ସାହିତ୍ୟିକ ଜଗଦୀଶ୍ୱର ମୁଣ୍ଡ ବରିଷ୍ଠ ସହିତ୍ୟିକ ସମ୍ମାନ ଓ ବିରଞ୍ଚି ନାରାୟଣ ମୁଣ୍ଡ ସାହିତ୍ୟି ପରିଷଦ ସମ୍ମାନ ପାଇବେ
ଓଡିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ୧୦ ଡିସେମ୍ବର ୨୦୨୩ ରବିବାର ଦିନ ଅଖିଳ ଭାରତୀୟ ସାହିତ୍ୟ ପରିଷଦ, ଓଡ଼ିଶା, ମା ମାଣିକେଶ୍ୱରୀ, କଳାହାଣ୍ଡି ଶାଖାର ଦ୍ଵିତୀୟ ସ୍ୱନକ୍ଷତ୍ର ଦିବସ ପାଳନ କରାଯିବ l ଏହି ଦିନ କଳାହାଣ୍ଡିର ପ୍ରଥମ ସହିଦ ରେଣ୍ଡୋ ମାଝୀଙ୍କ ବଳିଦାନ ଦିବସ । ଏହି ଅବସରରେ ସାହିତ୍ୟ ସାଧନା କ୍ଷେତ୍ରରେ ଅଗ୍ରଣୀ ସାହିତ୍ୟିକ ଜଗଦୀଶ୍ୱର ମୁଣ୍ଡ ବରିଷ୍ଠ ସହିତ୍ୟିକ ସମ୍ମାନ ଓ ବିରଞ୍ଚି ନାରାୟଣ ମୁଣ୍ଡ ସାହିତ୍ୟି ପରିଷଦ ସମ୍ମାନ ପାଇବେ l ଯୁବ ସାହିତ୍ୟିକ ସମ୍ମାନ ପାଇଁ ଆଶୁତୋଷ ପୁରୋହିତ ଓ ମୟୁରୀ ଦାଶ ମନୋନୀତ ହୋଇଥିବା ବେଳେ ସାହିତ୍ୟ ସଙ୍ଗଠକ ସମ୍ମାନରେ ସମ୍ମାନିତ ହେବେ କବି ପ୍ରତାପ ଚନ୍ଦ୍ର ପଣ୍ଡା l ଏହି ଉତ୍ସବରେ କଳାହାଣ୍ଡି ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ତଥା ଲେଖକ ଡାକ୍ତର ନିହାରେନ୍ଦ୍ର କୁମାର ପଣ୍ଡା, କୋରାପୁଟ କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟର ଓଡ଼ିଆ ଓ ଭାଷା ସାହିତ୍ୟ ବିଭାଗ ମୁଖ୍ୟ ଡ. ରୁଦ୍ରାଣୀ ମହାନ୍ତି, ବଲାଙ୍ଗୀରର ବରିଷ୍ଠ ସାହିତ୍ୟିକ ତଥା ସାହିତ୍ୟ ପରିଷଦର ଆଜୀବନ ସଦସ୍ୟ ରାମଚନ୍ଦ୍ର ପଟେଲ, ମାଁ ମାଣିକେଶ୍ବରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ସତ୍ୟନାରାୟଣ ମୁଣ୍ଡଛିନା, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ହେମନ୍ତ କୁମାର ମୁଣ୍ଡ ପ୍ରମୁଖ ଅତିଥି ଭାବରେ ଯୋଗ ଦେଇ ସାହିତ୍ୟରେ ସ୍ଵଜାଗରଣ ଶୀର୍ଷକ ଆଲୋଚନା ସହିତ ପରିଷଦର ଦ୍ଵିମାସିକ ମୁଖପତ୍ର ମାଣିକ୍ୟବର୍ଣ୍ଣା ଜନ ଜାତି ଗୌରବ ବିଶେଷାଙ୍କକୁ ପାଠାକାର୍ପଣ ଓ ସମୀକ୍ଷା କରିବେ l ଏହି ଅବସରରେ ପ୍ରଣାମ ରେଣ୍ଡୋ ମାଝୀ ଶୀର୍ଷକ କବିତା ଆସର ଅନୁଷ୍ଠିତ ହେବ l ଏହି ଉତ୍ସବରେ ଜିଲ୍କାର ସମସ୍ତ ସାହିତ୍ୟ ସଂସଦର ସାହିତ୍ୟିକ ଓ ସଙ୍ଗଠକ ଯୋଗଦେଇ କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ଜିଲ୍ଲା ସଂଯୋଜକ ମନୋଜ କୁମାର ନାୟକ ନିବେଦନ କରିଛନ୍ତି l