ନୂଆ–ଓ ‘ଯୁବ ଓଡ଼ିଶା ନବୀନ ଓଡ଼ିଶା’ କାର୍ଯ୍ୟକ୍ରମର ଉଦଯାପାନୀ ଉତ୍ସବ ଅନୁଷ୍ଠିତ

ଓଡ଼ିଆ ବାର୍ତ୍ତା/ କଲମପୁର (ଶରତ ଚନ୍ଦ୍ର ସୁନାନି): କଳାହାଣ୍ଡି ଜିଲ୍ଲା କଲମପୁର ବ୍ଲକର ମହାରାଣୀ କସ୍ତୁରିକା ମୋଦିନି ଦେବୀ ଯୁକ୍ତ ତିନି ମହାବିଦ୍ୟାଳୟ ଠାରେ ସପ୍ତାହ ବ୍ୟାପି ରାଜ୍ୟ ସରକାରଙ୍କ ଉଚ୍ଚଶିକ୍ଷା ଏବଂ କ୍ରୀଡା ଓ ଯୁବ ବ୍ୟାପାର ବିଭାଗ ତରଫରୁ ଚାଲିଥିବା ନୂଆ ଓ ‘ଯୁବ ଓଡ଼ିଶା ନବୀନ ଓଡ଼ିଶା’ କାର୍ଯ୍ୟକ୍ରମ ମଙ୍ଗଳବାର ଦିନ ଉଦଯାପିତ ହୋଇଯାଇଛି।ମହାରାଣୀ କସ୍ତୁରିକା ମୋଦିନି ଦେବୀ ଯୁକ୍ତ ତିନି ମହାବିଦ୍ୟାଳୟ ପରିଚାଳନା କମିଟିର ଅଧକ୍ଷ ପ୍ରତାପ କୁମାର ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଦଯାପାନୀ ଉତ୍ସବରେ ମୂଖ୍ୟ ଅତିଥି ଭାବେ ଧର୍ମଗଡ ବିଧାୟକ ମୌଷଧି ବାଗ ଯୋଗ ଦେଇଥିଲେ।କଲମପୁର ଗୋଷ୍ଠୀ ଉନ୍ନୟନ ଅଧିକାରୀ ବିଜୟ କୁମାର ମାଡ଼ାଙ୍ଗି, ଜିଲ୍ଲା ପରିଷଦ ସଭ୍ୟା ନିବେଦିତା ହଂସ, କଲେଜର ଅଧକ୍ଷ ହେମନ୍ତ କୁମାର ବାରିକ ପ୍ରମୁଖ ସମ୍ମାନୀତ ଅତିଥି ଭାବେ ମଞ୍ଚାସୀନ ହୋଇଥିଲେ। ଛାତ୍ରଛାତ୍ରୀ ମାନେ ସେମାନଙ୍କର କୌଶଳ ଏବଂ କଳାତ୍ମକ ଦକ୍ଷତା ପ୍ରଦର୍ଶନ ସହ ସପ୍ତାହ ବ୍ୟାପି ପ୍ରତ୍ୟହ ସାଂସ୍କୃତିକ, କ୍ରୀଡା, ସାମାଜିକ ଓ ବିଭିନ୍ନ ସଚେତନ ମୂଳକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଇଥିଲା।ଏହି ଅବସରରେ ଆଜି ଛାତ୍ର ଛାତ୍ରୀ ମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା। ମହା ବିଦ୍ୟାଳୟର ୨୦୦ ଜଣ ଛାତ୍ରଛାତ୍ରୀ ଉକ୍ତ ପ୍ରତିଯୋଗୀତାରେ ଭାଗ ନେଇଥିଲେ।କୃତୀ ପ୍ରତିଯୋଗମାନଙ୍କୁ ଅତିଥି ମାନଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା ଅଧ୍ୟାପକ ଅନ୍ତର୍ଯ୍ୟାମୀ ପରିଡ଼ା ଓ ଅଧ୍ୟାପିକା ପୁନ୍ୟତାୟା ପାଢ଼ୀ ମଞ୍ଚ ପରିଚାଳନା କରିଥିବା ବେଳେ ଅଧ୍ୟାପକ ଧରଣୀଧର ପୂଝାରୀ ଧନ୍ୟବାଦ ଅର୍ପଣ କରିଥିଲେ। କ୍ରୀଡ଼ା ଶିକ୍ଷକ ସୁରେନ୍ଦ୍ର କୁମାର ବେହେରା କ୍ରୀଡା ପ୍ରତିଯୋଗିତା ପରିଚାଳନା କରିଥିଲେ ଓ ଅନ୍ୟ ଅଧ୍ୟାପକ,କର୍ମଚାରୀ ମାନେ ଉତ୍ସବ ପରିଚାଳନାରେ ସଂପୂର୍ଣ୍ଣ ସହଯୋଗ କରିଥିଲେ। ବିଭିନ୍ନ ପ୍ରତିଯୋଗିତାରେ ଶ୍ରୁତିରେଖା ପଣ୍ଡା, ଅବନ୍ତୀ ନାଏକ, ସୁଶୀଳା ବାଗ, କସ୍ତୁରୀ ଦଳପତି, ସୁକାନ୍ତି ନାଏକ, କେତକୀ ନାଏକ, ଯଶୋଦା ଛତ୍ରିଆ, ନନ୍ଦିନୀ ବାରିକ, ସଂଜୀବନୀ ରଣା, ଉପେନ୍ଦ୍ର ମାଝୀ, ସୁମନ୍ତ ମାଝୀ, ସ୍ଵସତ୍ ରଣା, ଚୁଡ଼ାମଣି ବାଗ, ଅପରାଜିତ ମାଝୀ, ଲକ୍ଷ୍ମୀ ସୁନାନି, ପୂଜାରାଣି ବାଗ ପ୍ରମୁଖ କୃତୀ ପ୍ରତିଯୋଗୀ ମାନେ ପୁରସ୍କୃତ ହୋଇଥିଲେ। “କଲେଜ ଅଫ ଦି ୟର୍” ଶ୍ରୁତିରେଖା ପଣ୍ଡା ଓ ଚୁଡ଼ାମଣି ବାଗଙ୍କୁ ମନୋନୀତ କରାଯାଇ ପୁରସ୍କୃତ କରାଯାଇଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.