“ଘୁମୁସରର ସ୍ବର” ପକ୍ଷରୁ ୧୬୧ତମ ପୁର୍ଣ୍ଣିମା ସାହିତ୍ୟ ଆଲୋଚନା ଚକ୍ର

ଓଡ଼ିଆ ବାର୍ତ୍ତା/ ବୁଗୁଡ଼ା (କୁମୁଦ ଚନ୍ଦ୍ର ବେହେରା): ବୁଗୁଡ଼ା ବ୍ଳକ୍ ଅନ୍ତର୍ଗତ ବାଲିପଦର କାଦପଡା ତନ୍ତୁବାୟ ସମିତି କାର୍ଯାଳୟ ଠାରେ ଓଡ଼ିଆ ଭାଷା, ସାହିତ୍ୟ, କଳା ଓ ସଂସ୍କୃତି ଗବେଷଣା ପ୍ରତିଷ୍ଠାନ “ଘୁମୁସର ର ସ୍ବର” ବାଲିପଦର ପକ୍ଷରୁ ପ୍ରତିଷ୍ଠାନର ସଭାପତି ତଥା ବାଲିପଦର ଆଞ୍ଚଳିକ ବିଜ୍ଞାନ ମହାବିଦ୍ୟାଳୟର ପ୍ରାକ୍ତନ ଅଧ୍ଯକ୍ଷ ଡକ୍ଟର ବି.ପ୍ରକାଶ ଚନ୍ଦ୍ର ପାତ୍ରଙ୍କ ପୌରହିତ୍ଯରେ ୧୬୧ତମ ପୁର୍ଣ୍ଣିମା ସାହିତ୍ୟ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇ ଯାଇଛି। ବୁଦ୍ଧ ପୁର୍ଣ୍ଣିମା ଅବସରରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବାଲିପଦର ଆଞ୍ଚଳିକ ବରିଷ୍ଠ ନାଗରିକ ମଞ୍ଚର ସଭାପତି ଇଂ. ବିପ୍ର ଚରଣ ପାତ୍ର ମୁଖ୍ଯ ଅତିଥି ଭାବେ ଯୋଗଦେଇ ବିଶ୍ରୁ୍ଙ୍ଖଳିତ ସମାଜକୁ ସାହିତ୍ୟ ହିଁ ଶ୍ରୁଙ୍ଖଳିତ କରିପାରିବ। ସାହିତ୍ୟର ଗତି ହଂସ ଗତି ଭଳି, ବିଳମ୍ବ ହେଲେ ମଧ୍ଯ ମନ୍ଥର ଗତିରେ ସମାଜରେ ସୁଧାର ଆସି ପାରିବ ବୋଲି ମତବ୍ୟକ୍ତ କରିଥିଲେ। ଅନ୍ୟତମ ଅତିଥି ଭାବେ ବାଲିପଦର ହାଇସ୍କୁଲ ପ୍ରଧାନ ଶିକ୍ଷକ ଇ. ନିଳଚଳ ପାତ୍ର,ଖରିଡା ହାଇସ୍କୁଲ ପ୍ରଧାନ ଶିକ୍ଷକ ବସନ୍ତ କୁମାର ସାହୁ, ପ୍ରାକ୍ତନ ପ୍ରଧାନ ଶିକ୍ଷକ ଦ୍ବିତି କୃଷ୍ଣ ବିଶ୍ବାଳ, ଶିକ୍ଷକ ନେତା ବଂଶୀଧର ବିଷୋୟୀ,ମଞ୍ଚ ସମ୍ପାଦକ ପ୍ରକାଶ ଚନ୍ଦ୍ର ରଥ ପ୍ରମୁଖ ଯୋଗଦେଇ ବିଛିନ୍ନାଞ୍ଚଳର ଓଡ଼ିଆ ଅସ୍ମିତା ସଙ୍କଟାପର୍ଣ୍ଣ ଅବସ୍ଥାରେ ତାର ସୁରକ୍ଷା ଆବଶ୍ଯକ ବୋଲି ମତବ୍ୟକ୍ତ କରିଥିଲେ। ରାମହରି ମହାନ୍ତି, ନରସିଂହ ପାତ୍ର, ଇ. ମହେଶ୍ବର ଗୁରୁ ପ୍ରମୁଖ ସହଯୋଗ କରିଥିବା ବେଳେ ତନ୍ତୁବାୟ ସମିତି ସମ୍ପାଦକ ମଙ୍ଗୁଳି ପାତ୍ର ଧନ୍ଯବାଦ ଅର୍ପଣ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.