ନୂଆ ଓ ଯୁବ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମ

ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): କୋକସରା ବ୍ଲକ ସଦର ମହକୁମା ପଞ୍ଚାୟତ ସମିତି ଡିଗ୍ରୀ ମହାବିଦ୍ୟାଳୟଠାରେ ଚାଲିଥିବା ନୂଆ ଓ ‘ଯୁବ ଓଡ଼ିଶା ନବୀନ ଓଡ଼ିଶା’ କାର୍ଯ୍ୟକ୍ରମର ପଞ୍ଚମ ଦିନରେ କଲେଜ ଅଧ୍ୟକ୍ଷ ପୁଷ୍ପରାଜ ମେହେରଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ମନ୍ତ୍ରୀ ତଥା ଜିଲ୍ଲା ବିଜେଡ଼ି ସଭାପତି ପୁଷ୍ପେନ୍ଦ୍ର ସିଂ ଦେଓ ଯୋଗଦେଇ ଥିଲେ। ସମ୍ମାନୀତ ଅତିଥି ଧର୍ମଗଡ଼ ବିଧାୟକଙ୍କ କୋକସରା ପ୍ରତିନିଧି ମାନସ ରଞ୍ଜନ ବାଗ, ଆମପାଣି ଜିଲ୍ଲା ପରିଷଦ ସଭ୍ୟ ହେମନ୍ତ ମାଝୀ, ଇଂରାଜୀ ଅଧ୍ୟାପକ ଜଗନ ଚନ୍ଦାନୀ ପ୍ରମୁଖ ମଞ୍ଚାସୀନ ହୋଇଥିଲେ। ଏହି କ୍ରମରେ ଛାତ୍ରଛାତ୍ରୀ ମାନେ ସେମାନଙ୍କର କୌଶଳ ଏବଂ କଳାତ୍ମକ ଦକ୍ଷତା ପ୍ରଦର୍ଶନ କରିଥିଲେ। କାର୍ଯ୍ୟକ୍ରମ ଜରିଆରେ ପ୍ରତ୍ୟହ ସାଂସ୍କୃତିକ, ସାମାଜିକ ଓ ବିଭିନ୍ନ ସଚେତନ ମୂଳକ କାର୍ଯ୍ୟ ଅନୁଷ୍ଠିତ ହେଉଛି। ଏହି ପରିପ୍ରେକ୍ଷୀରେ ଆଜି କୋକସରା ଅଗ୍ନିଶମ ବିଭାଗ ପକ୍ଷରୁ ଅଗ୍ନି ନିରାପତ୍ତା ସଚେତନତା ପାଇଁ କଲେଜ ପରିସରରେ ମକଡ୍ରିଲ କରାଯାଇଥିଲା। କୋକସରା ଅଗ୍ନିଶମ ବିଭାଗ ଇନର୍ଚାଜ ଓଆଇସି ପ୍ରସାନ୍ତ କୁମାର ବାଗ, ଫେଆର ମ୍ୟାନ୍ ରାଧେଶ୍ୟାମ ପ୍ରଧାନ, ମନୋଜ ବିଶ୍ବାଳ, ବାସୁଦେବ ଭୋଇ, ଶ୍ୟାମଲାଲ ଗଣ୍ଡ, ଗିରିଧାରୀ ଦଣ୍ଡସେନା ପ୍ରମୁଖ ଉପସ୍ଥିତ ରହି ଗ୍ୟାସ ସିଲିଣ୍ଡର୍ ଲିକ୍ ହୋଇ ଆକସ୍ମିକ ଅଗ୍ନିକାଣ୍ଡ ଘଟିଲେ କିପରି ତାକୁ ଲିଭାଯିବ ଏବଂ ସୁରକ୍ଷିତ କରାଯିବ ସେ ସଂପର୍କରେ ମକ୍‌‌ଡ୍ରିଲ ଜରିଆରେ ପ୍ରଦର୍ଶନ କରିଥିଲେ। କାର୍ଯ୍ୟକ୍ରମକୁ ଅଧ୍ୟାପକ ଐରୀ ନାଶନ ଚିନ୍ଦା ପରିଚାଳନା କରିଥିବାବେଳେ ଅଧ୍ୟାପିକା କନକ ମଞ୍ଜୁରୀ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ। ମହାବିଦ୍ୟାଳୟର କର୍ମଚାରୀ ଜିତେନ୍ଦ୍ର କୁମାର ପ୍ରଧାନୀ, ସୁନିଲ ପ୍ରଧାନୀ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.