ଭାରତର ଚିନ୍ତା ବଢାଇଲା ଚାଇନିଜ୍ ବ୍ୟାକ୍ଟେରିଆ

ଓଡ଼ିଆ ବାର୍ତ୍ତା/ ନୂଆଦିଲ୍ଲୀ: କରୋନା କ୍ଷତ ଏବେ ବି ଦେହ ଆଉ ମନରୁ ଶୁଖିନି । ପୁଣି ଆଖି ଦେଖାଇଲାଣି ଆଉ ଏକ ନୂଆ ବ୍ୟାକ୍ଟେରିଆ । ଏ ନୂଆ ବ୍ୟାକ୍ଟେରିଆ ମଧ୍ୟ ଚୀନ ଆମଦାନୀ । ଏହି ନୂଆ ବ୍ୟାକ୍ଟେରିଆ ଏବେ ଭାରତର ଚିନ୍ତା ବଢାଇ ଦେଇଛି । ଭାରତରେ ଏହି  ନୂଆ ଚାଇନିଜ ବ୍ୟାକ୍ଟେରିଆ ମାଇକ୍ରୋପ୍ଲାଜମା ନିମୋନିଆ ରୋଗୀ ଦେଖିବାକୁ ମିଳିଛନ୍ତି । ଏହି ବ୍ୟାକ୍ଟେରିଆ ବିଶେଷ କରି ଛୋଟ ଛୁଆଙ୍କୁ ଆକ୍ରାନ୍ତ କରୁଛି । ଏହାକୁ ନେଇ ଚୀନରେ ହାହାକାର ପରିସ୍ଥିତି ସୃଷ୍ଟି ହୋଇଥିବାବେଳେ ଏବେ ଦିଲ୍ଲୀ ଏମ୍ସରେ ଏପ୍ରିଲରୁ ସେପ୍ଟେମ୍ବର ମାସ ଭିତରେ ୭ ଜଣ ଏହି ରୋଗୀଙ୍କୁ ଚିହ୍ନଟ କରାଯାଇଛି । ଦିଲ୍ଲୀ ଏମ୍ସରେ ପିସିଆର ଏବଂ ଆଇଡିଏମ ଏଲିସା ନାମକ ଦୁଇଟି ପରୀକ୍ଷା ଦ୍ୱାରା ଏହି ରୋଗୀଙ୍କୁ ଚିହ୍ନଟ କରାଯାଇଛି । ଏହାଦ୍ୱାରା ଏପ୍ରିଲରୁ ସେପ୍ଟେମ୍ବର ସୁଦ୍ଧା ମାଇକ୍ରୋପ୍ଲାଜ୍ମା ନିମୋନିଆ ଆକ୍ରାନ୍ତ ୭ଟି ମାମଲା ସାମ୍ନାକୁ ଆସିଥିଲା  । ପରୀକ୍ଷାରେ ପଜେଟିଭିଟି ରେଟ ୩ ରୁ ୧୬ ପ୍ରତିଶତ ଥିବା ଜଣାଯାଇଛି । ରିପୋର୍ଟ ଅନୁସାରେ, ଭାରତରେ ମାଇକ୍ରୋପ୍ଲାଜମା ନିମୋନିଆ ଚିହ୍ନଟ କରିବା ପାଇଁ ସର୍ବେଲାନ୍ସର ଆବଶ୍ୟକତା ରହିଛି । ଏହି ସଂକ୍ରମଣର ପ୍ରାଥମିକ ଟେଷ୍ଟ ପିସିଆର ମାଧ୍ୟମରେ ହୋଇଥାଏ । ପରେ ଆଇଜିଏମ ଏଲିସାରେ ଯାଞ୍ଚ କରାଯାଇଥାଏ ଯେଉଁଥିରେ  ବାକି ୬ଟି ମାମଲା ବିଷୟରେ ଜଣାପଡି ଥାଏ । ତେବେ ଏହି ସଂକ୍ରମଣକୁ ନେଇ ଏବେ ଭାରତର ଚିନ୍ତା ବଢି ଯାଇଛି । ଏମ୍ସର ଡାକ୍ତର  ଡା. ରମା ଚୌଧୁରୀଙ୍କ କହିବା ଅନୁଯାୟୀ, ଏହି ମାଇକ୍ରୋପ୍ଲାଜମା ନିମୋନିଆକୁ ୧୫ରୁ ୨୦ ପ୍ରତିଶତ କ୍ୟମୁନିଟି ଏକ୍ୱାର୍ଡ ନିମୋନିଆ କାରଣ ବୋଲି ବି ଗ୍ରହଣ କରାଯାଏ । ଡାକ୍ତରଙ୍କ କହିବା ଅନୁଯାୟର, ଏହି ରୋଗ ସାଧାରଣତଃ ଛୋଟି ଶିଶୁ ଏବଂ ସ୍କୁଲ ଯାଉଥିବା ପିଲାଙ୍କୁ ହୋଇଥାଏ । ତେବେ ବଡମାନଙ୍କୁ ବି ଏହା ସଂକ୍ରମିତ ହୋଇଥାଏ  । ଏଥିପାଇଁ ଭିଡ ଜାଗାରୁ ଦୂରେଇ ରହିବା  ଉଚିତ  । ସଂକ୍ରମିତ ଜାଗାରେ ରହିବା ଏବଂ କାମ କରୁଥିବା ଲୋକଙ୍କ ପାଇଁ ବିପଦ ବେଶି ରହିଛି । ଏହି ରୋଗର ଲକ୍ଷଣ ଥଣ୍ଡା ପରି ଖୁବ ସାଧାରଣ । ପ୍ରଥମେ ଗଳା ଖରାପ ହେବ । ପରେ ହାଲିଆ ଲାଗିବା ସହ ଜ୍ୱର ଆସିଥାଏ । ମୁଣ୍ଡ ବିନ୍ଧା ବି ହୋଇଥାଏ । ପରେ କିଛି ସପ୍ତାହ ବା ମାସ ମାସ ଧରି ଲାଗି ରହିଥାଏ  ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.