୪ ଦିନରେ ରାୟଗଡା ଜିଲ୍ଲାର ବିଭିନ୍ନ ପ୍ରକଳ୍ପ ପରିଦର୍ଶନ କଲେ ମିଶନ ଶକ୍ତି ଉପଦେଷ୍ଠା

ମିଶନ ଶକ୍ତିରେ ମହିଳାଙ୍କ ଉନ୍ନତି ଦେଖି କଲେ ପ୍ରଶଂସା

ଓଡ଼ିଆ ବାର୍ତ୍ତା/ ରାୟଗଡ଼ା (ଶିବ ନାରାୟଣ ଗୈାଡ: ମିଶନ ଶକ୍ତି ଉପଦେଷ୍ଟା ଡଃ. ଲୋପାମୁଦ୍ରା ବକ୍ସିପାତ୍ର ଚାରି ଦିନିଆ ରାୟଗଡ଼ା ଜିଲ୍ଲା ଗସ୍ତରେ ଆସି ବିଭିନ୍ନ ପ୍ରକଳ୍ପ ବୁଲି ଦେଖିବା ସହ ମିଶନ ଶକ୍ତି ମାଧ୍ୟମରେ ହଜାର ହଜାର ମହିଳାମାନେ ସ୍ୱାବଲମ୍ବୀ ହୋଇ ପାରିଥିବାରୁ ଖୁସିବ୍ୟକ୍ତ କରିଛନ୍ତି। ଶୁକ୍ରବାର ଜିଲ୍ଲା ଗସ୍ତର ଶେଷ ଦିନରେ ରାୟଗଡା ଓ ଗୁଡାରି ବ୍ଲକରେ ବିଭିନ୍ନ ପ୍ରକଳ୍ପ ପରିଦର୍ଶନରେ ଯାଇଥିଲେ। ରାୟଗଡାର ସ୍ଥାନୀୟ ବିଜୁ ପଟ୍ଟନାୟକ ଅଡିଟରୀୟମ ଠାରେ ରାୟଗଡା ପୌରାଞ୍ଚଳ ଓ ବ୍ଲକରେ ମିଶନ ଶକ୍ତିର ଏସଏଚଜି ଗ୍ରୁପର ଶତାଧିକ ମହିଳା ସଦସ୍ୟାଙ୍କ ସହ ସିଧାସଳଖ ଆଲୋଚନା କରିଥିଲେ। ରାଜ୍ୟ ସରକାରଙ୍କ ମିଶନ ଶକ୍ତି କାର୍ଯ୍ୟକ୍ରମ ମାଧ୍ୟମରେ ଏସଏଚଜି ଗ୍ରୁପର ସଦସ୍ୟା ମାନେ ବ୍ୟାଙ୍କରୁ ଋଣ ଆଣି ତାକୁ ପରିଶୋଧ କରି ନିଜେ ସ୍ୱାବଲମ୍ବୀ ହେବା ସହ ନିଜ ପରିବାରର ଆର୍ଥିକବସ୍ଥାରେ ସହାୟକ ହୋଇ ପାରୁଛନ୍ତି ବୋଲି ବକ୍ତବ୍ୟ ରଖିଥିଲେ। ଏହି କାର୍ଯ୍ୟକ୍ରମରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ସରସ୍ବତୀ ମାଝୀ, ଜିଲ୍ଲା ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ଅନୁସୂୟା ମାଝୀ, ଅତିରିକ୍ତ ଜିଲ୍ଲା ପରିଷଦ ଉନ୍ନୟନ ଅଧିକାରୀ, ଏବିଡ଼ିଓ କାଳୁ ଚରଣ ନାୟକ, ଭାରପ୍ରାପ୍ତ ମିଶନ ଶକ୍ତି ଡିପିସି ହେମନ୍ତ ବାଗ, ରାୟଗଡା ସିଡିପିଓ, ସୁରକ୍ଷା ଅଧିକାରୀଙ୍କ ସମେତ ଅନ୍ୟମାନେ ଉପସ୍ଥିତ ରହିଥିଲେ। ପରେ ଉପଦେଷ୍ଠା ଗୁଡାରି ବ୍ଲକ ଗସ୍ତରେ ଯାଇ ପଞ୍ଚାୟତ ସମିତି କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଗୁଡାରି ଏନଏସି ଓ ବ୍ଲକରେ ଥିବା ଏସଏଚଜି ଗ୍ରୁପମାନଙ୍କ ସହ ଆଲୋଚନା କରି ଅନ୍ୟମାନଙ୍କ ପାଇଁ ପ୍ରେରଣା ସାଜିବାକୁ ଆହ୍ୱାନ କରିଥିଲେ। ସେଠାରୁ ସେ ଗୁଡାରିର ମୋ ଖତ ପ୍ରକଳ୍ପ ପରିଦର୍ଶନ କରିବାକୁ ସହ ଏହି ଯୋଜନାରେ ଲାଭବାନ ହୋଇଥିବା ଏସଏଚଜି ଗ୍ରୁପ ମହିଳା ସଦସ୍ୟାଙ୍କ ଆଲୋଚନା କରିବା ପରେ ଭୁବନେଶ୍ୱର ଫେରି ଯାଇଥିଲେ। ଉପଦେଷ୍ଠା ଜିଲ୍ଲାର କୋଲନରା, ବିଷମକଟକ, ମୁନିଗୁଡା, ଚନ୍ଦ୍ରପୁର ବ୍ଲକ ପରିଦର୍ଶନ କରିବା ସହ ଆୟୋଜିତ ବୈଠକରେ ଯୋଗ ଦେଇ ମିଶନ ଶକ୍ତି ଦ୍ୱାରା ପରିଚାଳିତ ସ୍ୱୟଂ ସହାୟକ ଗୋଷ୍ଠୀ ସହିତ ସରକାରଙ୍କ ଯୋଜନା କିଭଳି ଆଗକୁ ବଢିବ ମତାମତ ଗ୍ରହଣ କରିଥିଲେ। ଏଥିସହ ମିଶନଶକ୍ତି ଦ୍ବାରା ଷ୍ଟ୍ରବେରୀ ଚାଷ ବିଷମକଟକ ଠାରେ ଦେଖିବା ପରେ ରାମନାଗୁଡା ବ୍ଲକ କରଡ଼ା ଠାରେ ପ୍ରସ୍ତୁତ ହେଉଥିବା ମିଶନଶକ୍ତି ଦ୍ବାରା ତେନ୍ତୁଳି କେକ୍, ଝାଡ଼ୁ ପ୍ରସ୍ତୁତି ଦେଖିଥିଲେ। ସେହିଭଳି କୋଲନରା ବ୍ଲକ ପାଲିପିଣ୍ଡା ଗ୍ରାମର ଏସ ଏଚ ଜି ମାନଙ୍କ ଦ୍ୱାରା ପରିଚାଳିତ କୁକୁଡ଼ା ଫାର୍ମ ପରିଦର୍ଶନ କରିଛନ୍ତି। ରାଜ୍ୟ ସରକାରଙ୍କ ପକ୍ଷରୁ ଯୋଜନା ରାଜ୍ୟର କୋଣ ଅନୁକୋଣରେ ଥିବା ମହିଳା ମାନଙ୍କ ବିକାଶ କରାଯାଇ ପାରିବ ସେମାନେ କେଉଁ ପରି ଭାବେ ମୁଖ୍ୟ ସ୍ରୋତ ରେ ସାମିଲ ହୋଇ ନିଜେ ସ୍ୱାବଲମ୍ବୀ ହୋଇ ଆତ୍ମନିର୍ଭରଶୀଳ ହୋଇ ମିଶନ ଶକ୍ତି ବିଭାଗ ସହାୟତାରେ ଯୋଗାଇ ଦିଆ ଯାଉଥିବା, ଲକ୍ଷାଧିକ ଟଙ୍କାର ବ୍ୟାଙ୍କ ଋଣ ଗ୍ରହଣ କରି ବିନା ସୁଧରେ ପରିଶୋଧ କରିବା ଏବଂ ସ୍କୁଟି ଯୋଜନା ଆଦି ସହ ମହିଳା ମାନଙ୍କ ପାଇଁ ମିଶନ ଶକ୍ତି ମାଧ୍ୟମରେ ରାଜ୍ୟ ସରକାରଙ୍କ ପକ୍ଷରୁ ଯୋଗାଇ ଦିଆ ଯାଉଥିବା ସମସ୍ତ ପ୍ରକାର ସହାୟତା ବିଷୟରେ ଆଲୋଚନା କରିବା ସହ ସିଆରପି, ଏମବିକେ ମାନଙ୍କୁ ରାଜ୍ୟସରକାରଙ୍କ ସମସ୍ତ ଯୋଜନା ସମ୍ବନ୍ଧରେ ସୂଚନା ପ୍ରଦାନ କରିଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.