ସୁବର୍ଣ୍ଣ ଲୋକ ମହୋତ୍ସବର ତୃତୀୟ ସନ୍ଧ୍ୟା

ମନ ମୋହିଲା ସୋନପୁରର ଓଡିଶୀ ନୃତ୍ୟ

ଓଡିଆ ବାର୍ତ୍ତା/ ସୁବର୍ଣ୍ଣପୁର (ରାଜ କିଶୋର ତ୍ରିପାଠୀ): ସୁବର୍ଣ୍ଣପୁର ଜିଲ୍ଳା ଉନ୍ନୟନ ପ୍ରଦର୍ଶନୀ, ପଲ୍ଲୀଶ୍ରୀ ମେଳା ଓ ନୃତ୍ୟ ଗୀତର ମହାପାର୍ବଣ ସୁବର୍ଣ୍ଣପୁର ଲୋକ ମହୋତ୍ସବ- ୨୦୨୪ର ତୃତୀୟ ସନ୍ଧ୍ୟା ସାଂସ୍କୃତିକ କାର୍ଯ୍ୟକ୍ରମ ଉଦ୍ଘାଟିତ ହୋଇଯାଇଛି। ଏଥିରେ ରାଜ୍ୟ ସଭା ସାଂସଦ ଶ୍ରୀ ନିରଞ୍ଜନ ବିଶି ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ସୁବର୍ଣ୍ଣପୁର ଜିଲ୍ଲାପାଳ ବିମଳେନ୍ଦୁ ରାୟ, ଏଡିଏମ୍ ସୂର୍ଯ୍ୟ ନାରାୟଣ ଦାଶ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଏହି ସାଂସ୍କୃତିକ କାର୍ଯ୍ୟକ୍ରମ କୁ ଉଦ୍ଘାଟନ କରି ସୁବର୍ଣ୍ଣପୁର ର କଳା ସଂସ୍କୃତି ପର୍ଯ୍ୟଟନକୁ ଉଚ୍ଚ ପ୍ରଶଂସା କରିଥିଲେ। ଜିଲ୍ଲା ଉନ୍ନୟନ ଓ ପଲ୍ଲୀଶ୍ରୀ ମେଳାକୁ ସମସ୍ତ ଅତିଥି ବୁଲି ଦେଖିଥିଲେ। ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସଭାକୁ ପ୍ରଦ୍ୟୁମ୍ନ ସାହୁ ସଂଯୋଜନା କରିଥିବା ବେଳେ ଏଡିଏମ୍ ଶ୍ରୀ ଦାଶ ଧନ୍ୟବାଦ ଅର୍ପଣ କରିଥିଲେ। ସାଂସ୍କୃତିକ ସଂଧ୍ୟାରେ ସୋନପୁର ସଙ୍ଗୀତ ମହାବିଦ୍ୟାଳୟର ଓଡିଶୀ, ଶାଶ୍ବତ ତ୍ରିପାଠୀଙ୍କ ରୁମକୁଝୁମାନା ଗ୍ରୁପ ତଥା ବିଭିନ୍ନ ଜିଲ୍ଳା ଓ ରାଜ୍ୟ ବାହାରର ପଶ୍ଚିମବଙ୍ଗର ପୁରୁଲିଆ ଛଉ, ଆସାମର ବୀହୁ ତଥା ବିଭିନ୍ନ କଳାକାର ମାନଙ୍କ ଦ୍ବାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରା ଯାଇଥିବା ବେଳେ ବିଳମ୍ୱିତ ରାତି ଯାଏ ହଜାର ହଜାର ଦର୍ଶକ ନାଚ ଗୀତକୁ ଉପଭୋଗ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.