୬ଷ୍ଠ ଦିନରେ ନର୍ଲା କଳାହାଣ୍ଡି କପ ଟି-୧୫ କ୍ରିକେଟ ଟୁର୍ଣ୍ଣାମେଣ୍ଟ

ଫ୍ରେଣ୍ଡସ ଏସୋସିଏସନ ଭବାନୀପାଟଣା ଓ ପୋଲିସ ୧୧ ଭବାନୀପାଟଣା ସେମି ଫାଇନାଲକୁ ଉତୀର୍ଣ୍ଣ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ହାଇସ୍କୁଲ ପଡିଆରେ କଳାହାଣ୍ଡି କପ ଟି-୧୫ କ୍ରୀକେଟ ଟୁର୍ଣ୍ଣାମେଣ୍ଟ ଚାଲିଛି । ଏହା ଗତ ୨/୨ ରେ ଉଦ୍ଘାଟିତ ହୋଇଥିଲା । ଷଷ୍ଠ ଦିନରେ ପହଂଚିଛି କଳାହାଣ୍ଡି କପ କ୍ରିକେଟ ଟି-୧୫ ଟୁର୍ଣ୍ଣାମେଣ୍ଟ । ବୁଧବାର ଷଷ୍ଠ ଦିନର କ୍ୱାଟର୍ସ ଫାଇନାଲ ପ୍ରଥମ ମ୍ୟାଚରେ ଆୟୋଜକ ନର୍ଲା ଗୁଡମର୍ଣ୍ଣି ଏକାଦଶ ଫ୍ରେଣ୍ଡସ ଏସୋସିଏସନ ଭବାନୀପାଟଣାକୁ ଭେଟିଥିଲା । ନର୍ଲା ଟସ ଜିଣି ବ୍ୟାଟିଂ ନିଷ୍ପତି ନେଇ ୧୫ ଓଭର ରେ ସମସ୍ତ ୱିକେଟ ହରାଇ ମାତ୍ର ୮୦ ରନ କରିବାରେ ସମର୍ଥ ହୋଇଥିଲେ । ଜବାବରେ ଫ୍ରେଣ୍ଡସ ଏକାଦଶ ମାତ୍ର ୧୩ ଓଭରରେ ଲକ୍ଷ୍ୟ ପୁରଣ କରି ସେମିଫାଇନାଲକୁ ଉତୀର୍ଣ୍ଣ ହୋଇଛନ୍ତି । ସେହିଭଳି ମଧ୍ୟାହ୍ନ ଭୋଜନ ବିରତି ପରେ ଦ୍ୱିତୀୟ ମ୍ୟାଚ୍ ରିଜର୍ଭ ପୋଲିସ ଏକାଦଶ ଭବାନୀପାଟଣା ଓ ଫେଣ୍ଟାସି ଭବାନୀପାଟଣା ଏକାଦଶ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଫେଣ୍ଟାସି ଏକାଦଶ ଟସ ଜିଣି ପ୍ରଥାମେ ବ୍ୟାଟିଂ କରି ୧୨ ଓଭରରେ ୧୧୨ ରନ କରିଥିବା ବେଳେ ଜବାବରେ ଭବାନୀପାଟଣା ପୋଲିସ ଏକାଦଶ ୧୧ ଓଭରରେ ଲକ୍ଷ୍ୟ ହାସଲ କରି ୪ ୱିକେଟରେ ବିଜୟଲାଭ କରି ସେମି ଫାଇନାଲକୁ ଉତୀର୍ଣ୍ଣ ହୋଇଛନ୍ତି । ବଛା ବଛା ଦଳ ଏହି ଟୁର୍ଣ୍ଣାମେଣ୍ଟରେ ଯୋଗଦାନ କରିଛନ୍ତି। ଏଣୁ ପ୍ରତିଦିନର ମ୍ୟାଚ ଚିତାକର୍ଷକ ହେଉଥିବାରୁ ପ୍ରତ୍ୟହ କ୍ରୀଡାପ୍ରେମୀ ଦର୍ଶକଙ୍କ ଭିଡ ମଧ୍ୟ ବଢିବାରେ ଲାଗିଛି । ନର୍ଲା କ୍ରିକେଟ କ୍ଲବ ଆନୁକୂଲ୍ୟରେ ଆୟୋଜିତ ଏହି ଟୁର୍ଣ୍ଣାମେଣ୍ଟରେ ଜିଲ୍ଲା ମଧ୍ୟରୁ ୧୬ ଗୋଟି ଟିମ ଅଂଶ ଗ୍ରହଣ କରିଥିବା ବେଳେ ଆୟୋଜକ ନର୍ଲା କ୍ରୀକେଟ କ୍ଲବର ସଭାପତି ଦୀପୁ ପାତ୍ର ଓ ସମ୍ପାଦକ ଚିନ୍ମୟ ବିଶ୍ୱାଳଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଛି । ଅମ୍ପାୟର ଭାବରେ ସାଗର ପାଲ ଓ ନିରଞ୍ଜନ ଜଡା ମ୍ୟାଚ ପରିଚାଳନା କରିଥିଲେ । ବିପିନ ବଡପଣ୍ଡା ଧାରା ବିବରଣୀ ପ୍ରଦାନ କରିଥିବା ବେଳେ ବଣ୍ଟି ପୁଝାରୀ ସ୍କୋରବୋର୍ଡ ଦାଇତ୍ୱ ସମ୍ପାଦନ କରିଥିଲେ । ଆୟୋଜକ ନର୍ଲା କ୍ରୀକେଟ କ୍ଲବର ବରିଷ୍ଠ ସଦସ୍ୟ ନାଭି, ରୁନୁ, ସୁମନ, ଭବାନୀ, ରାଜା, ସିଲୁ, ଅଭି, ତୋଫାନ, ସୁକାନ୍ତ, ଶ୍ରୀକାନ୍ତ ପ୍ରମୁଖ ଟୁର୍ଣ୍ଣାମେଣ୍ଟ ପରିଚାଳନାରେ ସହଯୋଗ କରୁଥିବା ଜଣାପଡିଛି । ଚମ୍ପିଅନ ଦଳକୁ ଟ୍ରଫି ସହ ନଗଦ ୪୧,୦୦୦ ଟଙ୍କା ଓ ଉପବିଜେତା ଦଳକୁ ଟ୍ରଫି ସହ ୨୧,୦୦୦ ଟଙ୍କା ପୁରସ୍କାର ରାଶି ରହିଥିବା ଜଣାପଡିଛି । ଏହି ଟୁର୍ଣ୍ଣାମେଣ୍ଟ ୧୧/୨ ରେ ଫାଇନାଲ ଖେଳ ଅନୁଷ୍ଠିତ ହେବ ବୋଲି ଆୟୋଜକ କ୍ଲବ ସୂତ୍ରରୁ ଜଣାପଡିଛି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.