ସୁବର୍ଣ୍ଣପୁରରୁ ଗଡିଲା ଟ୍ରେନ: ପ୍ରଧାନମନ୍ତ୍ରୀ କଲେ ଲୋକାର୍ପଣ

ଓଡିଆ ବାର୍ତ୍ତା/ ସୁବର୍ଣ୍ଣପୁର (ରାଜ କିଶୋର ତ୍ରିପାଠୀ): ସୁବର୍ଣ୍ଣପୁର ଜିଲ୍ଲାବାସୀଙ୍କ ଦୀର୍ଘ ବର୍ଷର ସ୍ବପ୍ନ ଆଜି ସାକାର ହୋଇଛି। ସମ୍ବଲପୁରରୁ ଆଭାସି ଯୋଗେ ଏହି ପ୍ରକଳ୍ପର ଲୋକାର୍ପଣ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏଥିପାଇଁ ଶନିବାର ସକାଳୁ ହଜାର ହଜାର ଲୋକଙ୍କ ସୁଅ ଛୁଟିଥିଲା ସୋନପୁର ରେଳ ଷ୍ଟେସନକୁ। ବହୁ ପ୍ରତୀକ୍ଷିତ ଖୋର୍ଦ୍ଧା-ବଲାଙ୍ଗୀର ରେଳପଥର ସୁବର୍ଣ୍ଣପୁର ରେଳ ଷ୍ଟେସନର ଲୋକାର୍ପଣ କରିବା ସହ ଟ୍ରେନ୍ ସେବାର ଶୁଭାରମ୍ଭ କରିବେ ବୋଲି ଜଣାପଡିବା ପରେ ସତେଯେମିତି ଚଳଚଞ୍ଚଳ ହୋଇ ଉଠିଥିଲା ସମଗ୍ର ଜିଲ୍ଲା। ରେଳ ଚଳାଚଳ ଆରମ୍ଭ ହେବାପରେ ଭୁବନେଶ୍ଵର ବଲାଙ୍ଗୀର ଇଣ୍ଟରସିଟିକୁ ସମ୍ପ୍ରସାରଣ କରି ସୁବର୍ଣ୍ଣପୁରରୁ ଭୁବନେଶ୍ବର ଓ ସୁବର୍ଣ୍ଣପୁରରୁ ସାପ୍ତାହିକ ପୁରୀ ଟ୍ରେନ ଚଳାଚଳ କରିବା ନେଇ ପୂର୍ବତଟ ରେଳପଥ ପକ୍ଷରୁ ସୁଚନା ଦିଆଯାଇଛି। ଫଳରେ ଅଞ୍ଚଳବାସୀଙ୍କ ଦୀର୍ଘ ବର୍ଷ ପ୍ରତୀକ୍ଷାର ଅନ୍ତ ହେବା ସହ ଲୋକେ ପ୍ରଥମ ଥର ପାଇଁ ଟ୍ରେନ୍ ସେବା ପାଇପାରିଛନ୍ତି। ଆଜି ପ୍ରଧାନମନ୍ତ୍ରୀଙ୍କ ଉଦ୍ଘାଟନୀ ପରେ ଏକ ସ୍ପେସାଲ ଟ୍ରେନ ସୋନପୁରରୁ ପୁରୀ ଯାତ୍ରା ଆରମ୍ଭ କରିଛି। 

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.