କାଉଡୋଳା ପଞ୍ଚାୟତରେ ସଚେତନ ଶିବିର

ସରକାରୀ ଯୋଜନା ଲୋକଙ୍କ ପାଖରେ ପହଞ୍ଚାଇବା ଦାୟିତ୍ୱ ହିଁ ଆମ କର୍ତ୍ତବ୍ୟ -ଉପାଧ୍ୟକ୍ଷ

ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): ରାଜ୍ୟ ସରକାରଙ୍କ ଗ୍ରାମାଞ୍ଚଳର ଭିତ୍ତିଭୂମିର ବିକାଶ ନିମନ୍ତେ ପଞ୍ଚାୟତ ସ୍ତର ମାନଙ୍କରେ ହେଉଥିବା ଆମ ଓଡିଶା ନବୀନ ଓଡିଶା ପଞ୍ଚାୟତ ସ୍ତରୀୟ ସଚେତନ ଶିବିର କୋକସରା ବ୍ଳକର କାଉଡୋଳା ପଞ୍ଚାୟତରେ ଶୁକ୍ରବାର ସଚେତନ ଶିବିର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। କାଉଡୋଳା ସରପଞ୍ଚ ଦେବୀ ସିଂ ତାଣ୍ଡି ଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ କୋକସରା ବ୍ଲକ ଉପାଧ୍ୟକ୍ଷ ରାଜୀବ ଅଗ୍ରୱାଲ ଯୋଗଦେଇ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନାରେ ଲୋକେ କିପରି ଲାଭ ପାଇପାରିବେ ସେ ଉପରେ ସଚେତନ କରି ସମସ୍ତ ବିଭାଗର ଷ୍ଟଲ ବୁଲି ଲୋକେ ବିଭାଗୀୟ ଅଧିକାରୀଙ୍କ ଠାରୁ ସୂଚନା ଗ୍ରହଣ କରିବାକୁ ପରାମର୍ଶ ଦେଇଥିଲେ । ଭାରପ୍ରାପ୍ତ ପଞ୍ଚାୟତ ସମ୍ପ୍ରସାରଣ ଅଧିକାରୀ ବିରଞ୍ଚି ଖର୍ସେଲ, ନାଏବ ସରପଞ୍ଚ ଜୟନ୍ତୀ ବେଶ୍ରା, କନିଷ୍ଠ ଯନ୍ତ୍ରୀ ପିପି. ସିଂ, ପୂର୍ବତନ ସରପଞ୍ଚ ଭିକାରୀ ଚରଣ ମାଝୀ, ସି.ପି ସୁନୀଲ କୁମାର ସାହୁ, ହିସାବ ଅଧିକାରୀ ଅଶୋକ କୁମାର ସେଠୀ ପ୍ରମୁଖ ସମ୍ମାନୀୟ ଅତିଥି ଭାବେ ଯୋଗଦେଇ ଥିଲେ। ବିଭିନ୍ନ ବିଭାଗ ପକ୍ଷରୁ ସ୍ବତନ୍ତ୍ର ଷ୍ଟଲ୍ ଗୁଡ଼ିକ ଖୋଲାଯାଇ ନିଜ ନିଜ ବିଭାଗର ଯୋଜନା ସମ୍ପର୍କରେ ଲୋକଙ୍କୁ ସଚେତନତା କରାଯାଇଥିଲା। ଏହି ଅବସରରେ ଛାତ୍ରଛାତ୍ରୀ ମାନଙ୍କ ସହ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା। ତେବେ ଲୋଇସିଂହାର ବଜାସାଲ ସମସ୍ତଙ୍କ ମନଛୁଆଁ ହୋଇଥିବାବେଳେ ‘ପଖାନ ଉପରେ ଝରନ ପାନୀ’ ଗୀତରେ ବ୍ଳକ ଉପାଧ୍ୟକ୍ଷ, ସରପଞ୍ଚ ସମେତ ସମସ୍ତ ଅତିଥି ଗୀତର ତାଳେ ତାଳେ ନାଚି ଉଠିଥିଲେ, ଯାହା ଲୋକଙ୍କୁ ବେଶ୍ ଉତ୍ସାହିତ କରିଥିଲା। ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ରୋହିତ କୁମାର ଠାକୁର କାର୍ଯ୍ୟକ୍ରମ ସଂଯୋଜନା କରିଥିଲାବେଳେ ସାମ୍ବାଦିକ ଚକ୍ରଧର ବେଶ୍ରା ଓ ବସନ୍ତ ସରାବୁ ମଞ୍ଚ ପରିଚାଳନା କରିଥିଲେ। ଗ୍ରାମ ରୋଜଗାର ସେବକ ରଞ୍ଜିତା ପୁଝାରୀ, ଯୋଗାଣ ସହାୟକ ବିକ୍ରମ ସାହୁ, ବିଶ୍ବରଂଜନ ସାହୁ ସମେତ ପଞ୍ଚାୟତ କର୍ମଚାରୀମାନେ ସହଯୋଗ କରିଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.