ଫୋକସ ପରିବାର ମହୋତ୍ସବ -୨୦୨୩

ପ୍ରଥମ ଅଧିବେଶନରେ ‘ଫୋକସ ପ୍ଲସ ଭାରତ’ ଉନ୍ମୋଚିତ

ଓଡ଼ିଆ ବାର୍ତ୍ତା/ ଭୁବନେଶ୍ୱର (ଲିଙ୍ଗରାଜ ମିଶ୍ର): ଉତ୍କଳ ବିଶ୍ଵବିଦ୍ୟାଳୟ ଭୁବନେଶ୍ବରର ଦିକ୍ଷାନ୍ତ ସମ୍ମିଳନୀ କକ୍ଷରେ ବୁଧବାର ଫୋକସ ପରିବାର ମହୋତ୍ସବ ଏକ ବର୍ଣ୍ଣାଢ଼୍ୟ ପରିବେଶ ମଧ୍ୟରେ ଅନୁଷ୍ଠିତ ହୋଇଛି। ‘ଫୋକସ ପ୍ଲସ’ ନିଉଜ ଚେନାଲ ତଥା ଦୈନିକ ଖବରକାଗଜ ‘ଆଞ୍ଚଳିକ ଖବର’ର ମୁଖ୍ୟ ସମ୍ପାଦକ ଡ଼. ସୁଧାଂଶୁ କୁମାର ରାଉତଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉକ୍ତ ସମାବେଶରେ ମୁଖ୍ୟ ଅତିଥି ଭାବେ ମାହାଙ୍ଗା ବିଧାୟକ ପ୍ରତାପ ଜେନା ଯୋଗଦେଇ ଉତ୍ସବର ଶୁଭ ଉଦଘାଟନ କରିଥିଲେ। ଫୋକସ ପ୍ଲସର ପଞ୍ଚମ ସ୍ଵନକ୍ଷତ୍ର ଉତ୍ସବ ଏବଂ ଆଞ୍ଚଳିକ ଖବରର ୧୫ତମ ବର୍ଷ ପୂର୍ତ୍ତି ଅବସରରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ନୂତନ ଭାବେ ଜାତୀୟ ହିନ୍ଦୀ ନିଉଜ ଚେନାଲ ‘ଫୋକସ ପ୍ଲସ ଭାରତ’ର ଶୁଭାରମ୍ଭ ହୋଇଥିଲା। ପ୍ରଥମ ଅଧିବେଶନର ମୁଖ୍ୟ ଅତିଥି ମାହାଙ୍ଗା ବିଧାୟକ ପ୍ରତାପ ଚନ୍ଦ୍ର ଜେନା, ମୁଖ୍ୟ ବକ୍ତା ଭାବେ ସାନଖେମୁଣ୍ଡି ବିଧାୟକ ରମେଶ ଚନ୍ଦ୍ର ଜେନା, ସମ୍ମାନିତ ଅତିଥି ଭାବେ ବିଶିଷ୍ଟ ସ୍ତମ୍ଭକାର ସୂର୍ଯ୍ୟମଣି ମିଶ୍ର, ବରିଷ୍ଠ ନେତା ନିଳମଣି ବିଷୋଇ, ଫୋକସ ପରିବାର ମହୋତ୍ସବର ଅଧ୍ୟକ୍ଷ ତରୁଣ କୁମାର ଦାଶ ଓ ସମ୍ପାଦକ ରଞ୍ଜନ କୁମାର ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ। ପୁରୀ ଶଙ୍କରାଚାର୍ଯ୍ୟ ପୀଠର ଶିଷ୍ୟମାନଙ୍କ ଦ୍ବାରା ବେଦପାଠ, ବିଶିଷ୍ଟ ନୃତ୍ୟଶିଳ୍ପୀ ଲିପସା ମହାପାତ୍ରଙ୍କ ଓଡ଼ିଶୀ ନୃତ୍ୟ ପରେ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଥିଲା। ଏହି ଅବସରରେ ଜୀବନବ୍ୟାପୀ ସାଧନା ପାଇଁ ଆଠମଲ୍ଲିକ ବ୍ଲକ ଫୋକସ ପ୍ଲସ ପ୍ରତିନିଧି କରୁଣାକର ନାୟକ, ସାହିତ୍ୟିକ ସୂର୍ଯ୍ୟମଣି ମିଶ୍ର, ଯାତ୍ରା ଜଗତର ବିଶିଷ୍ଟ ଖଳନାୟକ ଦାମ ପଣ୍ଡା, ସମାଜସେବୀକା ପ୍ରମିଳା ସିଂ, ପ୍ରତିମା ସିଂ ପ୍ରମୁଖଙ୍କୁ ସମ୍ମାନିତ କରାଯାଇଥିଲା। ଆଞ୍ଚଳିକ ଖବରର ସ୍ପ୍ରଵନକ୍ଷତ୍ର ବିଶେଷାଙ୍କ ଅତିଥିମାନଙ୍କ କରକମଳରେ ଲୋକାର୍ପିତ ହେବାସହ ଗଞ୍ଜାମର କଳାକାରମାନଙ୍କ ଦ୍ବାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷିତ ହୋଇଥିଲା। ଏହି ଅଧିବେଶନର ମଞ୍ଚ ପରିଚାଳନା କରିଥିଲେ ଲକ୍ଷ୍ମୀଧର ସାହୁ ଓ ତାପସୀ ଜ୍ଞାନଦର୍ଶିନୀ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.