ମା ମାହେଶ୍ୱରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଓଡ଼ିଆ ଭାଷା ଓ ସାହିତ୍ୟର ଆଲୋଚନା ଚକ୍ର 

ଓଡିଆ ବାର୍ତ୍ତା/ ସୁବର୍ଣ୍ଣପୁର (ରାଜ କିଶୋର ତ୍ରିପାଠୀ): ଓଡ଼ିଆ ଭାଷା ସମ୍ମିଳନୀ ଅବସରରେ ଖମ୍ବେଶ୍ୱରୀ ପାଲି ସ୍ଥିତ ମା ମାହେଶ୍ଵରୀ କଲେଜ ଠାରେ ଅଧ୍ୟକ୍ଷ ତଥା ଓଡ଼ିଆ ଭାଷା ସାହିତ୍ୟର ଅଧ୍ୟାପିକା ସୁଶ୍ରୀ ସ୍ଵପ୍ନା ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଭାଷା ସାହିତ୍ୟ ର ଇତିହାସ ଉପରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି। ଦିବା ୧୧ ଟା ସମୟରେ ସମସ୍ତ ଛାତ୍ରଛାତ୍ରୀ, ଅଧ୍ୟକ୍ଷ, ଅଧ୍ୟାପକ, ଅଧ୍ୟାପିକା ତଥା କଲେଜ ର ସମସ୍ତ କର୍ମଚାରୀ ଏକ ସ୍ଵର ରେ “ବନ୍ଦେ ଉତ୍କଳ ଜନନୀ ” ସଙ୍ଗୀତ ଗାନ କରିଥିଲେ। ଅଧ୍ୟାପିକା ଚୁମକି ନାୟକ ମଞ୍ଚ ପରିଚାଳନା କରିଥିଲେ। ଆଲୋଚନା ଚକ୍ର ରେ ଅଧ୍ୟାପକ ଶ୍ରୀ ଦେବାଶିଷ ମିଶ୍ର, ମମତା ଦାସ, ପ୍ରୀତି ମହାପାତ୍ର ପ୍ରମୁଖ ଯୋଗ ଦେଇଥିଲେ। ଓଡ଼ିଆ ଭାଷା କୁ ଆହୁରି ସତେଜ ସୁନ୍ଦର କରିବା ପାଇଁ ଛାତ୍ରଛାତ୍ରୀ ଙ୍କ ଅବଦାନ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ଅଧ୍ୟକ୍ଷ ମତ ପୋଷଣ କରିବା ସଙ୍ଗେ ସଙ୍ଗେ ନିଜ ଭାଷା ର ଉନ୍ନତି, ପ୍ରଗତି ଓ ମାତୃଭୂମି ପ୍ରତି ମମତା ଅତ୍ୟନ୍ତ ଆବଶ୍ୟକତା ବୋଲି ଅଧ୍ୟକ୍ଷ ସୁଶ୍ରୀ ମହାପାତ୍ର ଉଲ୍ଲେଖ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.