ଘଣ୍ଟମାଳ ଗ୍ରାମ ପଞ୍ଚାୟତରେ “ଆମ ଓଡିଶା ନବୀନ ଓଡିଶା” କାର୍ଯ୍ୟକ୍ରମ

ରାଜ୍ୟ ସରକାରଙ୍କ ଜନହିତକର ଯୋଜନା ଉପରେ ଆଲୋକପାତ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଲକ ଅଧିନସ୍ଥ ଘଣ୍ଟମାଳ ଗ୍ରାମ ପଞ୍ଚାୟତରେ ଅନୁଷ୍ଠିତ ହୋଇଯାଇଛି “ଆମ ଓଡିଶା ନବୀନ ଓଡିଶା” କାର୍ଯ୍ୟକ୍ରମ। ଏଥିରେ ଗ୍ରାମାଞ୍ଚଳର ଭିତ୍ତିଭୂମି ବିକାଶ ଓ ରାଜ୍ୟ ସରକାରଙ୍କର ଜନହିତକର ଯୋଜନା ଗୁଡିକ ଉପରେ ଜନସଚେତନତା ସୃଷ୍ଟି କରାଯାଇଥିଲା।  ଗ୍ରାମ ପଞ୍ଚାୟତ ସ୍ତରରେ ଗ୍ରାମାଞ୍ଚଳର ଭିତ୍ତିଭୂମି ବିକାଶ ଓ ରାଜ୍ୟ ସରକାରଙ୍କର ବିକାଶ ମୂଳକ କାର୍ଯ୍ୟକ୍ରମକୁ ନେଇ ଅନୁଷ୍ଠିତ ହେଉଛି ଗ୍ରାମ ପଞ୍ଚାୟତ ସ୍ତରୀୟ “ଆମ ଓଡିଶା ନବୀନ ଓଡିଶା” କାର୍ଯ୍ୟକ୍ରମ। ଆଜି ବୁଧବାର ୩୧/୧ ଘଣ୍ଟମାଳ ଗ୍ରାମ ପଞ୍ଚାୟତରେ ସରପଞ୍ଚ ଦେବେନ୍ଦ୍ର ସାଙ୍କ ଅଧ୍ୟକ୍ଷତାରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଗ୍ରାମ ପଞ୍ଚାୟତ ଅଞ୍ଚଳର ସମସ୍ତ ସ୍କୁଲ, ଯୁବକ ସଂଘ, କୃଷି ବିଭାଗ, ସ୍ୱାସ୍ଥ୍ୟ ବିଭାଗ, ଉଦ୍ୟାନ ବିଭାଗ, ଅଙ୍ଗନୱାଡି, ଆଶା କର୍ମୀ ସମସ୍ତଙ୍କୁ ସମ୍ପୃକ୍ତି କରାଯାଇ ଅନୁଷ୍ଠିତ ହୋଇଛି “ଆମ ଓଡିଶା ନବୀନ ଓଡିଶା” କାର୍ଯ୍ୟକ୍ରମ।

ଘଣ୍ଟମାଳ ସରପଞ୍ଚ ଦେବେନ୍ଦ୍ର ସାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ନର୍ଲା ବ୍ଲକ ଅଧ୍ୟକ୍ଷା ମନୋରମା ମହାନ୍ତି ଯୋଗଦାନ କରି ରାଜ୍ୟ ସରକାରଙ୍କ ଗ୍ରାମାଞ୍ଚଳରେ ଭିତ୍ତିଭୂମି ବିକାଶ ଓ ରାଜ୍ୟ ସରକାରଙ୍କ ବିଭିନ୍ନ ଜନକଲ୍ୟାଣ ଯୋଜନା ଗୁଡିକ ଉପରେ ମାର୍ଗଦର୍ଶନ ଦେଇ ଜନସଚେତନତା ସୃଷ୍ଟି କରିଥିଲେ। ସମ୍ମାନୀତ ଅତିଥି ଭାବରେ ଜିଲ୍ଲା ପରିଷଦ ସଦସ୍ୟ ହରିଶଙ୍କର ମାଝୀ, ସାମ୍ବାଦିକ ଲିଙ୍ଗରାଜ ମିଶ୍ର, ସମିତି ସଦସ୍ୟା ଅବନ୍ତିକା ଦଳେଇ, ନର୍ଲା ସରପଞ୍ଚ ତନୁଜା ହରପାଲ ପ୍ରମୁଖ ମଞ୍ଚାସୀନ ରହି ମାର୍ଗଦର୍ଶନ ଦେଇଥିଲେ। ମୁଖ୍ୟ ବକ୍ତା ଭାବରେ ଏବିଡିଓ ଦେବେନ୍ଦ୍ର ସାମଲ ଯୋଗଦାନ କରି ରାଜ୍ୟ ସରକାରଙ୍କ ଜନନୀ ସୁରକ୍ଷା ଯୋଜନାରୁ ଆରମ୍ଭ କରି ହରିଶ୍ଚନ୍ଦ୍ର ଯୋଜନା, ଜଗନ୍ନାଥ ସଂସ୍କୃତି ରୁ ଆରମ୍ଭ କରି କୃଷି କ୍ଷେତ୍ରରେ ବିକାଶ ଉପରେ, ଶିକ୍ଷା ଓ ସ୍ଵାସ୍ଥ୍ୟ ସେବା କ୍ଷେତ୍ରରେ ବିଏସକେୱାଇ ନବୀନ କାର୍ଡ ଲୋକଙ୍କ ପାଇଁ ବରଦାନ ସାଜିଛି ବୋଲି କହିଥିଲେ। କାର୍ଯ୍ୟକ୍ରମରେ କୃଷି, ସ୍ୱାସ୍ଥ୍ୟ, ଉଦ୍ୟାନ, ଅଙ୍ଗନୱାଡି,ପ୍ରାଣୀ ସମ୍ପଦ, ସ୍ଵଂୟ ସହାୟକ ଗୋଷ୍ଠୀ ଏଭଳି ୮ ଗୋଟି ବିଭାଗର ଷ୍ଟଲ ଲାଗିଥିବା ବେଳେ ବିଭାଗୀୟ କର୍ମଚାରୀ ଜନସାଧାରଣଙ୍କୁ ସରକାରଙ୍କ ଯୋଜନା ଗୁଡିକ ବିଷୟରେ ଅବଗତ କରାଇ ଜନସଚେତନତା ସୃଷ୍ଟି କରିଥିଲେ।

ଘଣ୍ଟମାଳ ଗ୍ରାମ ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ଆରତୀ ମାଝୀ କାର୍ଯ୍ୟକ୍ରମ ପରିଚଳନା କରିଥିଲେ। ଘଣ୍ଟମାଳ ୟୁପିସ୍କୁଲର ପ୍ରଧାନ ଶିକ୍ଷକ ତ୍ରିବିକ୍ରମ ଷଡ଼ଙ୍ଗୀ ମଞ୍ଚ ପରିଚଳନା କରିଥିଲେ। ରାଜ୍ୟ ସରକାରଙ୍କ ଉନ୍ନୟନ ମୂଳକ କାର୍ଯ୍ୟକ୍ରମ ଏଲଇଡି ମାଧ୍ୟମରେ ପ୍ରଦର୍ଶିତ କରଯାଇଥିଲା। ଶେଷରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଇଥିଲା। ଯୋଗାଣ ସହାୟକ ବାବୁଲା ରାଉତ, ଜିଆରଏସ ରଜେଶ୍ୱରୀ ମାଝୀ, କେଶପଲା ସ୍କୁଲର ପ୍ରଧାନ ଶିକ୍ଷକ ହରି ଅର୍ଜୁନ ସିଂ, ଏମବିକେ ସଂଯୁକ୍ତା ସାହୁ,  ସ୍ବେଚ୍ଛାସେବୀ ନିର୍ମଳ ଦଳେଇ, ସମସ୍ତ ୱାର୍ଡ ସଭ୍ୟ/ସଭ୍ୟା କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। ଶେଷରେ ସରପଞ୍ଚ ଶ୍ରୀ ସା ଧନ୍ୟବାଦ ଅର୍ପଣ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.