ବ୍ଲକ ଅଧକ୍ଷାଙ୍କୁ ସ୍ୱାଗତ କଲେ ଅଧିକାରୀ ଓ ଜିଲ୍ଲବାସୀ
ଓଡ଼ିଆ ବାର୍ତ୍ତା/ ନୂଆପଡ଼ା (ରାହୁଲ ବାଗ): ନୂଆପଡ଼ା ବ୍ଳକର ଶିକ୍ଷା ଓ ଶିକ୍ଷା ବ୍ୟବସ୍ଥା ରୂପାନ୍ତରଣ କ୍ଷେତ୍ରରେ ରାଜ୍ୟର ଶ୍ରେଷ୍ଠ ବ୍ଳକ ଭାବେ ବିବେଚିତ ହୋଇଛି। ଏଥିପାଇଁ ନୂଆପଡ଼ା ବ୍ଲକ ଅଧ୍ୟକ୍ଷା ତାରେଶ୍ବରୀ ସାହୁ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇଛନ୍ତି। ଭୁବନେଶ୍ୱର ସ୍ଥିତ କଳିଙ୍ଗ ଷ୍ଟାଡିଅମ ଠାରେ ଆୟୋଜିତ ଉତ୍ସବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ୫-ଟି ଅଧ୍ୟକ୍ଷ ଭିକେ ପାଣ୍ଡିଆନ, ଶିକ୍ଷାମନ୍ତ୍ରୀ ସୁଦାମ ମାରାଣ୍ଡି ପ୍ରମୁଖ ଯୋଗଦେଇ ବ୍ଳକ ଅଧ୍ୟକ୍ଷାଙ୍କୁ ଏହି ସମ୍ମାନରେ ସମ୍ମାନୀତ କରିଥିଲେ। ଏଥିରେ ଅଧ୍ୟକ୍ଷାଙ୍କୁ ୫୦ ଲକ୍ଷର ଚେକ୍ ସହ ମାନପତ୍ର ପ୍ରଦାନ କରାଯାଇଥିଲା। ତେବେ ଏଥିରେ ଗ୍ରାମାଞ୍ଚଳର ଛାତ୍ରଛାତ୍ରୀ ସହରାଞ୍ଚଳର ବେସରକାରୀ ହାଇସ୍କୁଲର ସୁବିଧା ପାଇ ଶିକ୍ଷାପ୍ରତି ଆକର୍ଷିତ ହେଉଛନ୍ତି, ସ୍କୁଲରେ ଛାତ୍ରଛାତ୍ରୀଙ୍କ ଉପସ୍ଥାନ ବୃଦ୍ଧି ପାଉଛି ଏବଂ ଏଭଳି ବୈଜ୍ଞାନିକ କୌଶଳ ଓ ଆଧୁନିକ ଶିକ୍ଷା ପ୍ରଣାଳୀରେ ଶିକ୍ଷାଲାଭ କରିବେ। ଏହା ସହିତ ଏଠି ନିଜ ଭବିଷ୍ୟତ ଗଢ଼ିବା ସହ ନୂତନ ଦିଗଦର୍ଶନ ଦେବାରେ ସହାୟକ ହେବେ ବୋଲି ବ୍ଳକ ଅଧ୍ଯକ୍ଷା ଶ୍ରୀମତୀ ସାହୁ କହିଛନ୍ତି। ତେବେ ଗୁରୁବାର ପୁରସ୍କୃତ ହୋଇ ବ୍ଲକ ଅଧକ୍ଷା ଶ୍ରୀମତୀ ସାହୁଙ୍କୁ ନୂଆପଡା ରେଳ ଷ୍ଟେସନରେ ନୂଆପଡା ସରପଞ୍ଚ ସଂଘ, ସମିତି ସଭ୍ୟ ସଂଘ ଓ ଜିଲ୍ଲା ପରିଷଦ ବୃନ୍ଦ ଫୁଲ ତୋଡ଼ା ଦେଇ ସ୍ୱାଗତ ସମ୍ବର୍ଦ୍ଧନା କରିଥିଲେ। ପରେ ନୂଆପଡା ଏକତା ଛକ ଠାରେ ସହରବାସୀ ଏବଂ ନୂଆପଡା ପଂଚାୟତ ସମିତି କାର୍ଯ୍ୟାଳୟ ସମ୍ମୁଖରେ ବିଡ଼ିଓ ବିପିନ ବିହାରୀ ଦୀପ ଏବଂ ବ୍ଲକର ସମସ୍ତ କର୍ମଚାରୀ ଏଥିରେ ଉପସ୍ଥିତ ଥିଲେ। ପରେ ଖରିଆର ରୋଡ ଠାରେ ଓଡିଶା ସରକାରଙ୍କ ଯୋଜନା ଓ ସମନ୍ୱୟ ମନ୍ତ୍ରୀ ରାଜେନ୍ଦ୍ର ଢୋଲକିଆଙ୍କ ଵାସ ଭବନରେ ମଧ୍ୟ ବ୍ଲକ ଅଧକ୍ଷା ତାରେଶ୍ବରୀ ସାହୁଙ୍କୁ ଫୁଲତୋଡ଼ା ଦେଇ ସ୍ୱାଗତ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା। ଏହି ଅବସରରେ ମନ୍ତ୍ରୀ ଶ୍ରୀ ଢୋଲକିଆ ସମସ୍ତ ପୁରସ୍କୃତ ବିଦ୍ୟାଳୟ, ଶିକ୍ଷକ ଓ ସରକାରୀ ବିଭାଗ ତରଫରୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କୁ କୃତଜ୍ଞତା ଜାଣାଛନ୍ତି।