ଅଭିଯୋଗ ମଧ୍ୟର ଘଣ୍ଟାଏ ମଧ୍ୟରେ ଦୁଇ ଅଙ୍ଗନବାଡି କୋଠା କାର୍ଯ୍ୟକ୍ଷମ

ବିଡ଼ିଓଙ୍କୁ ପ୍ରସଂସା କଲେ ଗ୍ରାମବାସୀ

ଓଡିଆ ବାର୍ତ୍ତା/ କଳାହାଣ୍ଡି (ରଜତ ବଂଶଳ): କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ବ୍ଲକ ବେହେରା ଗ୍ରାମ ପଞ୍ଚାୟତରେ ରହିଥିବା ଦୁଇଟି ଅଙ୍ଗନବାଡି କେନ୍ଦ୍ର ବୁଧବାର କାର୍ଯ୍ୟକ୍ଷମ ହୋଇଛି। ସୂଚନା ଅନୁସାରେ ବାଙ୍କିମୁଣ୍ଡା ଓ ବେହେରାର ଦୁଇଟି ଅଙ୍ଗନବାଡି କୋଠା ବିପଦ ସଂକୁଳ ଥିବା ସତ୍ତ୍ୱେ ଶିଶୁ ମାନଙ୍କୁ ପାଠ ପଢା ସହିତ ଗର୍ଭବତୀ ମାନଙ୍କୁ ଟିକାଦାନ କରାଯାଉଥିଲା,ଯାହା ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶିତ ହୋଇଥିଲ । ପ୍ରଶାସନ ଏହି ଘଟଣା କୁ ଗୁରୁତ୍ୱ ଦେଇ କୋଠା ନିର୍ମାଣ କାର୍ଯ୍ୟ ଆରମ୍ଭ କରିଥିଲା କିନ୍ତୁ ନିର୍ମାଣ ପୁରିବାକୁ ଦୀର୍ଘ ଦୁଇ ବର୍ଷ ରୁ ଅଧିକ ସମୟ ଲାଗିଯିବା ଯୋଗୁଁ, ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଶିଶୁ ଓ ମହିଳା ମାନଙ୍କ ଉଦ୍ଧେଶ୍ୟରେ ହେଉଥିବା ବିଭିନ୍ନ କାର୍ଯ୍ୟକ୍ରମ ଏକ ପ୍ରକାର ଠପ ହୋଇ ଯାଇଥିଲା । ଦୁଃଖର ବିଷୟ କୋଠା ନିର୍ମାଣ ସମାପ୍ତ ହୋଇ ଦୁଇମାସ ବିତିଯାଇ ଥିବା ସତ୍ତ୍ୱେ ଅଙ୍ଗନବାଡି କର୍ମୀଙ୍କୁ ହସ୍ତାନ୍ତର କରାଯାଉ ନ ଥିଲା। ଏନେଇ ଗ୍ରାମବାସୀ ଧର୍ମଗଡ଼ ଗୋଷ୍ଠିଉନ୍ନୟନ ଅଧିକାରୀ ଡ଼. ହିମାଞ୍ଚଳ ମାଝୀ ଙ୍କୁ ଜଣାଇଥିଲେ । ଗୋଷ୍ଠିଉନ୍ନୟନ ଅଧିକାରୀ ଅଭିଯୋଗ ର ମାତ୍ର ଘଣ୍ଟାଏ ମଧ୍ୟରେ କନିଷ୍ଠ ଯନ୍ତ୍ରୀ ଙ୍କୁ କହି ସମ୍ପୃକ୍ତ ଅଙ୍ଗନବାଡି କର୍ମୀକୁ ଅଙ୍ଗନବାଡ଼ି କୋଠା ହସ୍ତାନ୍ତର କରାଇଥିଲେ । ଧର୍ମଗଡ଼ରେ ନୂତନ ଭାବରେ ଯୋଗଦାନ କରିଥିବା ବିଡ଼ିଓ ହୀମାଞ୍ଚଳ ମାଝୀଙ୍କ କାର୍ଯ୍ୟରେ ଗ୍ରାମର ଗୋନ୍ତିଆ ଚିତ୍ତରଞ୍ଜନ ପୁଝାରି, ସମିତି ସଭ୍ୟ କିଶୋର ଚନ୍ଦ୍ର ନାଗ, ସରପଞ୍ଚ କୁମୁଦିନି ଗଇଁତା, ମାନସିଂହ ଭରତିଆ ସମେତ ଗ୍ରାମବାସୀ ଆନନ୍ଦିତ ହେବା ସହ ପ୍ରଶଂସା କରିଥିଲେ ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.