ଜୟପାଟଣା ବ୍ଲକ ବିପିସି ଚନ୍ଦନ ସାହୁଙ୍କ ଅକାଳ ବିୟୋଗ : ଅଂଶୁଘାତରେ ମୃତ୍ୟୁ ଅଭିଯୋଗ 

ଓଡ଼ିଆ ବାର୍ତ୍ତା/ କୋକସରା/ ଜୟପାଟଣା (ହିରଣ୍ୟ ବେହେରା | ଧନେଶ୍ଵର ପୁଞ୍ଜି): ଜୟପାଟଣା ବ୍ଲକ ଆର ଏଚ ବିଭାଗ ରେ କାର୍ଯ୍ୟରତ କର୍ମଚାରୀ ଚନ୍ଦନ ସାହୁ ଙ୍କ ଅଂଶୁଘାତ ରେମୃତ୍ୟୁ ଅଭିଯୋଗ ହୋଇଛି। ସେ ଗତ ଗୁରୁବାର ଦିନ ବ୍ଲକକାର୍ଯ୍ୟଳୟ କୁ ଡିଉଟି ଯାଇ ପ୍ରାୟ ସାଢେ ଗୋଟାଏ ପରେ ନିଜ ଗାଁ କୋକସରା ବ୍ଲକ ଚିକିଲି କୁ ଫେରିଥିଲେ। ଘର କୁ ପହଂଚି ଅସୁସ୍ଥ ଲାଗିବାରୁ ବିଶ୍ରାମ ନେଇ ଥିଲେ ପରେ କାଲି ସକାକେ ଭବାନୀ ପାଟଣା ଜିଲ୍ଲା ମୁଖ୍ୟ ଚିକିତ୍ସଳୟ କୁ ଚିକିତ୍ସା ପାଇଁ ଭର୍ତି କରି ଟିକେ ସୁସ୍ତ ହେବାପରେ ନିଜ ଗାଁ ଚିକିଲି କୁ ନେଇ ଆସିଥିଲେ ପୁଣି ସନ୍ଧ୍ୟା ରେ ଅସୁସ୍ଥତା ଅନୁଭବ କରିବାରୁ ପ୍ରଥମେ କୋକସରା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଓ ପରେ ଜୁନାଗଡ ଏକ ଘରୋଇ ନର୍ସିଙ୍ଗ ହୋମ ରେ ଚିକିତ୍ସା ପାଇଁ ଭର୍ତି କରିଥିଲେ ହେଲେ ତାଙ୍କର ଚିକିତ୍ସାଧିନ ଅବସ୍ଥାରେ ମୃତ ହୋଇ ଯାଇଛି। ତାଙ୍କର ୪ ମାସର ପୁଅ ଓ ୪ ବର୍ଷର ଝିଅ ସହ ବିଧବା ପତ୍ନୀ ରହିଛନ୍ତି। ଗାଁ ରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି। ଘାଟଣା ପରେ ଏପିଡି ଅମୁଲ୍ୟ ବାହୁକ, ଏ ଇ ସତ୍ୟନାରାୟଣ ସା ସମେତ ଜୟପାଟଣା ବ୍ଲକ ପି ଇଓ ଏଡିଓ ସମେତ ଅନ୍ୟାନ୍ୟ ଅଧିକାରୀ ସହ କର୍ମଚାରି, ବନ୍ଧୁ ପରିଜନ ଶବଧାର ରେ ସାମିଲ ହୋଇଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.