ନୂଆ ଓ ଯୁବ ଓଡିଶା ନବୀନ ଓଡିଶାର ସାଂସ୍କୃତିକ କାର୍ଯ୍ୟକ୍ରମ ଉଦଘାଟିତ

ଓଡ଼ିଆ ବାର୍ତ୍ତା/ ନୂଆପଡ଼ା (ରାହୁଲ ବାଗ): ନୂଆପଡା ସହର ନେସନାଲ କାଜେଲ ଠାରେ ନୂଆ-ଓ ଯୁବ ଓଡିଶା ନବୀନ ଓଡିଶା ର ସାଂସ୍କୃତିକ କାର୍ଯ୍ୟକ୍ରମ ଉଦଘାଟିତ ହୋଇ ଯାଇଛି। ଏହି ଉଦ୍ଘାଟନୀ କାର୍ଯ୍ୟକ୍ରମ ରେ ବିଜେଡି ରାଜ୍ୟ ସାଧାରଣ ସମ୍ପାଦକ ଭୈରବ ସାହୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ କଲେଜ ପରିଚାଳନା କମିଟି ସଭାପତି କ୍ଷିତୀଶ ବୋଧଙ୍କର, ଜାମପାଣି ସମିତି ସଭ୍ୟ ଚୁନୀଲଲା ସାହୁ, ମିଷ୍ଟର ଇଣ୍ଡିଆ-୨୦୦୮ ସନ୍ତୋଷ ମହାନ୍ତି, କଲେଜ ଅଧକ୍ଷ ହିତେଶ ସାହୁ, ନରସିଂହ ସାହୁ, ସଂସ୍କୃତିକ କାର୍ଯ୍ୟକ୍ରମ ମୁଖ୍ୟ ନନ୍ଦିନୀ ମଞ୍ଜରୀ ହୋତା, ସାମାଜିକ କାର୍ଯ୍ୟକ୍ରମ ମୁଖ୍ୟ ମମତା ପଟ୍ଟନାୟକ, ଅଧ୍ୟାପକ ବୈଦନାଥ ଗଡତିଆ ପ୍ରମୁଖ ମଞ୍ଚାସିନ ଥିଲେ। କାର୍ଯ୍ୟକ୍ରମ ର ପ୍ରଥମାର୍ଧେ ଅତିଥି ଗଣ ଦୀପ ପ୍ରଜ୍ବଳନ କରିଥିଲେ। ପରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ଏଥିରେ କଲେଜ ର ଅନେକ ଛାତ୍ରୀଛାତ୍ର ଅଂଶଗ୍ରହଣ କରିଥିଲେ। ସାଂସ୍କୃତିକ କାର୍ଯ୍ୟକ୍ରମ ରେ ଗୀତ, ନାଚ ପରିବେଷଣ କରାଯାଇ ଥିଲା। କାର୍ଯ୍ୟକ୍ରମରେ ସଚିନ ବାବୁ ମଞ୍ଚ ପରିଚାଳନା କରିଥିଲେ। ନୋଡାଲ ଅଫିସର ଭାବେ ପିଟି ଅଧ୍ୟାପକ ପ୍ରକାଶ କୁମାର ସାହୁ ଏବଂ ଡ଼ ପ୍ରମୋଦ କୁମାର ରାଉତଙ୍କୁ ଦାଇତ୍ୱ ପ୍ରଦାନ କରାଯାଇ ଥିଲା। କଲେଜର ସମସ୍ତ ଅଧ୍ୟାପକ, ଅଧ୍ୟାପିକା ଏବଂ କର୍ମଚାରୀ ଏହି କାର୍ଯ୍ୟକ୍ରମରେ ବିଶେଷ ଭାବେ ସହଯୋଗ ପ୍ରଦାନ କରିଥିଲେ। ଭୁବନେଶ୍ୱରରୁ ଅତିଥି ଭାବେ ଆସିଥିବା ଏକାଉଣ୍ଟ ଅଫିସର ଜୁମର ମାଝୀ ଅବଜର୍ଭର ଭାବେ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.