ରେଙ୍ଗାଲପାଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷା ରଥକୁ ଭବ୍ୟ ସ୍ଵାଗତ

ଓଡ଼ିଆ ବାର୍ତ୍ତା/ ଜୟପାଟଣା (ଧନେଶ୍ଵର ପୁଞ୍ଜି): ଶିକ୍ଷା ବିଭାଗ ତରଫରୁ କଳାହାଣ୍ଡି ଜିଲ୍ଲାର ସମଗ୍ର ୧୩ ଗୋଟି ବ୍ଲକକୁ ଶିକ୍ଷା ରଥ ଭ୍ରମଣ କରୁଥିବା ବେଳେ ଆଜି ଜୟପାଟଣା ବ୍ଲକ ଅନ୍ତର୍ଗତ ରେଙ୍ଗାଲପାଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟଠାରେ ଭବ୍ୟ ସ୍ଵାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି। ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଲଲିତ କୁମାର ନାଏକଙ୍କ ତତ୍ତ୍ଵାବଧାନରେ ଏନେଇ ଆୟୋଜିତ କାର୍ଯ୍ୟକ୍ରମରେ ରେଙ୍ଗାଲପାଲି ସରପଞ୍ଚ ଐଶ୍ୱର୍ଯ୍ୟ କୁମାର ଦାସ, ବିଦ୍ୟାଳୟ ପରିଚାଳନା କମିଟିର ଅଧ୍ୟକ୍ଷ ଉମାଶଙ୍କର ଦୀପ, ସଦସ୍ୟା ରୁକ୍ମିଣୀ ପୁଝାରୀ, ବିଳାସ ଦୁର୍ଗା, ରୋହିଣୀ ପ୍ରଧାନୀ, ସଦସ୍ୟ ସୁଶିଲ କୁମାର ସାହୁ, ଭଗବାନ ଦିଶାରୀ, ଭୀମସେନ ପ୍ରଧାନୀ, ଭୋଲାନାଥ ନାଏକଙ୍କ ସମେତ ଗ୍ରାମର ଶତାଧିକ ଅଭିଭାବକ ଉପସ୍ଥିତ ରହିଥିଲେ। ବିଦ୍ୟାଳୟର ଶିକ୍ଷକ ଶଶି ଭୂଷଣ ଦଳପତି, କୋଟେଶ୍ବର ରାଓ, ଦେବାଶିଷ ମହାପାତ୍ର, ଦିବ୍ୟସୀନି ଦୁର୍ଗା, ନିବେଦିତା ବାଣୁଆ ଉଦ୍ଧବ ବାଗ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ। ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ନୃତ୍ୟଗୀତ ସହ ଶିକ୍ଷା ରଥକୁ ସ୍ଵାଗତ କରିଥିଲେ। ଏହି ଶିକ୍ଷା ରଥର ମୂଳ ଉଦ୍ଦେଶ୍ୟ ହେଲା ୬ ବର୍ଷରୁ ୧୪ ବର୍ଷର ସମସ୍ତ ଛାତ୍ରଛାତ୍ରୀ ବିଦ୍ୟାଳୟମୁଖି ହେବା ସହିତ ଏଫ୍ଏଲ୍ଏନ୍ କାର୍ଯ୍ୟକ୍ରମକୁ ସମ୍ପୁର୍ଣ୍ଣ ସଫଳ କରିବା। ଏହି କାର୍ଯ୍ୟକ୍ରମରେ ଗ୍ରାମର ଶତପ୍ରତିଶତ ସହଯୋଗ ତଥା ଉପସ୍ଥିତ ରହିଥିବାରୁ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସମସ୍ତଙ୍କୁ କୃତଜ୍ଞତା ଜ୍ଞାପନ କରିଥିଲେ। 

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.