ଓଡ଼ିଆ ବାର୍ତ୍ତା/ ସୁବର୍ଣ୍ଣପୁର (ରାଜ କିଶୋର ତ୍ରିପାଠୀ): ଆଜି ସକାଳୁ ଜିଲ୍ଲାପାଳ ସୁବର୍ଣ୍ଣପୁର ଶ୍ରୀମତୀ ଅନ୍ୟା ଦାଶ ଜିଲ୍ଲା ମାତୃ ଓ ଶିଶୁ ଯତ୍ନ ଚିକିତ୍ସାଳୟ ପରିଦର୍ଶନ ରେ ଯାଇ ବିଭିନ୍ନ ବିଭାଗ ବୁଲି ଦେଖିଥିଲେ। ଏହି ଅବସରରେ ସେ ପ୍ରଥମେ ବହିଁ ବିଭାଗ ଟିକେଟ ଗୃହ, ନିରାମୟ କେନ୍ଦ୍ର ଆଦି ବୁଲି ରୋଗୀଙ୍କ ସହ ସିଧା ସଳଖ ଆଲୋଚନା କରିଥିଲେ। ପରେ ନବଜାତ ଶିଶୁ ଯତ୍ନ କେନ୍ଦ୍ର ଓ ପ୍ରସୂତି ୱାର୍ଡ ବୁଲି ଚିକିତ୍ସାଧୀନ ରୋଗୀ ଓ ସେମାନଙ୍କ ସମ୍ପର୍କୀୟ ଙ୍କ ସହ ଚିକିତ୍ସାସେବା ସମ୍ପର୍କରେ ଆଲୋଚନା କରିଥିଲେ। ଡାକ୍ତରଖାନା ପରିସର ମଧ୍ୟରେ ପରିମଳ ବ୍ୟବସ୍ଥାର ତଦାରଖ କରିଥିଲେ ଓ ଅଳିଆ ଆବର୍ଜନା ଏଣେତେଣେ ନ ପକାଇ ନିର୍ଦ୍ଧିଷ୍ଟ ସ୍ଥାନରେ ପକାଇବାକୁ ଉଭୟ ଡାକ୍ତରଖାନା କର୍ମଚାରୀ ଓ ରୋଗୀ ସମ୍ପର୍କୀୟ ଙ୍କୁ ପରାମର୍ଶ ଦେଇଥିଲେ। ଏବଂ ରୋଗୀ ମାନଙ୍କୁ ଉତ୍ତମ ବ୍ୟବହାର ପ୍ରଦର୍ଶନ ପାଇଁ ତାଗିଦ କରିଥିବା ଜଣାପଡ଼ିଛି। ଜିଲ୍ଲପାଳଙ୍କ ଏହି ପରିଦର୍ଶନ ସମୟରେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡ଼ଃ ବିଶ୍ୱରଂଜନ ପତି, ଏଡିଏମଓ ଡ଼ଃ ଦୁର୍ଗାଦତ୍ତ ଦାଶ, ଶ୍ରୀ ବିଶ୍ୱମ୍ବର ବେହେରା ଜିଲ୍ଲା ସଂଯୋଜକ ଜାତୀୟ ସ୍ୱାସ୍ଥ୍ୟ ମିଶନ ତଥା ବିଭାଗୀୟ କର୍ମଚାରୀ ଉପସ୍ଥିତ ଥିଲେ।