ଦେପୁର ଗ୍ରାମ ପଞ୍ଚାୟତରେ “ଆମ ଓଡ଼ିଶା ନବୀନ ଓଡିଶା” ସଚେତନ ଶିବିର 

ଓଡ଼ିଆ ବାର୍ତ୍ତା/ କଲମପୁର (ଶରତ ଚନ୍ଦ୍ର ସୁନାନୀ): “ଆମ ଓଡିଶା ନବୀନ ଓଡିଶା” ସଚେତନ ଶିବିର କଲମପୁର ବ୍ଳକର ପ୍ରତ୍ୟେକ ଗ୍ରାମପଞ୍ଚାୟତ ମାନଙ୍କରେ ଅନୁଷ୍ଠିତ ହୋଉଅଛି।ସେହିପରି ଶୁକ୍ରବାର ଦିନ ଦେପୁର ଗ୍ରାମ ପଞ୍ଚାୟତର ହାଇସ୍କୁଲ ପଡ଼ିଆ ଠାରେ “ଆମ ଓଡ଼ିଶା ନବୀନ ଓଡ଼ିଶା” ସଚେତନତା ଶିବିର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଦେପୁର ସରପଞ୍ଚ ଟିଙ୍କଳ ପାତ୍ର ଙ୍କ ସଭାପତିତ୍ବରେ ଆୟୋଜିତ ଏହି ସଚେତନତା ଶିବିରରେ ମୂଖ୍ୟ ଅତିଥି ଭାବେ କଲମପୁର ଗୋଷ୍ଠୀ ଉନ୍ନୟନ ଅଧିକାର ବିଜୟ କୁମାର ମାଣ୍ଡାଙ୍ଗି ଯୋଗଦେଇ ଉପସ୍ଥିତ ଲୋକଙ୍କୁ ରାଜ୍ୟ ସରକାରଙ୍କ ବିଭିନ୍ନ ଲୋକାଭିମୁଖୀ ଯୋଜନା ସମ୍ପର୍କରେ ଅବଗତ କରାଇଥିଲେ। ସମ୍ମାନୀୟ ଅତିଥି ଭାବେ ଉପାଧ୍ୟକ୍ଷ ଚିନ୍ତାମଣି ବେହେରା, ଶିକ୍ଷାବିତ ବାଲଗୋପଲ ଟେଣ୍ଡକାରୀ, ପୁର୍ବତନ ସରପଞ୍ଚ ଭକୁଲୁ ବାଗ, ସମିତି ସଭ୍ୟା ବୁଧ ଭୋଇ,ନାଏବ ସରପଞ୍ଚ ଚକ୍ରଧର ନାଏକ, ସହକାରି ନିର୍ବାହୀ ଯନ୍ତ୍ରୀ ଶୃତି ରଞ୍ଜନ ସେଠି, ପଣ୍ଡିଗାଁ ସରପଞ୍ଚ କବିତା ଜୈନ, ବିଜମରା ସରପଞ୍ଚ ବାଳକୃଷ୍ଣ ମାଝୀ, କାର୍ଯ୍ଯ ନିର୍ବାହୀ ଅଧିକାରୀ ଜୀତେନ୍ଦ୍ର କୁମାର ପ୍ରମୁଖ ମଞ୍ଚ ରେ ମଞ୍ଚାସିନ ଥିଲେ। ରାଜ୍ୟ ସରକାରଙ୍କ ଦ୍ବାରା ପରିଚାଳିତ ଲୋକାଭିମୁଖୀ ଯୋଜନା ସମ୍ପର୍କରେ ଲୋକମାନଙ୍କୁ ଏଲ୍.ଇ.ଡି ମାଧ୍ୟମରେ ପ୍ରଦର୍ଶନ କରାଯାଇ ସଚେତନ କରାଯାଇଥିଲା। ଉକ୍ତ କାର୍ଯ୍ୟକ୍ରମରେ ସରକାରଙ୍କ ବିଭିନ୍ନ ବିଭାଗ ତରଫରୁ ଲୋକଙ୍କୁ ସଚେତନ କରିବା ପାଇଁ ଷ୍ଟଲ ଗୁଡ଼ିକ ଖୋଲି ପ୍ରଦର୍ଶନ କରାଯାଇଥିଲା। ଏହି ଅବସରରେ ବିଭିନ୍ନ ବିଦ୍ୟାଳୟରୁ ଆସିଥିବା ସାଂସ୍କୃତିକ ଦଳ ମାନେ ନିଜ ନିଜ ନୃତ୍ୟ ପରିବେଷଣ କରି ଜନସାଧାରଣ ଙ୍କୁ ମନୋରଞ୍ଜନ କରିଥିଲେ ଓ ଅତିଥି ମାନଙ୍କ ଦ୍ୱାରା ପୁରସ୍କୃତ ହୋଇଥିଲେ।ସଚେତନ ଶିବିର ରେ ମଞ୍ଚ ପରିଚାଳନା କରିଥିଲେ ଶିକ୍ଷକ ନବଘନ ସାହୁ ଓ ଚିତ୍ତରଞ୍ଜନ ଦଳପତି। ଏହି କାର୍ଯ୍ୟକ୍ରମରେ ସିଆରପି, ଏମବିକେ, ମିଶନ ଶକ୍ତି ମହିଳାମାନଙ୍କ ସହିତ ଶତାଧିକ ମହିଳା ଓ ଜନସାଧାରଣ ଉପସ୍ଥିତ ରହି ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନା ସମ୍ପର୍କରେ ଅବଗତ ହେବାସହ ସାଂସ୍କୃତିକ କାର୍ଯ୍ୟକ୍ରମ ଦେଖି ଉତ୍ସାହିତ ହୋଇଥିଲେ। ଉକ୍ତ କାର୍ଯ୍ୟକ୍ରମରେ ବିଜେଡି ଛାତ୍ର ସଭାପତି ମିଲିନ ପାତ୍ର,ଜି.ଆର.ଏସ ତପନ ବିଶି, ବେଣୁଧର ପ୍ରଧାନୀ ତଥା ପଂଚାୟତର ସମସ୍ତ କର୍ମଚାରୀ ଙ୍କ ସମେତ ସମସ୍ତ ୱାର୍ଡ଼ ମେମ୍ବର ଓ ଅଞ୍ଚଳବାସୀ ସମ୍ପୂର୍ଣ ସହଯୋଗ କରିଥିଲେ। କାର୍ଯ୍ୟକ୍ରମର ଦ୍ଵିତୀୟ ପର୍ଯ୍ୟାୟରେ ପୂର୍ବତନ ମନ୍ତ୍ରୀ ତଥା ଜିଲ୍ଲା ବିଜେଡି ସଭାପତି ପୁଷ୍ପେନ୍ଦୁ ସିଂଦେଓ, ବିଧାୟକ ପ୍ରତିନିଧି ସଦାନନ୍ଦ ଚନ୍ଦନ, ବିଜେଡି ଜିଲ୍ଲା ସମ୍ପାଦକ ନବୀନ ପଣ୍ଡା,କଲମପୁର କୃଷି ସମବାୟ ସମିତିର ସଭାପତି ତଥା ବରିଷ୍ଠ ସାମ୍ବାଦିକ ଶଙ୍କର୍ଷଣ ବେହେରା ପ୍ରମୁଖ ମଞ୍ଚାସିନ ହେବା ସହ କଳାହାଣ୍ଡିର କଣ୍ଠଶିଳ୍ପୀ ଅଙ୍କିତରାଜ୍ ଓ ସୌଭାଗ୍ୟଲକ୍ଷ୍ମୀ ସହ ବରଗଡର ମେଲୋଡ଼ି ଦର୍ଶକଙ୍କ ମନମୋହିଥିଲା।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.