ବିଭାଜନ ସ୍ତରୀୟ ପାଣି ପଂଚାୟତ ପକ୍ଷ ପାଳନ

ଓଡ଼ିଆ ବାର୍ତ୍ତା/ ନୂଆପଡ଼ା (ରାହୁଲ ବାଗ): ନୂଆପଡା ଜିଲ୍ଲା ସଦର ମହକୁମା ସ୍ଥିତ ଜଳ ସେଚନ ବିଭାଗ ପରିସରରେ ମଙ୍ଗଳବାର ବିଭାଜନ ସ୍ତରୀୟ ପାଣି ପଂଚାୟତ ପକ୍ଷ ପାଳନ ଉତ୍ସବ ଉଦଘାଟିତ ହୋଇଯାଇଛି | ଜଳ ସେଚନ ବିଭାଗ ଅଧିକ୍ଷଣ ଯନ୍ତ୍ରୀ ଉଜ୍ୱଳ ଜାନିଙ୍କ ଅଧକ୍ଷତାରେ ଆୟୋଜିତ ଏହି ଉଦ୍ଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଉପ ଜିଲ୍ଲପାଳ ସୁବାଷ ଚନ୍ଦ୍ର ରଇତ, ସମ୍ମିଳନୀ ଅତିଥି ଭାବେ ଉଠା ଜଳ ସେଚନ ପ୍ରକଳ୍ପ ନିର୍ବାହୀ ଯନ୍ତ୍ରୀ ଶିଶିର କୁମାର ମୁଣ୍ଡା, କୋମନା ଜଳ ସେଚନ ବିଭାଗ ଏସ. ଡି. ଓ ତରୁଣ ନାୟକ,ବିଶିଷ୍ଠ ଅତିଥି ଭାବେ ଆମ ଓଡିଶା ନବୀନ ଓଡିଶା ଜିଲ୍ଲା ସଂଯୋଜକ ରାମ ଲାଲ ହଂସ, ଜିଲ୍ଲା ପରିଷଦ ସଦସ୍ୟ ଅବନୀ ରଞ୍ଜନ ଯୋଶୀ, ଭାନୁ ପ୍ରତାପ ସିଂ ମାଝୀ, ଭରତ ଲାଲ ରାଉତ, ଯୁବ ଆଇନଜୀବୀ ଧନୀରାମ ସାହୁ, ସମ୍ମାନିତ ଅତିଥି ଭାବେ ଡ଼ୁମେରବାହାଲ ଜଳ ସେଚନ ପ୍ରକଳ୍ପ ସଭାପତି ରାଧେଶ୍ୟାମ ଶାନ୍ତ, ସାହିପଲା ଜଳ ସେଚନ ପ୍ରକଳ୍ପ ସଭାପତି ଶୋଭାରମ ସାହୁ, ସୁନ୍ଦର ଜଳ ସେଚନ ପ୍ରକଳ୍ପ ସଭାପତି ଚଞ୍ଚଳ ସାଗରିଆ, ପୂର୍ବତନ ସଭାପତି ଗଜିନ୍ଦ୍ର ନାଏକ ପ୍ରମୁଖ ଯୋଗ ଦେଇ ମଂଚାସୀନ ଥିଲେ | ବିଭାଜନ ସ୍ତରୀୟ ପାଣି ପଂଚାୟତ ପକ୍ଷ ପାଳନ ଅବସରରେ ମଂଚାସୀନ ଅତିଥିଗଣ ଜଳ ସଂରକ୍ଷଣ ଓ ଜଳର ସୁଷମ ବଣ୍ଟନ ଉପରେ ଆଲୋକପାତ କରିଥିଲେ | ପାଣି ପଂଚାୟତ ସେଚେତନ ପାଇଁ ବିଭିନ୍ନ ବିଦ୍ୟାଳୟର ଛାତ୍ରୀଛାତ୍ର ମାନଙ୍କୁ ନେଇ ବକୃତା, ଚିତ୍ରଙ୍କନ, ସାଧାରଣ ଜ୍ଞାନ ଓ ସଂଗୀତ ଆଦି ଆୟୋଜନ କରାଯାଇଥିଲା | ଏହି ଅବସରରେ କୃତି ପ୍ରତିଯୋଗି ମାନଙ୍କୁ ପୁରସ୍କୃତ କରାଯାଇ ଥିଲା | ପାଣି ପଂଚାୟତ ସେଚେତନ ପାଇଁ ଛାତ୍ରୀ ଛାତ୍ର ଓ ଯୁବତୀ ଯୁବକ ମାନଙ୍କୁ ନେଇ ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ଅନୁଷ୍ଠିତ ହୋଇଥିଲା | ଶେଷରେ ଜଳ ସେଚନ ବିଭଗର ନିର୍ବାହୀ ଯନ୍ତ୍ରୀ ୱିଲସନ କେରକେଟା ଧନ୍ୟବାଦ ଅର୍ପଣ କରିଥିଲେ | ସୌଭାଗ୍ୟ ରଞ୍ଜନ ପ୍ରଧାନ, ସୌମ୍ୟ ରଞ୍ଜନ ନାୟକ, ଶିବାନନ୍ଦ ପ୍ରଧାନ, ବିଘ୍ନେଶ୍ୱର ପ୍ରଧାନ, ଜନାର୍ଦ୍ଦନ ନାୟକ, ଲୋକନାଥ ରଥ ପ୍ରମୁଖ ଏହି କାର୍ଯ୍ୟକ୍ରମକୁ ବିଶେଷ ଭାବେ ସହଯୋଗ କରିଥିଲେ |

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.