ଲାଞ୍ଜିଗଡ଼ରୋଡ଼ ସରକାରୀ ଉଚ୍ଚ ବିଦ୍ୟାଳୟର କ୍ରୀଡା ଓ ବାର୍ଷିକ ଉତ୍ସବ ଉଦଯାପିତ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ ଲାଞ୍ଜିଗଡ଼ରୋଡ଼ ସରକାରୀ ଉଚ୍ଚ ବିଦ୍ୟାଳୟ ଠାରେ କ୍ରୀଡା ଏବଂ ବାର୍ଷିକ ଉତ୍ସବ ଉଦଯାପିତ ହୋଇଯାଇଛି। ବିଦ୍ୟାଳୟର ପ୍ରଧାନଶିକ୍ଷକ ତରୁଣ କୁମାର ସାହୁଙ୍କ ସଭାପତିତ୍ବରେ ଆୟୋଜିତ ଉକ୍ତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଲାଞ୍ଜିଗଡ଼ରୋଡ଼ ସରପଞ୍ଚ ସୁଶ୍ରୀ ମମତା ଶବର ଓ ମୁଖ୍ୟବକ୍ତା ଭାବେ ପୂର୍ବତନ ସରପଞ୍ଚ ଟଙ୍କଧର ମାଝୀ ଯୋଗଦେଇ ଥିଲେ। ସମ୍ମାନୀତ ଅତିଥି ଭାବେ ଜୋନ୍ ସଭାପତି ଚନ୍ଦ୍ରଶେଖର ମହାପାତ୍ର ଯୋଗଦେଇ କାର୍ଯ୍ୟକ୍ରମ ଉଦଘାଟନ କରିଥିଲେ। ପ୍ରଥମେ ଦୀପ ପ୍ରଜ୍ବଳନ ଓ ଛାତ୍ରୀ ମାନଙ୍କ ଦ୍ବାରା ସ୍ବାଗତ ସଙ୍ଗୀତ ପରିବେଶଣ କରାଯାଇଥିଲା। କାର୍ଯ୍ୟକ୍ରମ ପ୍ରାରମ୍ଭରେ ବିଦ୍ଯାଳୟର ପ୍ରଧାନଶିକ୍ଷକ ବାର୍ଷିକ ବିବରଣୀ ପାଠ କରି ବିଦ୍ଯାଳୟର ବିଭିନ୍ନ ସୁବିଧା, ଅସୁବିଧା ତଥା ବିଭିନ୍ନ କ୍ଷେତ୍ରରେ ଛାତ୍ରଛାତ୍ରୀଙ୍କ ସଫଳତା ଉପରେ ଦୃଷ୍ଟିପାତ କରିଥିଲେ। ବିଦ୍ଯାଳୟର କ୍ରୀଡାରେ କୃତୀ ଛାତ୍ରଛାତ୍ରୀଙ୍କୁ ଅତିଥି ମାନଙ୍କ ଦ୍ଵାରା ପୁରସ୍କୃତ କରାଯାଇଥିଲା। କାର୍ଯ୍ୟକ୍ରମ ଶେଷରେ ଛାତ୍ରଛାତ୍ରୀଙ୍କ ଦ୍ଵାରା ଇନ୍ଦ୍ରାବତୀ, ଉତେଇ, ନାଗାବଳୀ ଏବଂ ଉଦନ୍ତୀ ଘରର ବିଭିନ୍ନ ସାଂସ୍କୃତିକ ନୃତ୍ଯ ମାଧ୍ୟମରେ ଅଭ୍ୟାଗତ ମାନଙ୍କୁ ଆତ୍ମବିଭୋର କରିଥିଲେ। ଏହି କାର୍ଯ୍ୟକ୍ରମକୁ ବିଦ୍ୟାଳୟର ସଂସ୍କୃତ ଶିକ୍ଷକ ଲକ୍ଷ୍ମୀକାନ୍ତ ଦାସ ଏବଂ ହିନ୍ଦୀ ଶିକ୍ଷୟିତ୍ରୀ ସୁଶ୍ରୀ କରିସ୍ମା ଦାଶ ପରିଚାଳନା କରିଥିବାବେଳେ ଶିକ୍ଷୟତ୍ରୀ ସରସ୍ଵତୀ ସାହୁ, ସୁନିତା ଦେବୀ ରାଇ, ବିନୋଦିନୀ ଶବର, ଶିକ୍ଷକ ସୁରଜ କୁମାର ଦାଶ, କୋଲେଟି ଦିବାକର, ଚିନ୍ତାଡା ରବି, ରତ୍ନମଣି ସାହୁଙ୍କ ସମେତ ବିଦ୍ୟାଳୟ କର୍ମଚାରୀ ମହାଦେବ ଗଉଡ, ସନ୍ତୋଷ କୁମାର ତ୍ରିପାଠୀ, ସୁଜିତ କୁମାର ସାହୁ କାର୍ଯ୍ୟକ୍ରମ ପରିଚାଳନାରେ ବିଶେଷ ସହଯୋଗ କରିଥିବାବେଳେ କ୍ରୀଡ଼ା ଶିକ୍ଷକ ରୁପସିଂ ରାଉତ ଧନ୍ୟବାଦ ଅର୍ପଣ କରିଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.