିଛନ୍ତି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.