ସନ ସାଇନ ଇଂରାଜି ମିଡ଼ିୟମ ସ୍କୁଲ ତରଫରୁ ଫୁଡ ଫେଷ୍ଟିଭାଲ ସେ

ଓଡ଼ିଆ ବାର୍ତ୍ତା/ ପୁରୁଷୋତ୍ତମପୁର (ପ୍ରସନ୍ନ କୁମାର ଦାଶ): ପୁରୁଷୋତ୍ତମପୁର ଏନଏସି ସ୍ଥିତ କୁମ୍ଭାରୀ ଠାରେ ଥିବା ସନ ସାଇନ ଇଣ୍ଟର ନେସନାଲ ଇଂରେଜି ମିଡ଼ିଏମ ସ୍କୁଲରେ ପଢ଼ୁଥିବା ପିଲାମାନଙ୍କୁ ଏବଂ ସେମାନଙ୍କ ଅଭିଭାବକ ମାନଙ୍କୁ ନେଇ ଏକ ଫୁଡ ଫେଷ୍ଟିଭାଲ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି | ଏହାକୁ ଅନୁଷ୍ଠାନ ର ସଭାପତି ପ୍ରଫୁଲ କୁମାର ରଥ, ସାମ୍ନାନୀତ ଅତିଥି ଭାବେ ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ଏ ରାଜ ଗୋପାଳ ରାଓ, ଓ ସ୍କୁଲ ର ଅଧକ୍ଷ ସୁନୀଲ କୁମାର ମହାନ୍ତି ଏହାକୁ ଉଦ ଘାଟନ କରିଥିଲେ |

ଏହି ଖାଦ୍ୟ ମେଳାର ମୁଖ୍ୟ ଲକ୍ଷ ଥିଲା ଛାତ୍ର, ଛାତ୍ରୀଙ୍କୁ ଗୋଟିଏ ଦିନ ହେଲେ ମଧ୍ୟ ସୁଷମ ଓ ସ୍ୱାଦିଷ୍ଟ, ବିନା କେମିକାଲ ଓ ଅତ୍ୟଧିକ ଲୁଣ, ରାଗ, ମସଲା ବିହୀନ ଖାଦ୍ୟ ପିଲାମାନ ଙ୍କୁ ଓ ସେମାନଙ୍କ ଅଭି ଭାବକ ମାନଙ୍କୁ ବିକ୍ରି କରିବା | ଏହି ଲବ୍ଧ ଅର୍ଥରେ ଆଉ ସେତିକି ଅର୍ଥ ସ୍କୁଲ ତରଫରୁ ମିଶାଇ କୌଣସି ଏକ ବୃଦ୍ଧାଶ୍ରମ, କିମ୍ବା ଅନାଥା ଶ୍ରମ କୁ ନେଇ ଦାନ କରିବା | ଏହା ଦୀର୍ଘ ବର୍ଷ ହେଲା ଚାଲି ଆସୁଥିଲା ପ୍ରତିବର୍ଷ ଏହି ଜାନୁୟାରୀ ମାସରେ | ତେବେ କରୋନା ଯୋଗୁଁ ତିନି ବର୍ଷ ହେଲା ଏହା ବନ୍ଦ ହୋଇ ଯାଇଥିଲା | ତେବେ ଖାଦ୍ୟ ମେଳା ସହିତ ପିଲାମାନଙ୍କ ନିମନ୍ତେ କିଛି ଖେଳଣା, ପର୍ସ, ର ମଧ୍ୟ ଷ୍ଟାଲ ଖୋଲା ଯାଇଥିଲା | ଖାଲି ସେତିକି ନୁହେଁ ଆସିଥିବା ମହିଳା ଅଭିଭାବକ ମାନଙ୍କୁ ନେଇ ଏକ ରଙ୍ଗୋଲି ଝୋଟି ର ପ୍ରତିଯୋଗିତା ମଧ୍ୟ କରାଯାଇ ଥିଲା |

ଏହି ପ୍ରତିଯୋଗିତାରେ ପ୍ରଥମ, ଦୂତୀୟ, ଓ ତୃତୀୟ ସ୍ଥାନ ଅଧିକାର କରିଥିବା ମହିଳା ମାନଙ୍କୁ ଆଗାମୀ ଫେବୃୟାରୀ 7 ତାରିଖ ରେ ସ୍କୁଲ ର ବାର୍ଷିକ ଉଛବରେ ପୁରସ୍କାର ପ୍ରଦାନ କରାଯିବ ବୋଲି ଅନୁଷ୍ଠାନ ର ସଭାପତି ଜଣେଇ ଛନ୍ତି | ଏହି କାର୍ଯ୍ୟକ୍ରମ ରେ ଶିକ୍ଷକ ସୁବ୍ରତ ନାୟକ ଙ୍କ ସହିତ ଅନ୍ୟାନ୍ୟ ଶିକ୍ଷୟତ୍ରୀ ଓ କର୍ମଚାରୀ ମାନେ ସହଯୋଗ କରିଥିଲେ | ଏହି କାର୍ଯ୍ୟକ୍ରମ ରେ ସ୍କୁଲ ର ଅଧକ୍ଷ ସୁନୀଲ କୁମାର ମହାନ୍ତି ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ ଜଣାଇ ଥିଲେ |

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.