ବୋରଭଟା ୟୁପି ସ୍କୁଲରେ ମଧୁ ବର୍ଣ୍ଣବୋଧ ବଣ୍ଟନ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଭବାନୀପାଟଣା ବ୍ଲକ ଅନ୍ତର୍ଗତ ବୋରଭଟା କ୍ଳଷ୍ଟରର ବୋରଭଟା ୟୁପି ସ୍କୁଲଠାରେ ଛବିଳ ମଧୁ ବର୍ଣ୍ଣବୋଧ ବଣ୍ଟନ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ଏଥିରେ ସିଆରସିସି ଧନଞ୍ଜୟ ସାହୁ ଯୋଗଦେଇ ପୁସ୍ତକଗୁଡ଼ିକୁ ପ୍ରଥମ ଶ୍ରେଣୀରେ ପଢ଼ୁଥିବା ଛାତ୍ରଛାତ୍ରୀଙ୍କୁ ବଣ୍ଟନ କରିଥିଲେ। ଏହି ସମୟରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଜୟପାଲ ଶବର, ସହ ଶିକ୍ଷୟିତ୍ରୀ ପୁଷ୍ପଲତା ବେହେରା ଓ ନିବେଦିତା ଜେନା ଉପସ୍ଥିତ ଥିଲେ। ସୂଚନାଯୋଗ୍ୟ ଯେ ବହିଗୁଡିକୁ ଟାଙ୍ଗୀର ସ୍ୱେଚ୍ଛାସେବୀ ପ୍ରମୋଦ ବେହେରା ନାମକ ଜଣେ ବ୍ୟକ୍ତି ଯୋଗାଇଥିବା ବେଳେ ନୋଡାଲ ସିଆରସିସି ବିଶ୍ୱଜିତ ରାଏ ସଂଯୋଜନା କରୁଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.