ସ୍ୱଚ୍ଛ ଓଡିଶା ସୁସ୍ଥ ଓଡିଶାର ବର୍ଜ୍ୟ ବସ୍ତୁ ପରିଚାଳନା ସମ୍ପର୍କିତ ପ୍ରଶିକ୍ଷଣ ଶିବିର 

ନୂଆପଡା,୧୧/୬ : ସଦର ବ୍ଲକ ଖରିଆର ରୋଡ ସ୍ଥିତ ଟାଉନ ହଲରେ ସ୍ୱଚ୍ଛ ଓଡିଶା ସୁସ୍ଥ ଓଡିଶାର ବର୍ଜ୍ୟ ବସ୍ତୁ ପରିଚାଳନା ସମ୍ପର୍କିତ ପ୍ରଶିକ୍ଷଣ ଶିବିର କାର୍ଯ୍ୟକ୍ରମ ଉଦ୍ଯାପିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ଗତ ୯ ତାରିଖରୁ ଆରମ୍ଭ ହୋଇ ଆଜି ପର୍ଯ୍ୟନ୍ତି ୩ଦିନ ଧରି ଚାଲି ଥିଲା । ବିଜୁ ଯୁବ ବାହିନୀ, ଖରିଆର ରୋଡ ବଣିକ ସଂଘ, ଉଠା ଦୋକାନୀ, ଖରିଆର ରୋଡ ସେବା ସମିତି (କେ.ଏସ.ଏସ. )ଭଳି ସଂଗଠନର ଅନେକ ସଦସ୍ୟ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

କାର୍ଯ୍ୟକ୍ରମରେ ଖରିଆର ରୋଡ ବିଜ୍ଞାପିତ ଅଂଚଳ ପରିଷଦର କାର୍ଯ୍ୟ ନିର୍ବାହୀ ଅଧିକାରୀ ଦେବେନ୍ଦ୍ର ନାଥ ମହାରଣା, ଯୁବ ନେତା ତଥା କେ.ଏସ.ଏସ. ର ସଭାପତି ନିଶାନ୍ତ ଡାଗା (ବଣ୍ଟି ଡାଗା ), ଉପସଭାପତି ଜଗନ୍ନାଥ ନାୟକ, କମ୍ମୁ ଶର୍ମା, ରମେଶ ଆଚରି, ମୁଲଚମ ଫନ୍ଦେ, ହରବନ୍ତ ସିଂ ଠାକୁର,ସାଂସ୍କୃତିକ ବିଭାଗ ର ନୀତେଶ ମହାନନ୍ଦ, ବିଜୁ ଯୁବ ବାହିନୀ ର କୋଡିନେଟର ସୁଧୀର ସୁନା, ଜୋନ୧ ର ସଭାପତି ଗଙ୍ଗା ସାହୁ, ଜୋନ ୨ ର ଶିଵଂଶ ତାଣ୍ଡି, ଗଣେଶ ଠାକୁର, ବିଜେଡି ଯୁବ ଛାତ୍ର ଜନତା ଦଳ ଆଇ.ଟି. କୋଡିନେଟର ବିକାଶ ତାଣ୍ଡି, କେ.ଏସ.ଏସ. ମହିଳା ଶାଖା ସାଧାରଣ ସମ୍ପାଦକ ନେହା ଡାଗା, କୋଷାଧକ୍ଷ ଲକ୍ଷ୍ମୀ ଗୁପ୍ତା, ବାରଲକ୍ଷ୍ମୀ ଗୁପ୍ତା, ପ୍ରିୟଙ୍କା ନାଗ, ଆଶୀ କାଳିଆ, ଏନ.ଏ.ସି ଖରିଆର ରୋଡର ଏମ.ଆଇ.ଏସ ବିକାଶ ରଞ୍ଜନ ପାଢ଼ୀ, ସି.ଓ ଉର୍ବଶୀ ପାଣିଗ୍ରାହୀ, ୱଇ କେୟାର ଟ୍ରଷ୍ଟ ଉପସଭାପତି ମୁକେଶ ଜୈନ (ମିକ୍କୀ )ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ କରାଇଥିଲେ ।

Udyog Nursery
Udyogi Nursery

ତେବେ ନଗର ର ବିଭିନ୍ନ ୱାର୍ଡ ମାନଙ୍କରୁ ସଚେତନ ନାଗରିକ ମଧ୍ୟ ଏହି କାର୍ଯ୍ୟକ୍ରମ ରେ ସାମିଲ ହୋଇ ଥିଲେ । ଏହି କାର୍ଯ୍ୟକ୍ରମରେ କିଭଳି ଭାବରେ ଆବର୍ଜନା ସମ୍ପର୍କିତ ସମସ୍ତ ତଥ୍ୟ ଯଥା ଅଳିଆ ଆବର୍ଜନା କୁ କିପରି ଏଣେ ତେଣେ ଫିଙ୍ଗିବା ନାହିଁ, ଏନ.ଏ.ସି ତରଫରୁ ଏହାର ଉଦ୍ଧାର କାର୍ଯ୍ୟରେ ସହଯୋଗ କରିବା, କିଭଳି ଭାବେ ବର୍ଜ୍ୟ ବସ୍ତୁକୁ ବ୍ୟବହାର କରି ତାହାର ପୁନର୍ବାର ବ୍ୟବହାର ଯୋଗ୍ୟ କରି ହେବ ତାକୁ ନେଇ ଅତି ସ୍ପଷ୍ଟ ଭାବେ ଏହି ପ୍ରଶିକ୍ଷଣ ଶିବିର ମାଧ୍ୟମ ରେ ବୁଝାଇ ଦିଆ ଯାଇଥିଲା ।

 

ନୂଆପଡା ଜିଲ୍ଲା ପ୍ରତିନିଧି ମହେନ୍ଦ୍ର କୁମାର ବାଗ (ରାହୁଲ)ଙ୍କ ରିପୋର୍ଟ odiabarta.in

For latest news & updates, click on bell button and subscribe to notifications.

Like us on Facebook👇

http://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.