ବ୍ଲକ ପରିସରରେ ବିଧବା ଉର୍ମିଳାଙ୍କ ଆଶ୍ରୟ ଘଟଣା, ଥଇଥାନ କଲା ପ୍ରଶାସନ

ଓଡ଼ିଆ ବାର୍ତ୍ତା ପ୍ରଭାବ

ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): କୋକସରା ବ୍ଲକ ସାନପୋଡ଼ାଗୁଡା ପଞ୍ଚାୟତ କଲୋନୀପଡ଼ାର ଜଣେ ଅସହାୟ ବିଧବା ମହିଳା ଉର୍ମିଳା କୋକସରା ବ୍ଲକ କାର୍ଯ୍ୟାଳୟ ପରିସରରେ ଥିବା ବାଇକ୍ ଷ୍ଟାଣ୍ଡରେ ଆଶ୍ରୟ ନେଇଥିବା ଘଟଣା ସର୍ବ ପ୍ରଥମ ଓଡ଼ଆ ବାର୍ତ୍ତାରେ ଡିସେମ୍ବର ୧୧ ସୋମବାର ଦିନ ଖବର ପ୍ରକାଶିତ ହୋଇଥିଲା। ଏହାପରେ ମଙ୍ଗଳବାର ବ୍ଲକ ପ୍ରଶାସନ ପକ୍ଷରୁ ତତ୍ପରତା ଦେଖେଇ ବିଧବା ମହିଳାଙ୍କୁ ଉଦ୍ଧାର କରି ଧର୍ମଗଡ଼ ସ୍ଥିତ ଯଶୋଦା ଆଶ୍ରମରେ ଥଇଥାନ କରିଥିବା ଜଣାପଡିଛି। ସୂଚନାନୁସାରେ ସାନପୋଡ଼ାଗୁଡା ପଞ୍ଚାୟତର କଲୋନୀ ପଡ଼ାର ଉର୍ମିଳା ଦେଇ ୪ବର୍ଷ ତଳେ ସ୍ବାମୀଙ୍କ ମୃତ୍ୟୁପରେ ଏକାକୀ ହୋଇଥିଲେ। ସେହି ସମୟରେ ସେ ତାଙ୍କ ନବ ଜନ୍ମିତ ଶିଶୁ ପୁତ୍ରକୁ ମଧ୍ୟ ଅନାଥାଶ୍ରମକୁ ଟେକି ଦେଇଥିଲେ। ପରେ କିଛି ବ୍ୟକ୍ତି ଉର୍ମିଳା ରହୁଥିବା ଘରକୁ ଭାଙ୍ଗିଦେବା ସହ ତାଙ୍କୁ ତଡି ଦେଇଥିଲେ। ଅନ୍ୟପକ୍ଷରେ ସେ ରାସନ୍ କାର୍ଡ, ବିଧବା ଭତ୍ତା କିମ୍ବା ଅନ୍ୟ କୌଣସି ସରକାରୀ ଯୋଜନାର ଲାଭ ପାଇନପାରି ଜୀବନ ବିକଳରେ ବ୍ଲକ କାର୍ଯ୍ୟାଳୟ ପରିସରରେ ଆଶ୍ରୟ ନେଇଥିଲେ। ଏନେଇ ଏକ ସଚେତନ ଗଣମାଧ୍ୟମ ଭାବେ ‘ଓଡ଼ିଆ ବାର୍ତ୍ତା’ରେ ଏକ ଶୀର୍ଷକ ଖବର ‘ଛାତିରେ ଛାତିଏ କୋହ ନେଇ ବଞ୍ଚିଛନ୍ତି ବିଧବା ଉର୍ମିଳା’ ପ୍ରସାରିତ ହେବା ପରେ ମଙ୍ଗଳବାର ବ୍ଲକ ପ୍ରଶାସନ ପକ୍ଷରୁ ତତ୍ପରତା ଦେଖେଇ ବିଧବା ଉର୍ମିଳାଙ୍କୁ ଅନାଥଶ୍ରମରେ ଥଇଥାନ ସହ ଭରଣ ପୋଷଣ ପାଇଁ କୋକସରା ବ୍ଲକ ପ୍ରଶାସନ ପ୍ରତିଶୃତି ଦେଇଛି। କୋକସରା ବିଡ଼ିଓ ସ୍ନେହପ୍ରଭା ମାଝୀ, ବ୍ଲକ ଉପାଧ୍ୟକ୍ଷ ରାଜୀବ ଅଗ୍ରୱାଲ, ଧର୍ମଗଡ଼ ବିଧାୟକ ପ୍ରତିନିଧି ମାନସ ବାଗ, ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ଦୀପକ ବେହେରା ପ୍ରମୁଖ ବିଧବା ମହିଳାଙ୍କୁ ସାକ୍ଷାତ କରି ଧର୍ମଗଡ଼ର ଯୋଶୋଦା ଅନାଥାଶ୍ରମରେ ଥଇଥାନ କରି ଉପଯୁକ୍ତ କାଗଜାତ ସହିତ ବିଧବା ମହିଳାଙ୍କୁ ସରକାରୀ ସୁବିଧା ମୁତାବକ ବିଧବା ଭତା, ରାସନ କାର୍ଡ ଓ ଅନ୍ୟାନ୍ୟ ସୁବିଧା ଯୋଗେଇ ଦେବା ପାଇଁ ପ୍ରତିଶୃତି ଦେଇଛନ୍ତି।

Omkar Vasthu
Omkar Vasthu

 

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.