ଦାରପଟା ଠାରେ ମାଁ ହିରାନୀଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ତରଫରୁ ସାମାଜିକ ସଚେତନତା କାର୍ଯ୍ୟକ୍ରମ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ ମାଁ ହୀରାନୀଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ନୂଆ-ଓ ଯୁବ ଓଡିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମ ମାଧ୍ୟମରେ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଆସୁଛି। ଆଜି ଏହି ପରିପ୍ରେକ୍ଷୀରେ ବିଶ୍ଵନାଥପୁର ମାଁ ହୀରାନୀଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପକ୍ଷରୁ ବିଶ୍ଵନାଥପୁର ଗ୍ରାମ ପଞ୍ଚାୟତ ସ୍ଥିତ ଦାରପଟା ଗାଁ ଠାରେ ସାମାଜିକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି। ମାଁ ହୀରାନୀଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ କଙ୍କନ କୁମାର ରାଓଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବିଶ୍ଵନାଥପୁର ସରପଞ୍ଚ ସୁରଥ ମାଝୀ ଯୋଗଦେଇ ଥିବା ବେଳେ ସମ୍ମାନୀତ ଅତିଥି ଭାବେ ବିଶ୍ଵନାଥପୁର ସମିତି ସଭ୍ୟ ଅଜିତ ପ୍ରଧାନୀ, ଲାଞ୍ଜିଗଡ଼ ପିଇଡବ୍ଲୁ ମିଡ଼ିଆ ଏସୋସିଏସନ୍ ସଭାପତି ତଥା ଯୁବ ସାମ୍ବାଦିକ ନିଲେଶ କୁମାର ନାଗ, ଦାରପଟା ଗାଁ ଗୈାତିଆ ପୁରୁଷୋତ୍ତମ ଦଣ୍ଡସେନା ପ୍ରମୁଖ ମଞ୍ଚାସିନ ଥିଲେ। ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଦାରପଟା ଗାଁର ବିଭିନ୍ନ ଘର ପରିଦର୍ଶନ କରି ପଥପ୍ରାନ୍ତ ନାଟକ, ନୃତ୍ୟ, ସଙ୍ଗୀତ ପରିବେଷଣ ତଥା ବିଭିନ୍ନ ସଚେତନତାର ବାର୍ତ୍ତା ବାଣ୍ଟିଥିଲେ ଛାତ୍ରଛାତ୍ରୀ। ଏ‌ହି କାର୍ଯ୍ୟକ୍ରମକୁ କ୍ଲାଉଡ୍ ଗାଇଡ୍ ଶିକ୍ଷକ କିଶୋର ଘଡ଼େଇ ପରିଚାଳନା କରିଥିବାବେଳେ ଅଧ୍ୟାପକ ସରୋଜ କୁମାର ନାୟକ, ଅଧ୍ୟାପକ ଶରତ କୁମାର ମହାପାତ୍ର, ଅଧ୍ୟାପକ ଚିତ୍ତରଞ୍ଜନ ବାରିକ, ସଞ୍ଜୟ କୁମାର ସିଂ,ଭୁବନ ମୋହନ ସାହୁ, ଜଗତରାମ ନାଏକ, ସୁଦର୍ଶନ ପାତ୍ର, ମାଧ୍ୟମିକ ବିଦ୍ୟାଳୟର କର୍ମଚାରୀ ଟଙ୍କଧର ଦଣ୍ଡସେନା,ପି.ଆନନ୍ଦ ରାଓ, ଜୟରାମ ପାଢ଼ୀଙ୍କ ସମେତ ସମସ୍ତ ଛାତ୍ରଛାତ୍ରୀ ଓ ଗ୍ରାମବାସୀ ଉପସ୍ଥିତ ରହିଥିଲେ। ତେବେ ସାଂସ୍କୃତିକ, କ୍ରୀଡା, ସଡ଼କ ସୁରକ୍ଷା, ସାମାଜିକ ସଚେତନତା କାର୍ଯ୍ୟକ୍ରମ ଶେଷ ହୋଇଥିବା ବେଳେ ଆସନ ୧୫ ତାରିଖ ଶୁକ୍ରବାର କାର୍ଯ୍ୟକ୍ରମ ଉଦଯାପିତ ହେବ ବୋଲି ମାଧ୍ୟମିକ ବିଦ୍ୟାଳୟ ଅଧ୍ୟକ୍ଷ ଶ୍ରୀ ରାଓ ପ୍ରକାଶ କରିଛନ୍ତି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.