କବିତା : ଆସ ଭାଇ ଆମେ ବେକାର ହେବା

ଆସ ଭାଇ ଆମେ ବେକାର ହେବା
ମାଗଣା ଖାଇକି ବିଲବାଡି ବିକି
ଜଗତେ ବୋପାର ନାଁ ରଖିବା
ଆସ ଭାଇ ଆମେ ବେକାର ହେବା ।

Omkar Vasthu
Omkar Vasthu

ଖଟଲେ ଖାଇଲେ କି ଆନନ୍ଦ ମିଳଇ ?
ପରିଶ୍ରମ କରି କିଛି ଲାଭନାହିଁ
ମାଗଣା ତିଅଣ ଭାରି ସୁଆଦିଆ
ଯେ ଖାଇଛି ସିଏ ଭୁଲିବ କିବା?
ଆସ ଭାଇ ଆମେ ବେକାର ହେବା ।

Pearl dental clinic
Near Ashish Medical Store, Bhawanipatna

ଖଣି ଖାଦନରେ ଭରା ରାଇଜକୁ
ଶାଗ ମାଛ ଦରେ ବିକ୍ରି କରିବା
କାମ ନମିଳିଲେ ଅତି ସରାଗରେ
ସୁରଟରେ ଯାଇ ଦାଦନ ହେବା
ଆସ ଭାଇ ଆମେ ବେକାର ହେବା ।

Udyog Nursery
Udyogi Nursery

 

ସୌମେନ୍ଦ୍ର କୁମାର ଦାସ

ତଳନୂଆସାହି, ପୁରୀ

For latest news & updates, click on bell button and subscribe to notifications.
Like us on Facebook👇

http://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.