ଜୟ ପ୍ରକାଶ ସାନ୍ଧ୍ୟ ଡିଗ୍ରୀ ମହାବିଦ୍ୟାଳୟ ଏନଏସଏସ ଶାଖା ପକ୍ଷରୁ ରକ୍ତଦାନ ଶିବିର     

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଜୟ ପ୍ରକାଶ ସାନ୍ଧ୍ୟ ଡିଗ୍ରୀ ମହାବିଦ୍ୟାଳୟ ଭବାନୀପାଟଣା ଏନଏସଏସ ଶାଖା ପକ୍ଷରୁ ଗୁରୁବାର ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ମହାବିଦ୍ୟାଳୟର ଅଧ୍ୟକ୍ଷ ଛବିଲାଲ ସାହୁ ରକ୍ତଦାନ କରି ଶିବିରର ଶୁଭ ଉଦ୍ଘାଟନ କରିଥିଲେ। ମହାବିଦ୍ୟାଳୟର ଏନଏସଏସ ଅଧିକାରୀ ପ୍ରତାପ ଚନ୍ଦ୍ର ଦାଶଙ୍କ ପରିଚାଳନାରେ ୨୨ ୟୁନିଟ ରକ୍ତ ସଂଗୃହୀତ ହୋଇଥିଲା। ଏହାକୁ ତଦାରଖ କରିବାକୁ ଜିଲ୍ଲା ମୂଖ୍ୟ ଚିକିତ୍ସାଳୟରୁ ଜୟନ୍ତୀବାଳା ନାୟକ, ଅଜିତ କୁମାର ନାୟକ, ଗିରିଶ ନାୟକ, ସଞ୍ଜିବ କୁମାର ମହାକୁଡ଼ ଓ କୃଷ୍ଣ ଚନ୍ଦ୍ର ସାହୁ ଉପସ୍ଥିତ ଥିଲେ। ମହାବିଦ୍ୟାଳୟର ଅଧ୍ୟାପକ ପରମେଶ୍ବର ମୁଣ୍ଡ, ଶୁଶାନ୍ତ କୁମାର ଦାଶ, ଶୁଭେନ୍ଦୁ କୁମାର ପାଢ଼ୀ ପ୍ରମୁଖ ଶିବିର ପରିଚାଳନାରେ ସହଯୋଗ କରିଥିବାବେଳେ ନେହେରୁ ଯୁବ କେନ୍ଦ୍ର ଜିଲ୍ଲା ସଂଯୋଜକ ପ୍ରସନ୍ନ କୁମାର ମେହେର ପରିଦର୍ଶନ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.