ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପ୍ରାପ୍ତ ଶିକ୍ଷକ ସନ୍ତୋଷ କର, ବିଇଓ ତପିମଣି ଜାନୀଙ୍କ ସମେତ ୪ ଶିକ୍ଷକଙ୍କୁ ସମ୍ବଦ୍ଧନା

ଓଡିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଲକ ଶିକ୍ଷାଧିକାରୀ ତପିମଣି ଜାନୀ ଓ ନର୍ଲାରୋଡ ଜୟଦୁର୍ଗା ହାଇସ୍କୁଲର ବିଜ୍ଞାନ ଶିକ୍ଷକ ସନ୍ତୋଷ କୁମାର କର ବୁଧବାର ଭୁବନେଶ୍ୱରରେ ଆୟୋଜିତ କାର୍ଯ୍ୟକ୍ରମରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ କର କମଳରେ ମୁଖ୍ୟମନ୍ତ୍ରି ଶିକ୍ଷା ପୁରସ୍କାର ପାଇ କଳାହାଣ୍ଡି ପାଇଁ ଗୌରବ ଆଣିଛନ୍ତି । ଏବେ ନର୍ଲାରୋଡ ଜୟଦୁର୍ଗା ହାଇସ୍କୁଲ ତରଫରୁ ବିଜ୍ଞାନ ଶିକ୍ଷକ ସନ୍ତୋଷ କୁମାର କରଙ୍କୁ ବିଦ୍ୟାଳୟରେ ଶିକ୍ଷକ ଓ ଛାତ୍ରଛାତ୍ରୀ ମାନେ ଉପଢୌକନ ଓ ପୁଷ୍ପଗୁଚ୍ଛ ଦେଇ ସମ୍ବଦ୍ଧିତ କରିଛନ୍ତି । ପ୍ରଧାନ ଶିକ୍ଷକ ବିଶ୍ୱମ୍ବର ଭୋଇଙ୍କ ଅଧ୍ୟକ୍ଷତାରେ ଏନେଇ ଏକ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବରେ ପରିଚାଳନା ସମିତିର ସଭାପତି ବିମଲ କୁମାର କେଡିଆ ଓ ସମ୍ମାନୀତ ଅତିଥି ଭାବରେ ଜୟଦୁର୍ଗା ହାଇସ୍କୁଲର ପୁରାତନ ଛାତ୍ର ସଂସଦର ସଭାପତି ମୁକେଶ କୁମାର ଅଗ୍ରୱାଲା ଯୋଗଦାନ କରି ଜୟଦୁର୍ଗା ହାଇସ୍କୁଲ ନର୍ଲାରୋଡର ବିଜ୍ଞାନ ଶିକ୍ଷକ ସନ୍ତୋଷ କୁମାର କର ନର୍ଲା, କଳାହାଣ୍ଡି କାହିଁକି ସାରା ଓଡିଶା ପାଇଁ ଗର୍ବ ଓ ଗୌରବ ବୋଲି ତାଙ୍କ ଅଭିଭାଷଣରେ କହିବା ସହିତ ସମ୍ବର୍ଦ୍ଧିତ କରିଥିଲେ । ନର୍ଲାରୋଡ ହାଇସ୍କୁଲ ଷ୍ଟାଫ ଚକ୍ରଧର ସା ମଞ୍ଚ ପରିଚାଳନା କରିଥିବା ବେଳେ ଶିକ୍ଷକ ସୁବାସ ଚନ୍ଦ୍ର ବରାଡ, ନାରାୟଣ ପଧାନ, ବିବେକାନନ୍ଦ ଠାକୁର, କହ୍ନେଇ ଗଉଡ ପ୍ରମୁଖ ଉପସ୍ଥିତ ଥିଲେ । ସେହିଭଳି ନର୍ଲା ବ୍ଲକ ଶିକ୍ଷାଧିକାରୀଙ୍କ ଅଫିସରେ ବ୍ଲକ ଶିକ୍ଷାଧିକାରୀ ତପିମଣି ଜାନୀ, ସନ୍ତୋଷ କୁମାର କର ଜିଲ୍ଲା ସ୍ତରୀୟ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପ୍ରାପ୍ତ ବ୍ଲକ ସ୍ତରୀୟ ଶିକ୍ଷକ ରାକ୍ସୀ ୟୁଜିଏସର ଶଙ୍କର୍ଷଣ ଗୌଡ, ନର୍ଲା ହାଇସ୍କୁଲର ଟିଜିଟି ଶିକ୍ଷୟତ୍ରୀ ଶର୍ମିତା ସେଠୀ, ଉଲିସିର୍କା ୟୁପି ସ୍କୁଲର ପ୍ରଧାନ ଶିକ୍ଷକ ନେପାଳ ସାହୁ, ସେରଗଡ ହାଇସ୍କୁଲର ହିନ୍ଦୀ ଶିକ୍ଷକ ଥବିର ରଣା ପ୍ରମୁଖଙ୍କୁ ଏବିଇଓ ଗୋବର୍ଦ୍ଧନ ମାଝୀ, ଓ ଷ୍ଟାଫ ପ୍ରମୁଖଙ୍କ ଉପସ୍ଥିତିରେ ଉପଢୌକନ ଓ ପୁଷ୍ପଗୁଚ୍ଛ ଦେଇ ସମ୍ବଦ୍ଧିତ କରାଯାଇଥିଲା ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.