ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): କଳାହାଣ୍ଡି ବ୍ୟାଡ଼ମିଣ୍ଟନ ସଂଘର ସଭାପତି ତଥା ବିଜୁ ଜନତା ଦଳ, ଭବାନୀପାଟଣା ନଗର କାର୍ଯ୍ୟକାରୀ ସଭାପତି ପ୍ରଦୀପ କୁମାର ଦାସ (ବାପି), ବ୍ୟାଡ଼ମିଣ୍ଟନ ସଂଘର ଯୁଗ୍ମ ସମ୍ପାଦକ ଦୀପକ ସାଗର କୁମାର ଏବଂ ଆଦିବାସୀ ସଂଙ୍ଘ ତରଫରୁ ଯୁବ ଆଦିବାସୀ ନେତା ଧବଳେଶ୍ୱର ମାଝୀ ନର୍ଲା ବ୍ଲକ ଅନ୍ତର୍ଗତ ଭାଗବତ ସାଂସ୍କୃତିକ ଅନୁଷ୍ଠାନ, ହରିହର କ୍ଷେତ୍ର, ବାଲିସିଙ୍ଗା ପରିଦର୍ଶନ କରି ବାବାଙ୍କ ଆଶୀର୍ବାଦ ନେବା ସହ ଆଶ୍ରମର ମହନ୍ତ ଗୁଣ ବାବା ଏବଂ ସମସ୍ତ କର୍ମକର୍ତ୍ତାମାନଙ୍କ ସହ ଆଲୋଚନା କରିଥିଲେ। ଆଶ୍ରମ ପାଇଁ ନର୍ଲା ବ୍ଲକ ଅଧ୍ୟକ୍ଷା ଓ ଉପଧ୍ୟକ୍ଷଙ୍କ ଅବଦାନ ରହିଥିବାରୁ ଶ୍ରୀ ଦାସ ସେମାନଙ୍କୁ ଧନ୍ୟବାଦ ଜଣାଇବା ସହ ଆଗାମୀ ଦିନରେ ଏହି ଅନୁଷ୍ଠାନ ବା ଆଶ୍ରମ ଦ୍ୱାରା କେମିତି ଅଧିକରୁ ଅଧିକ ସ୍ଥାନୀୟ ଲୋକ ଉପକୃତ ହୋଇପାରିବେ, ସେ ଦିଗରେ ଆଲୋଚନା କରିଥିଲେ। ଆଶ୍ରମର ନିଜସ୍ୱ ଟ୍ରାନ୍ସଫର୍ମର କେମିତି ଯଥାଶୀଘ୍ର କାର୍ଯ୍ୟକ୍ଷମ ହୋଇପାରିବ, ସେଥିପାଇଁ ବିଦ୍ୟୁତ ବିଭାଗର ମୁଖ୍ୟ ନିର୍ବାହୀ ଅଧିକାରୀ ମାନସ ମାଟିଙ୍କୁ ଫୋନ ମାଧ୍ୟମରେ ଅନୁରୋଧ କରିଥିଲେ। ସୂଚନାଯୋଗ୍ୟ ଯେ, ଅନୁଷ୍ଠାନ ଦ୍ୱାରା ଆସନ୍ତା ମାର୍ଚ୍ଚ ୧୮ରୁ ୨୮ ତାରିଖ ଯାଏଁ ଦଶ ଦିନ ବ୍ୟାପି ଷୋହଳ ପ୍ରହର ନାମଯଜ୍ଞ ଅନୁଷ୍ଠିତ ହେବ। ମହନ୍ତଙ୍କ କହିବା ଅନୁଯାୟୀ, ଏଠାରେ ନାମଯଜ୍ଞ ସମୟରେ ଦିନକୁ ୮ କୁଇଣ୍ଟାଲ ଚାଉଳ ରୋଷଇ କରି ଭକ୍ତମାନଙ୍କ ପାଇଁ ବ୍ୟବସ୍ଥା କରାଯାଇଥାଏ। ପ୍ରେଂଚ ନଦୀକୂଳରେ ଥିବା ଏହି ଆଶ୍ରମଟି ଗୋଟିଏ ସୁନ୍ଦର ବାତାବରଣରେ ଥିବାରୁ ଏହା ଦର୍ଶକ ଓ ଭକ୍ତମାନଙ୍କୁ ଖୁବ ଆକର୍ଷିତ କରୁଛି।