ପାଲା ଗାୟିକା ପ୍ରେମଲତା ସାମନ୍ତରାୟଙ୍କୁ ସମ୍ବର୍ଦ୍ଧିତ କଲେ ଗଞ୍ଜାମ ଜିଲ୍ଲାପାଳ

ଓଡ଼ିଆ ବାର୍ତ୍ତା/ ପୁରୁଷୋତ୍ତମପୁର (ପ୍ରସନ୍ନ କୁମାର ଦାଶ): ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ବ୍ଲକ ତାରାତାରିଣୀ ଛକରେ ରହୁଥିବା ପ୍ରେମଲତା ସାମନ୍ତରାୟ ଜଣେ ପ୍ରସିଦ୍ଧ ପାଲା ଗାୟିକା। ଏକ ସମ୍ଭ୍ରାନ୍ତ ଘରର ଝିଅ ପ୍ରେମଲତା ୧୪ ବର୍ଷବୟସରୁ ସତ୍ୟନାରାୟଣ ପାଲାରେ ଗୀତ ଗାଇବା ଆରମ୍ଭ କରିଥିଲେ। ଜୀବନର ବହୁ ସଂଘର୍ଷ ମଧ୍ୟରେ ସେ ଆଉ କେବେ ପଛକୁ ବୁଲି ଚାହିଁନାହାନ୍ତି। ପ୍ରେମଳତାଙ୍କ ବାହାଘର ପରେ ସ୍ୱାମୀଙ୍କୁ ଧରି ପାଲା ଆରମ୍ଭ କରିଥିଲେ।

ସେ ଝଙ୍କଡ଼ ଛାଡ଼ି ଗଞ୍ଜାମର ଇଷ୍ଟ ଦେବୀ ମାଆ ତାରାତାରିଣୀ ଙ୍କ ପିଠ ରାଇପୁର ପଞ୍ଚାୟତ ଅନ୍ତର୍ଗତ ଷୋଳଘର ଗ୍ରାମରେ ଘର କିଣି ନିଜର କର୍ମ ମୟ ଜୀବନ ଆରମ୍ଭ କରିଥିଲେ। ପରେ ଷୋଳ ଘର ପଞ୍ଚାୟତ ହୋଇଥିଲା ଏବଂ ସେ ସେଠାରୁ ଛାଡ଼ି ପୁଣି ଆଜିପର୍ଯ୍ୟନ୍ତ ତାରା ତାରିଣୀ ଛକ ନିକଟରେ ଏକ ଘର କିଣି ରହି ଆସୁଛନ୍ତି। କେବଳ ଗଞ୍ଜାମ ନୁହେଁ ବରଂ ଓଡ଼ିଶାର ବିଭିନ୍ନ ଜିଲ୍ଲା ସମେତ ଆନ୍ଧ୍ର ପ୍ରଦେଶ, ମଧ୍ୟ ପ୍ରଦେଶ ଭଳି ବିଭିନ୍ନ ରାଜ୍ୟକୁ ଯାଇ ସତ୍ୟନାରାୟଣ ପାଲା ଗୀତ ଗାଇ ନିଜ ଅଞ୍ଚଳ ପାଇଁ ସୁନାମ ଆଣିଛନ୍ତି। ତାଙ୍କୁ ମେ ପହିଲାରେ ୭୧ ବର୍ଷ ଛୁଇଁଥିବା ବେଳେ ଏହି ଅବସରରେ ତାରାତାରିଣୀ ଛକ ବଣିକ ସଂଘ ପକ୍ଷରୁ ତାଙ୍କ ଜନ୍ମ ଦିନ ପାଳନ କରିଯାଇଥିଲା। ଏକ ଷ୍ଟେଜ ଶୋ କରି ତାଙ୍କୁ ଉପଢ଼ୌକନ ଓ ଫୁଲତୋଡ଼ା ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା।

ଏହି ସମ୍ବର୍ଦ୍ଧନା ସଭାରେ ମୁଖ୍ୟ ଅତିଥି ଭାବେ ଗଞ୍ଜାମ ଜିଲ୍ଲାପାଳ ଭି.କୀର୍ତ୍ତୀ ଭାସନ, ସମ୍ମାନିତ ଅତିଥି ଭାବେ ଛତ୍ରପୁର ଉପ ଜିଲ୍ଲାପାଳ ଶୁଭାଶିଷ ବରାଳ, ଜିଲ୍ଲା ପରିଷଦ ଉନ୍ନୟନ ଅଧିକାରୀ ସମୀର କୁମାର ଜେନା, ପୁରୁଷୋତ୍ତମପୁର ତହସିଲଦାର ବିନୋଦ କୁମାର ବେହେରା, ପୁରୁଷୋତ୍ତମପୁର ଉପ ଖଣ୍ଡ ସ୍ତରୀୟ ଏସଡ଼ି ପିଓ ସୁଜିତ କୁମାର ନାୟକ ଏବଂ ମା ଶାରଳାଙ୍କ ପୀଠରୁ ତାଙ୍କ ସେବାୟତ ଆଶି ଯୋଗ ଦେଇଥିଲେ। ଖାଲି ସେତିକି ନୁହଁ ତାଙ୍କ ବାସ ସ୍ଥାନ ନିକଟରେ ଝଙ୍କଡ଼ ରୁ ଆସିଥିବା ମାଆଙ୍କ ପାଟ ସେବକ ମାଆଙ୍କ ଖଣ୍ଡୁଆ ମୂର୍ତ୍ତି ଧରି ପୂଜା ଓ ନୃତ୍ୟ ପ୍ରଦର୍ଶନ କରି ସମସ୍ତଙ୍କ ମନରେ ମାଆଙ୍କ ପ୍ରତି ଭକ୍ତି ଭାବ ଜନ୍ମେଇ ଥିଲେ। ଜିଲ୍ଲା ପ୍ରଶାସନ ଓ ବଣିକ ସଂଘ ପକ୍ଷରୁ ସମ୍ବର୍ଦ୍ଧିତ ହୋଇ ବେଶ ଖୁସି ଅଛନ୍ତି ପ୍ରେମଲତା। ଏଠାରେ ଉଲ୍ଲେଖଯୋଗ୍ୟ ଯେ, କେବଳ ପ୍ରେମଲତା ନୁହେଁ ବରଂ ତାଙ୍କ ପୁରା ପରିବାର ମଧ୍ୟ ସତ୍ୟନାରାୟଣ ପାଲା ଗୀତ ସହ ମୃଦଙ୍ଗ ଗିନି ଆଦି ବାଦ୍ୟଯନ୍ତ୍ର ବ୍ୟବହାର କରି ପାଲା ଗୀତକୁ ଆହୁରି ସୁମଧୁର କରିଥାନ୍ତି। ତାଙ୍କ ପରିବାର ସଦସ୍ୟ ମାନେ ଉଚ୍ଚଶିକ୍ଷିତ ହେଲେ ମଧ୍ୟ ବର୍ଷ ବର୍ଷର ଏହି କଳାକୁ ବଞ୍ଚାଇ ରଖିବା ପାଇଁ ଉଦ୍ୟମ ଜାରି ରହିଥିବା କହିଛନ୍ତି ପ୍ରେମଲତା। ସେପଟେ ବର୍ତ୍ତମାନର ଏହି ଆଧୁନିକ ଯୁଗରେ ସତ୍ୟନାରାୟଣ ପାଲାକୁ ବଞ୍ଚାଇ ରଖିବାରେ ତାଙ୍କର ଉଦ୍ୟମ ପ୍ରଶଂସନୀୟ। ତାଙ୍କୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଆବଶ୍ୟକୀୟ ସହାୟତା ଯୋଗାଇ ଦିଆଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ଜିଲ୍ଲାପାଳ ଭି କୀର୍ତ୍ତି ଭାସନ। ଏହାଛଡ଼ା ସତ୍ୟନାରାୟଣ ପାଲାର ପ୍ରଚାର ପ୍ରସାର ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଉଦ୍ୟମ ଜାରି ରହିଛି। ବିଭିନ୍ନ ଜିଲ୍ଲା ସ୍ତରୀୟ ସାଂସ୍କୃତିକ କାର୍ଯ୍ୟକ୍ରମ ଓ ଅନ୍ୟାନ୍ୟ କାର୍ଯ୍ୟକ୍ରମ୍ ଏ ଜିଲ୍ଲାର ଲୋକକଳା ଓ ଲୋକନୃତ୍ୟକୁ ପ୍ରାଧାନ୍ୟ ଦିଆଯାଇଛି ବୋଲି କହିଛନ୍ତି ଜିଲ୍ଲାପାଳ। ଏହି କାର୍ଯ୍ୟକ୍ରମରେ ଜିଲ୍ଲାପାଳ, ଛତ୍ରପୁର ଉପଜିଲ୍ଲାପାଳଙ୍କ ସହ ପୁରୁଷୋତ୍ତମପୁର ତହସିଲଦାର ବିନୋଦ କୁମାର ବେହେରା, ପୁରୁଷୋତ୍ତମପୁର ଏସଡିପିଓ ସୁଜିତ ନାୟକ, ତାରାତାରିଣୀ ବଣିକ ସଂଘର ସଭାପତି ରବୀନ୍ଦ୍ର ନାଥ ଦାଶ, ସୁଶାନ୍ତ ସାହୁ, ଲିଙ୍ଗରାଜ ଦାଶ, ଙ୍କ ସହ ଅନ୍ୟନ୍ୟ କର୍ମକର୍ତ୍ତା ସମସ୍ତ ସଦସ୍ୟ, ପ୍ରେମଲତାଙ୍କ ପୁରା ସ୍ଥାନୀୟ ବାସିନ୍ଦା ଯୋଗଦେଇଥିଲେ।‌ 

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.