ଆଦିବାସୀ କଲେଜରେ ଖୋଲିଲା +୨ ମୂଲ୍ୟାୟନ କେନ୍ଦ୍ର ଖୋଲିଲା

ଓଡ଼ିଆ ବାର୍ତ୍ତା/ କନ୍ଧମାଳ (ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ସ୍ଥିତ ଆଦିବାସୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଚଳିତ ବର୍ଷ ଠାରୁ ନୂତନ ଭାବେ +୨ ମୂଲ୍ୟାୟନ କେନ୍ଦ୍ର ରାଜ୍ୟ ସରକାର ଓ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଖୋଲା ଯାଇଛି। କନ୍ଧମାଳ ଜିଲ୍ଲାରେ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଫୁଲବାଣୀରେ ଏକମାତ୍ର ମୂଲ୍ୟାୟନ କେନ୍ଦ୍ର ରହିଥିଲା, ଯାହାକି ବାଲିଗୁଡ଼ାରୁ ଫୁଲବାଣୀର ଦୂରତା ୮୨ କି.ମି. ପୁଣି ଘାଟୀ ରାସ୍ତା। ଏ ସବୁକୁ ଦୃଷ୍ଟିରେ ରଖି ପରିଷଦ ପକ୍ଷରୁ ନିଷ୍ପତି ନିଆଯାଇ ଖୋଲାଯାଇଛି। ସୂଚନା ଯୋଗ୍ୟ ଯେ, ୧୯୭୯ ମସିହାରେ ପ୍ରତିଷ୍ଠିତ ଏହି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ୧୯୮୩ ମସିହାରୁ +୨ କଳା, ବାଣିଜ୍ୟ ଶ୍ରେଣୀ ଖୋଲିଥିବା ବେଳେ ୧୯୮୮ ମସିହାରୁ ବିଜ୍ଞାନ ଶ୍ରେଣୀ ଖୋଲିଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.