ଓଡ଼ିଆ ବାର୍ତ୍ତା/ ଭୁବନେଶ୍ୱର (ନିଲେଶ କୁମାର ନାଗ): ଫାଇବ-ଟି ଓ ନବୀନ ଓଡିଶା ଭିକେ ପାଣ୍ଡିଆନଙ୍କୁ ରାଜ୍ୟସଭା ସାଂସଦ ନିରଞ୍ଜନ ବିଶି ଓ ଓଡିଶାର ବରିଷ୍ଠ ଆଦୀବାସୀମାନଙ୍କ ସହ ଆନ୍ତର୍ଜାତୀୟ ଖ୍ୟାତନାମା କବି ତଥା ମହୁରି ସାହିତ୍ୟ ପତ୍ରିକାର ମୁଖ୍ୟ ସମ୍ପାଦକ ଡ଼. ଭବାନୀ ଶଙ୍କର ନିଆଲ ନବ ବର୍ଷ ଅବସରରେ ନବୀନ ନିବାସରେ ସାକ୍ଷାତକରି ଅଭିନନ୍ଦନ ଦେବା ସହ ସାରା ଓଡିଶା ଏବଂ କଳାହାଣ୍ଡି ଜିଲ୍ଲାର ବିକାଶର ଅଧ୍ୟାୟରେ ପ୍ରମୁଖ ଯୋଗଦାନ ଦେଇ ଥିବାରୁ ଧନ୍ୟବାଦ ଓ କୃତଜ୍ଞତା ଅର୍ପଣ କରିଥିଲେ । ଏହି ଅବସରରେ କଳାହାଣ୍ଡି ବିଶ୍ୱବିଦ୍ୟାଳୟକୁ ମାଁ ମାଣିକେଶ୍ବରୀ ବିଶ୍ୱବିଦ୍ୟାଳୟ ନାମରେ ନାମିତ କରି ଥିବାରୁ ଜିଲ୍ଲାବାସୀଙ୍କ ତରଫରୁ ଧନ୍ୟବାଦ ଜଣାଇଥିଲେ । ଏହା ସହିତ ନବବର୍ଷ ଅବସରରେ ସମସ୍ତ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କର ବରିଷ୍ଠ ଅଧିକାରୀ ସୁରକ୍ଷା କର୍ମୀ ମାନଙ୍କୁ ମଧ୍ୟ ନବବର୍ଷର ଅଭିନନ୍ଦନ ଜଣାଇଥିଲେ । ଆଦିବାସୀ ନେତାମାନଙ୍କ ମଧ୍ୟରେ ବାଳକୃଷ୍ଣ ଶବର ରାଜ୍ୟ ସଭାପତି,ପରମାନନ୍ଦ ମାଝୀ, ଭାନୁ ପ୍ରତାପ ସିଂ ମାଝୀ, ପରମେଶ୍ୱର ଶବର ସହିତ ତିରିଶଟି ଜିଲ୍ଲାର ଆଦିବାସୀ ନେତାମାନେ ଉପସ୍ଥିତ ଥିଲେ ।