ଅଦିନିଆ ବର୍ଷା: ଚାଷୀ ମୁଣ୍ଡରେ ଚଡକ

ଓଡ଼ିଆ ବାର୍ତ୍ତା/ ସୋନପୁର (ସର୍ଜନ କୁମାର ପାଣ୍ଡେ): ବାତ୍ୟା ଭାଙ୍ଗିଦେଇଛି ଚାଷୀର ମେରୁଦଣ୍ଡ। ସୋନପୁର ବ୍ଲକ ଅନ୍ତର୍ଗତ ଲଛିପୁର, ଛକୋରମାଲ, ରେଙ୍ଗାଲି, ଖଲିଆପାଲି ଗ୍ରାମ ପଞ୍ଚାୟତ ଗୁଡିକରେ ଅଦିନିଆ ବର୍ଷା ଯୋଗୁଁ ଚାଷୀ କ୍ଷତିଗ୍ରସ୍ତ ହୋଇଛନ୍ତି। ଶହଶହ ହେକ୍ଟର ଚାଷଜମିର ଅମଳ ଧାନ ଭିଜି ନଷ୍ଟ ହୋଇଯାଇଛି। ଚାଷୀ ଅନେକ ଧାର କରଜ କରି ଚାଷ କରିଥିବା ବେଳେ ଅମଳ ସମୟରେ ଅଦିନିଆ ବର୍ଷା କାଳ ସାଜିଛି।  ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଇ କ୍ଷୟକ୍ଷତି ହୋଇଥିବା ଚାଷୀମାନଙ୍କୁ କ୍ଷତି ପୂରଣ ଯୋଗାଇ ଦେବାକୁ ଦାବି ହେଉଛି।  

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.