ଓଡ଼ିଆ ବାର୍ତ୍ତା/ ପୁରୁଷୋତ୍ତମପୁର (ପ୍ରସନ୍ନ କୁମାର ଦାଶ): ସୁନାଥର ପରମାନନ୍ଦ ଶିଶୁ ବିଦ୍ୟା ମନ୍ଦିରର ତ୍ରୟବିଂଶତମ ବାର୍ଷିକ ଉତ୍ସବ ଅନୁଷ୍ଠାନ ପରିସରରେ ଶ୍ରୀ ସୁରେଶ କୁମାର ପଣ୍ଡା ପରିଚାଳନା କମିଟି ମାର୍ଗ ଦର୍ଶକଙ୍କ ଅଧ୍ଯକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ରୂପେ ଶ୍ରୀମତୀ ପିଙ୍କି ବେହେରା, ଅଧ୍ଯକ୍ଷ, ପୁରୁଷୋତ୍ତମପୁର ପଞ୍ଚାୟତ ସମିତି ଓ ଶ୍ରୀ ପ୍ରଫୁଲ୍ଲ କୁମାର ରଥ, ଅଧ୍ଯକ୍ଷ ହିନ୍ଦୀ ଭବନ ବିଶିଷ୍ଟ ଅତିଥି ଭାବେ ଓ ଶ୍ରୀ ପ୍ରଭାକର ପ୍ରଧାନ ବରିଷ୍ଠ କର୍ମକର୍ତ୍ତା ଦିବ୍ୟ ଦର୍ଶନ ସଂଘ ବରେଣ୍ୟ ଅତିଥି ରୂପେ ଯୋଗଦାନ କରିଥିଲେ । ଏହି ଉତ୍ସବରେ ମୁଖ୍ୟ ବକ୍ତା ଭାବେ ଶ୍ରୀଯୁକ୍ତ ମୂରଲୀଧର ନନ୍ଦ, ଶିକ୍ଷାବିତ୍ ତଥା ସୁନାମଧନ୍ୟ କବି ଏବଂ ଡ. ପ୍ରଶାନ୍ତ କୁମାର ପଟ୍ଟନାୟକ, ଅଧ୍ୟାପକ ତାରାତାରିଣୀ ମହାବିଦ୍ୟାଳୟ ସମ୍ମାନୀତ ବକ୍ତା ଭାବେ ଯୋଗଦାନ କରିଥିଲେ । ଏହି ଅବସରରେ ଶ୍ରୀ ଏ. ରାଜଗୋପାଳ ରାଓ ଶିକ୍ଷାବିତ୍ ଶ୍ରୀ ଏସ୍. ଲକ୍ଷ୍ମୀନାରାୟଣ ପାତ୍ର ସି.ଆର.ସି.ସି, ଶ୍ରୀ ପର୍ଶୁରାମ ପ୍ରଧାନ ବିଜ୍ଞାନ ଶିକ୍ଷକ, ଶ୍ରୀ କୋରାନାଥ ସ୍ଵାଇଁ ସମିତି ସଭ୍ୟ ଭାଟକୁମରଡା ଗ୍ରାମପଞ୍ଚାୟତ, ଶ୍ରୀ ହରିହର ପଣ୍ଡା ସଭାପତି, ଅବସର ପ୍ରାପ୍ତ କର୍ମପ୍ଟରୀ ସଂଘ ତଥା ଉପସଭାପତି ଶ୍ରୀ ଅନିଲ୍ କୁମାର ନାହାକ ସ୍ଥାନୀୟ ସରପଞ୍ଚ ଓ ଶ୍ରୀମତୀ ନିର୍ମିତା ବସନ୍ତିଆ, ସମିତି ସଭ୍ୟା, ସମ୍ମାନୀତ ଅତିଥି ଭାବେ ଯୋଗଦାନ କରିଥିଲେ ।
ଅତିଥି ମାନଙ୍କ ଦ୍ୱାରା ପ୍ରଦୀପ ପଜ୍ଜ୍ଵଳନ ପରେ ଶିଶୁମାନଙ୍କ ଦ୍ୱାରା ବେଦପାଠ ଓ ଗୀତା ପଠନ କରାଯାଇଥିଲା । ଶ୍ରୀ ଗୋବିନ୍ଦ ନାହାକ ସଂଗଠନ ଅତିଥି ମାନଙ୍କ ପରିଚୟ ପ୍ରଦାନ କରିଥିବା ବେଳେ ସୁଶ୍ରୀ ଶୁଭଶ୍ରୀ ନାହାକ ଓ ସୁଶ୍ରୀ ଶୁଭଶ୍ରୀ ମଳିକ ସ୍ଵାଗତ ସଙ୍ଗୀତ ପରିବେଷଣ କରିଥିଲେ । ବିଦ୍ୟାଳୟର ପ୍ରଧାନ ଆଶ୍ଚର୍ଯ୍ୟ ଶ୍ରୀ ପିତାମ୍ବର ମହାଙ୍କୁଡ ବାର୍ଷିକ ବିବରଣୀ ପଠନ କରିବା ପରେ ମଞ୍ଚାସୀନ ଅତିଥିମାନେ ଉପସ୍ଥିତ ଶିଶୁ ଓ ଅଭିଭାବକ ମାନଙ୍କୁ ଭଲ ପାଠ ପଢି ସଂସ୍କାରିତ ହେବା ସହିତ ଚରିତ୍ରବାନ ହୋଇ ଭଲ ମଣିଷ ହେବା ସହ ବାପା ଓ ମାଆର ନାମ ଓ ଯଶ ପ୍ରତିପାଦନ କରିବା ପାଇଁ ପ୍ରେରଣା ପ୍ରଦ ଓ ମୂଲ୍ୟବାନ ଉପଦେଶ ପ୍ରଦାନ କରିଥିଲେ । ବିଭିନ୍ନ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିଥିବା ଛାତ୍ରଛାତ୍ରୀମାନଙ୍କୁ ଅତିଥ୍ ମାନଙ୍କ ଦ୍ୱାରା ପୁରସ୍କାର ପ୍ରଦାନ କରାଗଲା । ଏଥିରେ ଶ୍ରୀମତୀ ପ୍ରଭାସିନୀ ନାହାକ, ଶ୍ରୀମତୀ ଶାନ୍ତିଲତା ଦାସ, ସୁଶ୍ରୀ ଅନନ୍ତ ଲକ୍ଷ୍ମୀ ପାଢୀ, ସୁଶ୍ରୀ ସ୍ମିତାରାଣୀ ପାତ୍ର, ଶ୍ରୀମତୀ ସୁରମି ଦାସ, ଶ୍ରୀମତୀ ପିଙ୍କି ବିଷୋଇ, ସୁଶ୍ରୀ ବିଷ୍ଣୁପ୍ରୟା ନାହାକ, ସୁଶ୍ରୀ ସୁଜ୍ଞାନୀ ବେହେରା, ଅନ୍ତର୍ଯ୍ୟା, ଶ୍ରୀ ମଦନ ବେହେରା ଓ ଶ୍ରୀ ନିରଞ୍ଜନ ନାୟକ ଯୋଗଦାନ କରି ବାର୍ଷିକ ଉତ୍ସବକୁ ସାଫଲ୍ୟ କରିବାରେ ସହେଯାଗ କରିଥିଲେ |ସମସ୍ତ କାର୍ଯ୍ୟକ୍ରମକୁ ଶ୍ରୀ ଅଜୟ କୁମାର ନାହାକ, ଆଶ୍ଚର୍ଯ୍ୟ ପରିଚାଳନା କରିଥିବା ବେଳେ ତୁମ୍ବେଶ୍ଵର ଶିଶୁ ମନ୍ଦିର ପ୍ରତାପପୁର ସମ୍ପାଦକ ଶ୍ରୀ ଅଜୟ କୁମାର ପାଣିଗ୍ରାହୀ ଉପସ୍ଥିତ ରହି ଦିଗଦର୍ଶନ ଦେଇଥିଲେ । ଶେଷରେ ସୁଶ୍ରୀ ଆରତୀ ନାହାକ, ଅନ୍ତର୍ଯ୍ୟାଙ୍କ ସଂଯୋଜନାରେ ସାଂସ୍କୃତିକ ବିଚିତ୍ରା କାର୍ଯ୍ୟକ୍ରମ କୁନି କୁନି ଶିଶୁ ମାନଙ୍କ ଦ୍ୱାରା ପ୍ରତି ଆବେଗପୂର୍ଣ ଅଭିନୟ ମାଧ୍ୟମରେ ଶେଷ ହେବା ପରେ ବନ୍ଦେ ମାତରଂ ଗାନ କରାଯାଇଥିଲା ।