ଓଡ଼ିଆ ବାର୍ତ୍ତା/ ବଲାଙ୍ଗୀର (ପ୍ରମୋଦ ସେଲମା): ବଲାଙ୍ଗୀର ଜିଲ୍ଲା ସଇଁତଲା ସ୍ଥିତ ନବୀନ ଛକ ପାଖରେ ଥିବା ଶିକ୍ଷା ସମୃଦ୍ଧି ବିଦ୍ୟାଳୟର ପଞ୍ଚମତମ ବାର୍ଷିକ ଉତ୍ସବ ମହାସମାରୋହ ପାଳିତ ହୋଇଯାଇଛି। ପ୍ରଥମେ ମୁଖ୍ୟ ଅତିଥି ସୁରେନ୍ଦ୍ର ସିଂ ଭୋଇ ଉତ୍ସବକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ। ଏଥିରେ ବିଦ୍ୟାଳୟର ଛାତ୍ର ଛାତ୍ରୀମାନଙ୍କ ଦ୍ୱାରା ସ୍ୱାଗତ ସଂଗୀତ ପରିବେଷଣ ହୋଇଥିଲା। ଉକ୍ତ ସଭାରେ ମୁଖ୍ୟବକ୍ତା ଭାବରେ କବୟିତ୍ରୀ ତଥା ଅଭିନେତ୍ରୀ ସବିତା ମେହେରା ଯୋଗଦାନ କରିଥିବା ବେଳେ ସମ୍ମାନିତ ଅତିଥି ଭାବରେ ବରିଷ୍ଠ ଆଇନଜୀବୀ ରାଧେଶ୍ୟାମ ସାହୁ, ବ୍ଲକ ଉପାଧ୍ୟକ୍ଷ ଗୁଣସାଗର ମାଝୀ, ବ୍ୟଙ୍ଗ କବି ପ୍ରମୋଦ ବୈଠାରୁ ପ୍ରମୁଖ ଯୋଗଦାନ କରି ଶିକ୍ଷାର ବିକାଶ ସହିତ ଛାତ୍ରୀ ଛାତ୍ରମାନଙ୍କ ଭବିଷ୍ୟତ ଉପରେ କାମନା କରିଥିଲେ। ପରିଚାଳନା କମିଟି ନିର୍ଦେଶକ ଭୂପେଶ ସାହୁ ସମାବେଶର ଅଧ୍ୟକ୍ଷତା କରିଥିବା ବେଳେ ଶିକ୍ଷକ ହେମନ୍ତ ପୁଟେଲ ସଭା ପରିଚାଳନା କରିଥିଲେ। ଏହି ପରିପେକ୍ଷୀରେ ବିଦ୍ୟାଳୟର ସହ ସମ୍ପାଦିକା ଏନ. ନି. ମେହେର ଓ କୋଷାଧକ୍ଷ ପୂର୍ଣ୍ଣିମା ଭୋଇଙ୍କୁ ଅନୁଷ୍ଠାନର ପ୍ରଧାନ ଶିକ୍ଷକ ଲମ୍ବୋଦର ପ୍ରଧାନ ସମ୍ମାନିତ କରିଥିଲେ। ଇତି ପୂର୍ବରୁ ହୋଇଥିବା ବିଭିନ୍ନ ପ୍ରତିଯୋଗିତାର କୃତୀ ଛାତ୍ର ଛାତ୍ରୀମାନଙ୍କୁ ଅତିଥିମାନେ ପୁରସ୍କୃତ କରିଥିଲେ। ଶେଷରେ ଶିକ୍ଷକ କିଶୋର ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ଶିକ୍ଷକ ନରେନ୍ଦ୍ର ହେର୍ଣ୍ଣା, ଲମ୍ବୋଦର ପ୍ରଧାନ, ପ୍ରଦୀପ ରଣା, ଦୁଲେଶ୍ଵରୀ ମଲ୍ଲିକ ଓ ନିକିତା ଭୋଇ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ। ପରିଶେଷରେ ବିଦ୍ୟାଳୟର ଛାତ୍ର ଛାତ୍ରୀମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷିତ ହୋଇଥିଲା।