ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ କଳାହାଣ୍ଡି ପରିସରରେ ପ୍ରଥମ ବିଶ୍ଵ ଓଡ଼ିଆ ଭାଷା ସମ୍ମିଳନୀ ଅନୁଷ୍ଠିତ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ, କଳାହାଣ୍ଡି, ଭବାନୀପାଟଣା ପରିସରରେ ପ୍ରଥମ ବିଶ୍ଵ ଓଡ଼ିଆ ଭାଷା ସମ୍ମିଳନୀ ୨୦୨୪ କାର୍ଯ୍ୟକ୍ରମ ବରିଷ୍ଠ ଶିକ୍ଷକ ପ୍ରଶିକ୍ଷକ ରାମଚନ୍ଦ୍ର ବାଗଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ହୋଇଯାଇଅଛି। ଏହି କାର୍ଯ୍ୟକ୍ରମରେ ବରିଷ୍ଠ ଶିକ୍ଷକ ପ୍ରଶିକ୍ଷକ ନରୋତ୍ତମ ଭୋଇ, ଅଚ୍ୟୁତାନନ୍ଦ ମଲ୍ଲିକ, ମମିତା ଦୋରା, ନିହାରିକ ଦେବୀ, ରାଜେଶ କୁମାର ଭୋଇ, ସୁନିତା ଦୁର୍ଗା, ଡ.ଦିଗାମ୍ବର ନାଏକ, ପ୍ରତୀକ୍ଷା ପ୍ରତିଶ୍ରୁତି, ସମସ୍ତ ଅଫିସ କର୍ମଚାରୀ, ପ୍ରଥମ ବର୍ଷର ଗୁରୁ ଛାତ୍ରଛାତ୍ରୀ ମାନେ ସାମୁହିକ ଭାବେ “ବନ୍ଦେ ଉତ୍କଳ ଜନନୀ” ସଂଗୀତ ଗାନ କରିଥିଲେ । ବରିଷ୍ଠ ଶିକ୍ଷକ ପ୍ରଶିକ୍ଷକ ରାମଚନ୍ଦ୍ର ବାଗ ସ୍ବାଗତ ଅଭିଭାଷଣ ରଖିଥିବା ବେଳେ ଶିକ୍ଷକ ପ୍ରଶିକ୍ଷକ ରାଜେଶ କୁମାର ଭୋଇ ପ୍ରଥମ ବିଶ୍ଵ ଓଡ଼ିଆ ଭାଷା ସମ୍ମିଳନୀ କାର୍ଯ୍ୟକ୍ରମ ବିଷୟରେରେ ଆଲୋକପାତ କରିଥିଲେ। ପ୍ରଥମ ବର୍ଷ ଗୁରୁ ଛାତ୍ରଛାତ୍ରୀ ମାନେ ନିଜସ୍ୱ ମତାମତ ଉପସ୍ଥାପନା କରିଥିଲେ। ପରିଶେଷରେ ଶିକ୍ଷକ ପ୍ରଶିକ୍ଷକ ଡ. ଦିଗାମ୍ବର ନାଏକ ଧନ୍ୟବାଦ ଅର୍ପଣ କରିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.