ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ହେମନ୍ତ ସାହୁ): ମ.ରାମପୁର ରାମକୃଷ୍ଣ ଆଶ୍ରମ ସ୍ଥିତ ବିବେକାନନ୍ଦ ପବ୍ଲିକ ସ୍କୁଲର ନୂତନ କୋଠାର ପ୍ରଥମ ଓ ଦ୍ବିତୀୟ ଫ୍ଲୋରର ଶୁଭ ଉଦ୍ଘାଟନ ହୋଇଯାଇଛି। ଆଶ୍ରମର ସମ୍ପାଦକ ଆଶୋକା ନନ୍ଦ ମହାରାଜଙ୍କ ସଭାପତିତ୍ବରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ କଳାହାଣ୍ଡି ଜିଲ୍ଲାପାଳ ପି ଅନ୍ୱେଷା ରେଡ୍ଡୀ, ସମ୍ମାନିତ ଅତିଥି ଭାବେ ଜି ଏମ୍ ଏନଟିପିସି ଲିମିଟେଡ ରଜନୀସ ରସ୍ତୋଗି, ସ୍ବାମୀ ବିରେଶା ନନ୍ଦ, ସ୍ବାମୀ ସୁକଦେବାନନ୍ଦ ଜି ମହାରାଜ, ପ୍ରିନ୍ସିପାଲ ସୁରେନ୍ଦ୍ର ମହାଖୁଡ଼ ପ୍ରମୁଖ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମ ଳରେ ଶିକ୍ଷକ ଦିଲୀପ ତ୍ରିପାଠୀ ସ୍ବାଗତ ଭାଷଣ ଦେଇଥିବାବେଳେ ଶିକ୍ଷକ ସୁରଜ କୁମାର ପୁରୋହିତ ଧନ୍ୟବାଦ ଦେଇଥିଲେ। ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କୁ ନେଇ ଘୁମୁରା, ସଙ୍ଗୀତ ଓ ଅନ୍ୟାନ୍ୟ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ବିଦ୍ୟାଳୟର ସମସ୍ତ ଶିକ୍ଷକ ଓ ସହକର୍ମୀମାନେ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ।