ଅବସର ନେଲେ ପ୍ରତିବେଡ଼ା ବିଦ୍ୟାଳୟର ପ୍ରଧାନଶିକ୍ଷକ :ପ୍ରାଥମିକ ଶିକ୍ଷକ ସଂଘ ତରଫରୁ ସମ୍ବର୍ଦ୍ଧନା

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଲାଞ୍ଜିଗଡ଼ ବ୍ଲକ ବନ୍ଧପାରି କ୍ଲଷ୍ଟର ସ୍ଥିତ ପ୍ରତିବେଡ଼ା ସରକାରୀ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ମହେଶ୍ୱର ନାୟକ ଦୀର୍ଘ ୩୭ ବର୍ଷ କାର୍ଯ୍ୟକାଳ ପରେ ଆଜି ନିଜ ଚାକିରୀ ଜୀବନରୁ ଅବସର ଗ୍ରହଣ କରିଛନ୍ତି। ଶ୍ରୀ ନାୟକ ଆଜି ଅବସର ନେବା ପରେ ଲାଞ୍ଜିଗଡ଼ ବ୍ଲକ ଶିକ୍ଷା ବିଭାଗ ପକ୍ଷରୁ ତାଙ୍କୁ ଅବସରକାଳୀନ ସମସ୍ତ କାଗଜାତ ଓ ଫାଇନାଲ ପେନସନ ସମ୍ପର୍କିତ ଦସ୍ତାବେଜ ହସ୍ତାନ୍ତର କରାଯାଇଥିଲା।ପୂର୍ବାହ୍ନରେ ଡଙ୍ଗାଯୋର ସପ୍ତାହିକ ବଜାର ପ୍ରାଙ୍ଗଣରେ ଅନୁଷ୍ଠିତ ନିରାଡମ୍ବର କାର୍ଯ୍ୟକ୍ରମରେ ଗୋଷ୍ଠୀ ଶିକ୍ଷାଧିକାରୀ ଋଷିଆ ମେହେର, ଅତିରିକ୍ତ ଗୋଷ୍ଠୀ ଶିକ୍ଷାଧିକାରୀ ସୁଢଳ ଦେବ ମୁଣ୍ଡ ପ୍ରମୁଖ ଉପସ୍ଥିତ ରହି କାଗଜାତ ହସ୍ତାନ୍ତର କରିଥିଲେ। ଏହାପରେ ଶ୍ରୀ ନାୟକଙ୍କ ଉଦ୍ଦେଶ୍ୟରେ ଡଙ୍ଗାଯୋର ବଜାର ପରିସରରେ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଥିଲା। ବନ୍ଧପାରି କ୍ଲଷ୍ଟର ସଂଯୋଜକ ତ୍ରିନାଥ ଶ୍ୟାମ କୁମାରଙ୍କ ତତ୍ୱାବଧାନରେ ବନ୍ଧପାରି,କାନକୁଟ୍ରୁ ଓ ପେଙ୍ଗଶୁର କ୍ଲଷ୍ଟରର ସମସ୍ତ ଶିକ୍ଷକ ଓ ଶିକ୍ଷୟିତ୍ରୀ ମାନେ ତାଙ୍କୁ ସମ୍ବର୍ଦ୍ଧନା ଜଣାଇଥିଲେ।ଏହାପରେ ଡ଼ଙ୍ଗାଯୋର ସାପ୍ତାହିକ ବଜାର ପ୍ରାଙ୍ଗଣରୁ ବନ୍ଧପାରି ସ୍ଥିତ ତାଙ୍କ ବାସଭବନ ପର୍ଯ୍ୟନ୍ତ ତାଙ୍କୁ ବାଜାବାଣ ରୋଷଣୀ ସହିତ ଏକ ବିଶାଳ ଶୋଭାଯାତ୍ରାରେ ପାଛୋଟି ନିଆଯାଇଥିଲା।ଏଥିରେ ମୁଖ୍ୟଅତିଥି ଭାବେ ପୂର୍ବତନ ଲାଞ୍ଜିଗଡ଼ ବ୍ଲକ ଅଧକ୍ଷ ଫକୀର ମୋହନ ମାଝୀ ଯୋଗଦେଇଥିବାବେଳେ ବିଶିଷ୍ଟ ଅତିଥିଭାବେ ବ୍ଲକ ଶିକ୍ଷାଧିକାରୀ ରୁଷିଆ ମେହେର,ମୁଖ୍ୟବକ୍ତା ଭାବେ ଅତିରିକ୍ତ ଗୋଷ୍ଠୀ ଶିକ୍ଷାଧିକାରୀ ସୁଢଳ ଦେବ ମୁଣ୍ଡ ଯୋଗଦେଇଥିଲେ। ଏଥିରେ ସମ୍ମାନିତ ଅତିଥିଭାବେ ଲାଞ୍ଜିଗଡ଼ ବ୍ଲକ ଏକ୍ସକ୍ୟୁାଡର ଶିକ୍ଷକ ସଂଘ ସଭାପତି ପଞ୍ଚାନନ ନାଗ,ସିଆରସିସି ଜଳନ୍ଧର ମାଝୀ,ଘାସିରାମ ମାଝୀ,କୁମାର ଗୌରବ ପରିଡ଼ା,ବରିଷ୍ଠ ଶିକ୍ଷକ ନରେନ୍ଦ୍ରନାଥ ପଟନାୟକ,ଯୁବ ସାମ୍ବାଦିକ ମଳୟ ବେନୁଆଁ ପ୍ରମୁଖ ମଞ୍ଚାସୀନ ଥିଲେ। ଏଥିରେ ସନ୍ୟାସୀ ନାହକ ସ୍ୱାଗତ ସଂଗୀତ ଗାନ କରିଥିବାବେଳେ ଜିତେନ୍ଦ୍ର କୁମାର ପାଢ଼ୀ ସଭା ପରିଚାଳନା କରିଥିଲେ।ଉକ୍ତ ସମ୍ବର୍ଦ୍ଧନା ସଭା କାର୍ଯ୍ୟକ୍ରମରେ ଶିକ୍ଷକ ସନମ ମାଝୀ, ଦିଲ୍ଲୀପ କୁମାର ପରିଛା, ମନୋଜ କୁମାର ଧଙ୍ଗଡ଼ା ମାଝୀ, ଦିଲ୍ଲୀପ କୁମାର ମହାରଣା, ପୁରନ୍ଧର ଦୋରା,ରଘୁ ମାଝୀ,ସମ୍ପଦ ରଣା,ବିନୟ ସାହୁ,ରଘୁଅରକ୍ଷିତ ସେନାପତିଙ୍କ ସମେତ ସମସ୍ତ ଶିକ୍ଷକ,ଶିକ୍ଷୟିତ୍ରୀ ଉପସ୍ଥିତ ରହି ବିଶେଷ ସହଯୋଗ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.