ଘରପୋଡିରେ ବାସହରା ପରିବାର ପାଖରେ ପହଞ୍ଚିଲା ପ୍ରଶାସନ

ଓଡ଼ିଆ ବାର୍ତ୍ତା/ ଥୁଆମୂଳ ରାମପୁର (ପ୍ରଦୀପ କୁମାର ପଣ୍ଡା): କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ ବାଗଡିଆଣି ଗ୍ରାମର ବିଦ୍ୟାଧର ନାଏକ ନାମକ ଜନୈକ ବ୍ୟକ୍ତିଙ୍କ ଘର ନିକଟରେ କିଛି ଲୋକ ଶୀତ ଦାଉରୁ ରକ୍ଷା ପାଇବା ପାଇଁ ଗତ ଡିସେମ୍ବର ୩୧ ତାରିଖ ଦିନ ଉହ୍ଲେଇରେ ନିଆଁ ଲଗାଇ ବସି ରହିଥିଲେ। ଅଚାନକ ଏହି ନିଆଁ ବିଦ୍ୟାଧରଙ୍କ ଘରରେ ଲାଗିଯାଇଥିଲା। ମାଟି କାନ୍ଥର ଛପର ଘର ହେଇଥିବାରୁ ତୁରନ୍ତ ଘର ଜଳିଯାଇ ଘରଭିତରେ ଥିବା ସଇକେଲ ସମେତ ବାଇକରେ ନିଆଁ ଲାଗିଯାଇଥିଲା।ବାଇକର ପେଟ୍ରୋଲରେ ସମ୍ପୂର୍ଣ ଘର ପୋଡି ପାଉଁଶ ହେଇଯାଇଥିବା ବେଳେ ପଡୋଶୀରେ ଥିବା ଯୁଗେଶ୍ଵର ନାଏକଙ୍କ ଘର ଆଂଶିକ ଭାବେ ପୋଡି ଥିବା ଯାଇ ତାଙ୍କ ଘର ଭିତରେ ଥିବା ଆସବାବ ପତ୍ର ପୋଡି ଯାଇଥିଲା। ଗଣମାଧ୍ୟମରେ ପ୍ରକାଶ ପରେ ସୂଚନା ଅନୁଯାୟୀ ବୁଧବାର ଥୁଆମୁଳ ରାମପୁର ତହସିଲଦାର କବିରାଜ ପ୍ରଧାନ ଏବଂ ବିଡ଼ିଓ ଧ୍ରୁବ ଚରଣ ମୁଦୁଲି ଘଟଣା ସ୍ଥଳ ପରିଦର୍ଶନ କରି ପୀଡିତ ପରିବାର ପାଖରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଥିଲେ। କ୍ଷୟକ୍ଷତିର ଆକଳନ ପୁର୍ବକ ସରକାରୀ ସହାୟତା ପ୍ରଦାନ କରାଯିବ ବୋଲି ତହସିଲଦାର ଶ୍ରୀ ପ୍ରଧାନ ଜଣାଇଥିବା ବେଳେ ବ୍ଲକ ପ୍ରଶାସନ ପକ୍ଷରୁ ବିଡ଼ିଓ ଶ୍ରୀ ମୁଦୁଲି ଖାଦ୍ୟ ସାମଗ୍ରୀ ସହିତ ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.