ବିଜେଡ଼ିର ତେଣ୍ଡାପାଲି ପଞ୍ଚାୟତ ସ୍ତରିୟ କାର୍ଯ୍ୟକର୍ତ୍ତା ବୈଠକ: ଲକ୍ଷ୍ମୀ ବସ ଚଳାଚଳ ଦାବି 

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ରଜତ ବଂଶଲ): ଧର୍ମଗଡ଼ ବ୍ଲକ ବିଜେଡ଼ିର ତେଣ୍ଡାପାଲି ଗ୍ରାମ ପଞ୍ଚାୟତ ସ୍ତରିୟ ସକ୍ରିୟ କାର୍ଯ୍ୟକର୍ତ୍ତା ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଏହି ଗ୍ରାମପଞ୍ଚାୟତର ସମସ୍ୟା ସମୁହ ଉପରେ ଆଲୋଚନା ହୋଇଥିଲା। ସାନକେନ୍ଦୁ ଗୁଡ଼ା, ପଦମପୁର ଓ ଶାଗବାହାଲି ଗାଁକୁ ଓ  ବଡ ଫୁର୍ଲା ଗ୍ରାମ ପଞ୍ଚାୟତର ବଡ ଫୁର୍ଲାକୁ ଲକ୍ଷ୍ମୀ ବସ ଚାଲିବା ପାଇଁ ଦାବି ହୋଇଥିଲା। ଲକ୍ଷ୍ମୀ ବସ ନ ଆସିବାରୁ କଲେଜ ଛାତ୍ର ଛାତ୍ରୀ, ଚାଷୀ ମୂଲିଆ ମହିଳା ଓ ପୁରୁଷ ମାନେ ଧର୍ମଗଡ ଉପଖଣ୍ଡକୁ ଯିବା ଆସିବାରେ ହଇରାଣ  ହରକତ ହେବା ସହ ଅଧିକା ଖଚାନ୍ତ ହେଉଥିବା ଅଭିଯୋଗ ହୋଇଥିଲା। ଏହା ପୂର୍ବରୁ ଗତ ଅପ୍ରେଲ ୧୩ରେ ବିଜୁ ଜନତା ଦଳର ଧର୍ମଗଡ଼ ବ୍ଲକ ସଭାପତି ଡାକେ ଲହଜଲଙ୍କ ନେତୃତ୍ବରେ ଲକ୍ଷ୍ମୀ ବସ ଚଳାଚଳ ସହ ପୂର୍ବ ଭଳି ଟିକଟ ପଇସା ସ୍ଥିର କରିବା ନେଇ ଉପ ଜିଲ୍ଲାପାଳ ଓ ବିଡ଼ିଓଙ୍କୁ ଦାବିପତ୍ର ପ୍ରଦାନ କରାଯାଇଥିଲା। ପୁନର୍ବାର ଶନିବାର ଦିନ ଏସବୁ ଗାଁକୁ ଲକ୍ଷ୍ମୀ ବସ ଚାଲିବା ଓ ପୂର୍ବ ଭଳି ମହିଳା ମାନଙ୍କୁ ୫ଟଙ୍କା ପୁରୁଷ ୧୦ ଟଙ୍କା ଟିକେଟ ନେବା ପାଇଁ କଳାହାଣ୍ଡି ଜିଲ୍ଲାପାଳଙ୍କ ନିକଟରେ ଦାବିପତ୍ର ପ୍ରଦାନ କରିଛନ୍ତି ଧର୍ମଗଡ଼ ବିଜେଡି ବ୍ଲକ ସଭାପତି ଡାକେ ଲହଜଲ ଓ ଗୁଣ ଶବର। ଶିଘ୍ର ଏହି ଦାବି ପୂରଣ ନହେଲେ ଆନ୍ଦୋଳନ ଚେତାବନୀ ଦିଆଯାଇଛି। ତେବେ ଜିଲ୍ଲାପାଳ କମ୍ ଦିନ ଭିତରେ ବସ ଚାଲିବା ନେଇ ପ୍ରତିଶ୍ରୁତି ଦେଇଥିବା ଜଣାପଡିଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.