ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଲକ ଅଧିନସ୍ଥ ସର୍ଗିଗୁଡାର ବହୁ ପ୍ରସିଦ୍ଧ ୫୬ତମ ୨୪ ପ୍ରହର ନାମଯଜ୍ଞ ବୁଧବାର ଦ୍ୱିତୀୟ ଦିନରେ ପହଞ୍ଚିଛି। ଭଲ ଭଲ ନାମକରା ସଂକୀର୍ତ୍ତନ ମଣ୍ଡଳୀ ସବୁ ଆସିଥିବାରୁ ପ୍ରବଳ ରୌଦ୍ରତାପ ସତ୍ତ୍ୱେ ଏହି ନାମଯଜ୍ଞ ଆକର୍ଷଣର କେନ୍ଦ୍ରବିନ୍ଦୁ ସାଜିଛି। ଏଵଂ ଏଥିପାଇଁ ପ୍ରବଳ ଜନ ସମାଗମ ହେଊଛି। ମଧ୍ୟାହ୍ନ ଓ ରାତିରେ ଦୁଇ ସମୟରେ ଅନ୍ନଛତ୍ର ଚାଲୁଥିବାରୁ ଏଠାରେ ପ୍ରବଳ ଭକ୍ତଙ୍କ ସମାଗମ ଦେଖିବାକୁ ମିଳୁଛି। ଗ୍ରାମର ଯୁବ ଗୋଷ୍ଠୀ ସମେତ ଆବାଳ ବୃଦ୍ଧ ବନିତା ଲାଗି ପଡିଛନ୍ତି ନାମଯଜ୍ଞ ପରିଚାଳନାରେ। ଏଥିପାଇଁ ଉତ୍ସଵ ମୁଖର ହୋଇ ଉଠିଛି ସର୍ଗିଗୁଡା।
ପରିଚାଳନା ସମିତିର ସଭାପତି ଅଜୟ ନାଏକ ଓ ସମ୍ପାଦକ ଅନନ୍ତ ମାଝୀଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ନାମଯଜ୍ଞ ଅନୁଷ୍ଠିତ ହେଇଥିବା ବେଳେ କମିଟିର ବରିଷ୍ଠ ସଦସ୍ୟ ଜହରଲାଲ ବିଶ୍ଵାଳ, ଚକ୍ରଧର ସା, ଉଗ୍ରସେନ ଗୌଡ, ଖଗେଶ୍ୱର ବିଶ୍ଵାଳ, ନାରାୟଣ ମାଝୀ, ପ୍ରଦୀପ କୁମାର ନାଏକ, କିଶୋର କୁମାର ନାଏକ, ନିକୁଞ୍ଜ ନାଗ, ଲଳିତ ପଧାନ, ସଞ୍ଜୟ ନାଏକ, ରଞ୍ଜନ ବିଶ୍ୱାଳ, ବରିଷ୍ଠ ସଦସ୍ୟ ଚକ୍ରଧର ସା, ଉଗ୍ରସେନ ଗୌଡ, ମାନସ ସା, ନିହାର ନାଏକ, ରଜତ ନାଏକ,ପପୁ ନାଏକ, ଯତୀନ ସାହୁ, ଲଳିତ ପଧାନ, ଶେଷ ପଧାନ,ଗୁଲେଶ ପଧାନ, ଚିଟା, ବିନୟ ଭୋଇ, ରଜତ କୁମାର ନାଏକ, ଘନଶ୍ୟାମ ଭୋଇ, ଅର୍ଚ୍ଛୁତ ପଧାନ, ପଙ୍କଜ ପଧାନ, ମୋହନ ସାହୁ, ଶଶିଦେବ ନାଗ, ଭବାନୀ ବାଗ, ବୁଲୁ ମିଶ୍ର, ବୈଷ୍ଣବ ନାଏକ, କୃଷ୍ଣଚନ୍ଦ୍ର ପୋଢ, ଯଦୁ ମାଝୀ, ବିଦେଶୀ ବାଗ, ବିପ୍ର ବିଶ୍ୱାଳ, ଠାକୁର କୁମାର ବେହେରା,ପରମେଶ୍ୱର ବିଶ୍ୱାଳ. ଚୁଡାମଣି ଭୋଇ, କବିରାଜ କରୁଆଁ, ମାଝୀଗୌରୀ ପଣ୍ଡା, ଫକୀର ନାଗ, ସୁବୋଧ ବିଶ୍ବାଳ, ସୁରେଶ ବିଶ୍ଵାଳ ମଣ୍ଟୁ ଅଗ୍ରୱାଲା, ରତନ ଅଗ୍ରୱାଲା, ସଞ୍ଜୟ ସରାଫ, ଜୈମିନି ନାଏକ ପ୍ରମୁଖ ବିଭିନ୍ନ ଦାୟୀତ୍ୱରେ ରହି ନାମଯଜ୍ଞ ପରିଚାଳନାରେ ସହଯୋଗ କରୁଥିବା ସୂଚନା ମିଳିଛି।

ମୁଖ୍ୟ ପୂଜକ ଭାବରେ ପାକେଲ ପଡ଼ାର ପଣ୍ଡିତ ସନ୍ତୋଷ ରଥ, ଜପକ ଭାବରେ ରଶ୍ମିରଞ୍ଜନ ରଥ ଓ ବିନୋଦ ମିଶ୍ର, ପାଚକ ଭାବରେ ନାରାୟଣ ପାଢୀ ଦାୟୀତ୍ୱ ନିର୍ବାହନ କରୁଥିବା ଜଣାପଡିଛି। ଗତକାଲି ମଙ୍ଗଳବାର ଅଷ୍ଟ ପ୍ରହର ଓ ଆଜି ବୁଧବାର ୧୬ ପ୍ରହର ନାମଯଜ୍ଞ ରେ ପ୍ରବଳ ଭକ୍ତ ସମାଗମ ଦେଖିବାକୁ ମିଳୁଛି। ଆସନ୍ତା କାଲି ଗୁରୁବାର ୨୪ ପ୍ରହର ଦିନ ପ୍ରବଳ ଭକ୍ତ ସମାଗମ ହେବ ବୋଲି ଆଶା କରାଯାଉଛି। ଆମ ପରିଚାଳନା କମିଟି ତରଫରୁ ପାନୀୟ ଓ ଶୃଙ୍ଖଳାକୁ ବିଶେଷ ଗୁରୁତ୍ୱ ଦିଆଯାଉଛି ବୋଲି କହିଛନ୍ତି ପରିଚାଳନା କମିଟିର ସଭାପତି ଅଜୟ ନାଏକ।





