ନର୍ଲା ରେଳବାଇ ଲେବୁଲ କ୍ରସିଂରେ ଫସିଲା ଭାରିଯାନ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ଦେଇ ଯାଇଥିବା ଭବାନୀପାଟଣା-ଭୂବନେଶ୍ୱର ରାଜ୍ୟ ରାଜପଥରେ ସର୍ଗିଗୁଡା ରେଳବାଇ ଲେବୁଲ କ୍ରସିଂ କ୍ରସ ଚେକିଂ ବାର ଠାରେ ଏକ ମାଲ ବୋଝେଇ ୨୨ ଚକିଆ ଉତ୍ତର ପ୍ରଦେଶର ଟ୍ରକ ନଂ- ୦୦ ଏଫଟି ୨୦୧୮ ଫସି ଦୀର୍ଘ ସମୟ ଧରି ଟ୍ରାଫିକ ଜାମ କରି ରହିଥିଲା। ଏହାପରେ ଉକ୍ତ ଟ୍ରକରେ ବୋଝେଇ ହୋଇଥିବା ସାମଗ୍ରୀ ବସ୍ତା ସବୁ ଅଧା ଅଧି ଖାଲି କରିବା ପରେ ଟ୍ରକଟି କ୍ରସ ଚେକ ବାର ପାର ହୋଇଥିଲା। ଏହା ନର୍ଲା ଲେବୁଲ କ୍ରସିଂ କ୍ରସ ଚେକ ବାର ପାଇଁ ନୂଆ ଘଟଣା ନୁହଁ। ଆଗରୁ ମଧ୍ୟ ଅନେକ ମାଲ ବୋଝେଇ ଭାରିଯାନ ଫସୁଥିବା ଏବଂ ଦୀର୍ଘ ସମୟ ଧରି ଘଣ୍ଟା ଘଣ୍ଟା ଫସି ରହି ଟ୍ରାଫିକ ସମସ୍ୟା ସୃଷ୍ଟି କରି ଅପଦସ୍ଥ ହେବା ସହ ରେଳବାଇ ବିଭାଗ ତରଫରୁ ଉକ୍ତ ଗାଡି ଗୁଡିକର ମାଲିକଙ୍କ ନାମରେ କେସ ଦାଏର ହେବା ସହ ଜୋରିମାନା ମଧ୍ୟ ଭରଣା ଦେଉଥିବା ଦେଖିବାକୁ ମିଳିଛି। ୟେତ ଗଲା ବସ୍ତା ବୋଝେଇ ଭାରିଯାନ(ଟ୍ରକ)। ହିରୋ, ହୋଣ୍ଡା ଏବଂ ଟିଭିଏସ୍ ବାଇକ ବୋଝେଇ ଦୁଇଥାକିଆ ଭାରିଯାନ ମଧ୍ୟ ଅଟକି କ୍ରସ୍ ର ଚେକ ବାରକୁ ଅତିକ୍ରମ କରି ନପାରି ଫେରିବାକୁ ପଡ଼ିଥାଏ। ଏହି ରାସ୍ତାର ନର୍ଲାର ସର୍ଗିଗୁଡ଼ା ଓ ଗୋହିରାପଦରରେ ରହିଛି ଦୁଇଗୋଟି ଲେବୁଲ କ୍ରସିଂ ଚେକ ବାର। ଗତ ୮ ବର୍ଷ ହେଲା ବିଦ୍ୟୁତ ଇଞ୍ଜିନ ଚାଲିବା ଆରମ୍ଭ କରିବାରୁ ଲେବୁଲ କ୍ରସିଂ ଓ ରେଳ ଲାଇନ ତଳେ ଭୁତଳ ରାସ୍ତା ଗୁଡିକ ର ୨୦ ମିଟର ପୂର୍ବରୁ ରହିଛି ଚେକ କ୍ରସ୍। ବିଦ୍ୟୁତ ଚାଳିତ ଇଞ୍ଜିନ ପାଇଁ ଅତି ଉଚ୍ଚ କ୍ଷମତା ସମ୍ପନ୍ନ ବିଜୁଳି ଲାଇନ ରେଳ ଲାଇନ ଉପରେ ରହିଥିବାରୁ ଉକ୍ତ ବିଦ୍ୟୁତ ତାରଠୁଁ ୨ ମିଟର ତଳେ ଓ ଭୂଇଁରୁ ୧୩ ଫୁଟ ଉଚ୍ଚରେ ରହିଛି ଏହି କ୍ରସ ଚେକ ବାର। ଏଣୁ ଏହି ରାସ୍ତା ଦେଇ ଯାଉଥିବା ଓଭରଲୋଡେଡ ଭାରିଯାନ ଗୁଡିକ ସତର୍କ ହୋଇ ସେହି ନିର୍ଦ୍ଦିଷ୍ଟ ଉଚ୍ଚତାରେ ମାଲ ବୋଝେଇ କରି ଆସିବା କଥା ନହେଲେ ଅଯଥାରେ ହଇରାଣ ହେବା ସାର ହେଉଛି। ଏବଂ ଜୋରିମାନା ମଧ୍ୟ ପଇଠ କରୁଥିବା ଦେଖିବାକୁ ମିଳୁଛି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.