ନର୍ଲା ଥାନାରେ ନୂତନ ଆଇଆଇସି ଭାବରେ ଯୋଗ ଦେଲେ ମମତା ପାଣିଗ୍ରାହୀ

ଓଡିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ଥାନାଧିକାରୀ ଗଙ୍ଗାଧର ମେହେରଙ୍କୁ ଆମପାଣି ଥାନାକୁ ବଦଳି ହୋଇଯାଇଛି।  ତାଙ୍କ ସ୍ଥାନରେ ନର୍ଲା ଥାନରେ ନୂତନ ଆଇଆଇସି ଭାବରେ  ମମତା ପାଣିଗ୍ରାହୀ ଯୋଗଦାନ କରି ଦାୟିତ୍ୱ ଗ୍ରହଣ କରିଛନ୍ତି। ଶ୍ରୀମତୀ ପାଣିଗ୍ରାହୀ ଦାୟିତ୍ୱ ନେବା ପରେ ଥାନାର ସମସ୍ତ କର୍ମଚାରୀ ସ୍ୱାଗତ କରିଥିଲେ। ନର୍ଲା ଥାନା ଅଞ୍ଚଳରେ ଆଇନ ଶୃଙ୍ଖଳା ପରିସ୍ଥିତି ଉପରେ ସ୍ୱତନ୍ତ୍ର ଦୃଷ୍ଟି ସହ ଟ୍ରାଫିକ ସମସ୍ୟାକୁ ଗୁରୁତ୍ୱ ଦେବେ। ଏହା ସହ ଅସାମାଜିକ ବ୍ୟକ୍ତିଙ୍କ ଉପରେ କଡା ନଜର ରଖାଯିବା ସହ ପେଟ୍ରୋଲିଂକୁ କଡାକଡ଼ି କରାଯିବ ବୋଲି ମତବ୍ୟକ୍ତ କରିଛନ୍ତି ଆଇଆଇସି ଶ୍ରୀମତୀ ପାଣିଗ୍ରାହୀ। ଅନ୍ୟପକ୍ଷରେ ନୂତନ ଆଇଆଇସିଙ୍କ ଯୋଗଦାନ ପରେ ନାର୍ଲାରେ ବିପର୍ଯ୍ୟସ୍ତ ହୋଇ ପଡ଼ିଥିବା ଆଇନ ଶୃଙ୍ଖଳା ପରିସ୍ଥିତିରେ ସୁଧାର ଆସିବ, ପ୍ରତି ସୋମବାର ବାଲିପଡ଼ା ଗୋରୁହାଟ ଯୋଗୁଁ ନର୍ଲା ମୁଖ୍ୟ ରାସ୍ତାରେ ରହି ଆସିଥିବା ଗୋରୁ ଟ୍ରାଫିକ ସମସ୍ୟାର ସମାଧାନ ହେବ, ଘରେ ଘରେ, ଚା ପାନ ଓ ଜଳଖିଆ ଦୋକାନ ଗୁଡ଼ିକରେ ଦେଶୀ ଓ ବିଦେଶୀ ମଦର କୁଟୀର ଶିଳ୍ପ ବନ୍ଦ ହେବ, ରାସ୍ତା ଘାଟରେ ମଦୁଆଙ୍କ ଅବାଧ ବିଚରଣ ପ୍ରତି ଅଙ୍କୁଶ ଲାଗିବ ବୋଲି ଜନ ସଧାରଣ ଆଶା ପୋଷଣ କରିଛନ୍ତି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.