ରସାୟନ ବିଜ୍ଞାନ ବିଭାଗର ଯୁକ୍ତ ତିନି ଶେଷ ବର୍ଷ ଶିକ୍ଷାର୍ଥୀଙ୍କୁ ବିଦାୟ ସମ୍ବର୍ଦ୍ଧନା 

ନିଜ ଲକ୍ଷ୍ୟ ସ୍ଥିର କରି ସଫଳତାର ଶୀର୍ଷରେ ପହଞ୍ଜିବାକୁ ଛାତ୍ରଛାତ୍ରୀ ମାନଙ୍କୁ ପରାମର୍ଶ 

ଓଡ଼ିଆ ବାର୍ତ୍ତା/ ଖୋର୍ଦ୍ଧା: ବାଲୁଗାଁ ମହାବିଦ୍ୟାଳୟର ରସାୟନ ବିଜ୍ଞାନ ସମ୍ମାନ ବିଭାଗର ଶେଷ ବର୍ଷ ଶିକ୍ଷାର୍ଥୀଙ୍କ ବିଦାୟୀ ସମ୍ବର୍ଦ୍ଧନା ଉତ୍ସବ ଆଜି ବିଭାଗୀୟ ମୁଖ୍ୟ ସୁବ୍ରତ କୁମାର ତ୍ରିପାଠୀଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି। ଏନେଇ ଆୟୋଜିତ କାର୍ଯ୍ୟକ୍ରମରେ ଅତିଥି ଭାବେ ମହାବିଦ୍ୟାଳୟର ଅଧ୍ୟକ୍ଷ ଡଃ ଲକ୍ଷ୍ମୀଧର ସୁବୁଦ୍ଧି, ଯୁକ୍ତ ଦୁଇ ଅଧ୍ୟକ୍ଷ ସୁବାସ ଚନ୍ଦ୍ର ଶ୍ରୀଚ଼ନ୍ଦନ, ପ୍ରଶାସନିକ ଅଧିକାରୀ ଡ଼ଃ କୈଳାସ ଚନ୍ଦ୍ର ମହାରଣା, ପ୍ରତିଷ୍ଠାନ ଅଧିକାରୀ ସୁଧାକର ନାୟକ ପ୍ରମୁଖ ଯୋଗଦେଇ ସତ୍ୟନିଷ୍ଠା,ପରିଶ୍ରମ ଓ ଆତ୍ମବିଶ୍ୱାସ ସହ ଆଗକୁ ବଢ଼ିବା ସହ ନିଜର ଲକ୍ଷ୍ୟ ସ୍ଥିର କରି ସଫଳତାର ଶୀର୍ଷରେ ପହଞ୍ଜି ଏହି ଅନୁଷ୍ଠାନ ଓ ଅଞ୍ଚଳକୁ ଗୌରବାନ୍ବିତ କରିବା ପାଇଁ ଛାତ୍ରଛାତ୍ରୀ ମାନଙ୍କୁ ଉପଦେଶ ପ୍ରଦାନ କରିବା ସହ ରସାୟନ ବିଜ୍ଞାନ ବିଭାଗର କ୍ୟାରିୟର ସୁଯୋଗ ବିଷୟରେ ବିସ୍ତୃତ ଭାବେ ଆଲୋଚ଼ନା କରିଥିଲେ। ଶେଷ ବର୍ଷର ଛାତ୍ରଛାତ୍ରୀମାନେ ମହାବିଦ୍ୟାଳୟର ସ୍ମୃତିମୟ ଅନୁଭବ ବ୍ୟକ୍ତ କରିବା ସହ ଅଭୁଲା ମୁହୂର୍ତ୍ତଗୁଡ଼ିକୁ ସ୍ମରଣ କରିଥିଲେ। ଏହା ସହ ଦ୍ୱିତୀୟ ଓ ପ୍ରଥମ ବର୍ଷର ଛାତ୍ରଛାତ୍ରୀମାନେ ମଧ୍ୟ ନିଜ ଅନୁଭୂତି ବ୍ୟକ୍ତ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ରସାୟନ ବିଜ୍ଞାନ ବିଭାଗର ଅଧ୍ୟାପକ ଉମାକାନ୍ତ ସାହୁ, ଅଧ୍ୟାପକ ବିଶ୍ବବିଜୟୀ ଦାଶ ଓ ଡ଼େମୋନଷ୍ଟେଟର ଦୀପକ କୁମାର ପରିଡ଼ା ପ୍ରମୁଖ ଉପସ୍ଥିତ ରହି ପରିଚାଳନାରେ ସହଯୋଗ ‌କରିଥିଲେ। ଦ୍ବିତୀୟ ବର୍ଷର ଛାତ୍ରୀ ଅଙ୍କିତା ଦାଶ ସ୍ବାଗତ ଭାଷଣ ପ୍ରଦାନ କରିଥିବା ସ୍ଥଳେ ପ୍ରଥମ ବର୍ଷର ଛାତ୍ରୀ ପ୍ରତିଭା ଜାଲି ଧନ୍ୟବାଦ ଜ୍ଞାପନ କରିବା ସହ ସମସ୍ତ ଛାତ୍ରଛାତ୍ରୀ ସହଯୋଗ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.