ବୁଦ୍ଧ ପୂର୍ଣ୍ଣିମା ଅବସରରେ ଏଓଏସିଏଫ କଳାହାଣ୍ଡି ଜିଲ୍ଲା ସଭାପତିଙ୍କ ଦ୍ୱାରା ଶାଢ଼ୀ ଓ ଧୋତି ବଣ୍ଟନ 

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ପବିତ୍ର ବୁଦ୍ଧ ପୂର୍ଣ୍ଣିମା ଅବସରରେ ଅଲ ଓଡ଼ିଶା ସିଡ୍ୟୁଲ୍ଡ କାଷ୍ଟ ଫେଡେରେସନ (ଏଓଏସିଏଫ) କଳାହାଣ୍ଡି ଜିଲ୍ଲା ସଭାପତି ବୃନ୍ଦାବନ ନାଗଙ୍କ ଦ୍ୱାରା ମଦନପୁର ରାମପୁର ବ୍ଲକ ଅନ୍ତର୍ଗତ ଡ଼ମ୍ବ କର୍ଲାଖୁଣ୍ଟାର ବିଭିନ୍ନ ଗ୍ରାମରେ ରହୁଥିବା ଗରିବ ନିଷ୍ପେସିତ ମାନଙ୍କୁ  ଧୋତି ଓ ଶାଡି ବଣ୍ଟନ କରାଯାଇଛି। ଏନେଇ ଆୟୋଜିତ କାର୍ଯ୍ୟକ୍ରମରେ ମ.ରାମପୁର ବ୍ଲକ ଏଓଏସସିଏଫ ଉପ ସଭାପତି ବେଣୁ ସୁନା ଓ ତାଙ୍କ ଧର୍ମପତ୍ନୀ ବିଜୟଲଷ୍ମୀ ସୁନା, ସୁନୀଲ ଛତ୍ରିଆ, ବିଘ୍ନ ନାରାୟଣ ଜେନାଙ୍କ ସମେତ ଅନ୍ୟାନ୍ୟ ବୁଦ୍ଧିଜୀବୀମାନେ  ଉପସ୍ଥିତ ଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.