ପଏଁରୀ ତିହାର ଉଦଯାପିତ

ଓଡ଼ିଆ ବାର୍ତ୍ତା/ ସୁବର୍ଣ୍ଣପୁର (ରାଜ କିଶୋର ତ୍ରିପାଠୀ): ସୋନପୁରର ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ପଏଁରୀର ଜାତୀୟ ପାରମ୍ପରିକ ଲୋକ ନୃତ୍ୟ ଓ ସଙ୍ଗୀତ ମହୋତ୍ସବ ବୁଧବାର ରାତିରେ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ସହ ଉଦଯାପିତ ହୋଇଛି। ଉଦଯାପନୀ ସନ୍ଧ୍ୟାରେ ମୁଖ୍ୟ ଅତିଥି ଭାବରେ ରାଜ୍ୟ ସ୍ଵାସ୍ଥ୍ୟ ମନ୍ତ୍ରୀ ନିରଂଜନ ପୁଝାରୀ, ସମ୍ମାନୀତ ଅତିଥି ଭାବେ ରାଜ୍ୟ ହସ୍ତତନ୍ତ ଓ ବୟନ ଶିଳ୍ପ ମନ୍ତ୍ରୀ ରିତା ସାହୁ, ରାଜ୍ୟ ସଭା ସାଂସଦ ନିରଂଜନ ବିଶି, ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଅମରେଶ ପଣ୍ଡା, ଅବକାରୀ ଅଧିକ୍ଷୀକା ସୁମତି ତ୍ରୀପାଠୀ, ଶ୍ରୀବତ୍ସ ମଲ୍ଲିକ, ଅଭିମନ୍ୟୁ କୁଶଳ ପ୍ରମୁଖ ଯୋଗଦେଇ ଲୋକ କଳା ମାଧ୍ୟମରେ ଲୁକ୍କାୟିତ ପ୍ରତିଭା ମାନଙ୍କୁ ଏକ ଭବ୍ୟ ମଞ୍ଚ ଦେଇଥିବାରୁ ଅନୁଷ୍ଠାନକୁ ପ୍ରଶଂସା କରିଥିଲେ। ଗୁଜରାଟର କାଲବେଲିଆ, ସୁନ୍ଦରଗଡର ଝୁମେର ନାଚ ଗୀତ, ପଏଁରୀର ଡାଲଖାଇ, ମୟୂରଭଞ୍ଜର ଛଉ କଳାକାରଙ୍କ ନୃତ୍ୟ ସଂଗୀତରେ ବିଳମ୍ୱିତ ରାତି ଯାଏ ଝୁମିଲେ ନାଚିଲେ ଦର୍ଶକ। ପଏଁରୀ ସଭାପତି ଲଡୁ କିଶୋର ମଲ୍ଲିକଙ୍କ ସଭାପତିତ୍ୱରେ ଅନୁଷ୍ଟିତ ଏହି ସଭାକୁ ସଂପାଦକ ଚୌଧୁରୀ ବିଭାର ସଂଯୋଜନା କରିଥିଲେ। ଉପ ସଭାପତି ପ୍ରଫୁଲ୍ଲ ନାଏକ ଧନ୍ୟବାଦ ଅର୍ପଣ କରିଥିଲେ। ବିଳମ୍ୱିତ ରାତି ଯାଏଁ ହଜାର ହଜାର ଦର୍ଶକ ନାଚ ଗୀତ କାର୍ଯ୍ୟକ୍ରମକୁ ଉପଭୋଗ କରିଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.